Tapaswini ଆଉ sumit କେସ ରେ ନୂଆ ମୋଡ଼

ତପଶ୍ଵନୀ ଓ ସୁମିତ ଙ୍କ ମାମଲାର ଶୁଣାଣି ହେବା ପାଇଁ ଗଞ୍ଜାମ ଏସ ଡି ଜି ଏମ୍ କୋର୍ଟରେ ତପଶ୍ଵନି ଙ୍କ ପକ୍ଷରୁ ଦାଖଲ ହୋଇଥିବା ମାମଲାର କାଉଣ୍ଟର ଦେବେ ସୁମିତ ଙ୍କ ପକ୍ଷ। ପୂର୍ବରୁ ତପଶ୍ଵନି ଙ୍କୁ ମାସର ୧୦ ତାରିଖ ରେ ଭରଣ ପୋଷଣ ନିମନ୍ତେ ସତର ହଜାର ଟଙ୍କା ଦେବେ ବୋଲି ଜିଲ୍ଲା କୋର୍ଟ ଆଦେଶ ଦେଇଥିଲେ।

ତେଣୁ ଆଜି ୧୦ ତାରିଖ ହୋଇଥିବାରୁ ଏଥିପାଇଁ ସମସ୍ତ ନଜର ରହିଛି।କାରଣ ପ୍ରମୋଦ ସାହୁ ଗତ ୬ ତାରିଖ ରାତିରେ ଘର ଛାଡ଼ି ଚାଲିଯାଇଥିବା ର ଘଟଣା ଏବେ ଭିନ୍ନ ମୋଡ଼ ନେଇଛି।ସୁମିତ ଜିଲ୍ଲା କୋର୍ଟରେ ନିଷ୍ପତି ବିରୋଧରେ ହାଇକୋର୍ଟରେ ଅପିଲ କରିବା ପରେ ତାଙ୍କର ଓକିଲ ପୂର୍ବରୁ ସୂଚନା ଦେଇଥିଲେ।

ତପସ୍ୱିନୀ ଆଶା ଭରସା ନେଇ ଶାଶୁଘର କୁ ଯାଇଛନ୍ତି।କିନ୍ତୁ ସୁମିତ ନାହାନ୍ତି ,ଶଶୁର ଘର ଛାଡ଼ି ଚାଲି ଆସିଛନ୍ତି।ସୁମିତ ଛୁଟି ପରେ ଛୁଟି ନେଉଛନ୍ତି।ସୁମିତ ଙ୍କ ର ମା ଓ ଜେଜେମା ଙ୍କ ପକ୍ଷରୁ ଘରୋଇ ହିଂସା ମାମଲାରେ ଆଗତ କରାଯାଇଥିବା ପିଟିସନ୍ ର କାଉଣ୍ଟର ଦେବେ ତପଶ୍ଵନି ଙ୍କ ପକ୍ଷ।

ସୁମିତ ଙ୍କ ଓକିଲ ଯଦି କାଉଣ୍ଟର ଦାଖଲ ନ କରନ୍ତି ତାହେଲେ ମାମଲା ପୁଣି ଅଲଗା ମୋଡ଼ ନେବ।ସୁମିତ ମେଡିକାଲ୍ ରେ ଗତ ସାତ ତାରିଖ ରେ ପୁଣି ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ଆବେଦନ କରିଛନ୍ତି।ଘଟଣାଟି ଦିନକୁ ଦିନ ନୂଆ ମୋଡ଼ ନେଇଛି।ଶାଶୁଘରେ ତପସ୍ୱିନୀ ଙ୍କୁ ଝଟକା ଦେଉଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top