ଅଭିଷେକ ମହାପାତ୍ର ଙ୍କ ପାଇଁ ସାରା ଓଡ଼ିଶା ପ୍ରାର୍ଥନା କରୁଥିଲା ବେଳେ ଗତକାଲି ରାତି ୧୦.୪୫ ରେ ସେ ଦେହ ତ୍ୟାଗ କରିଛନ୍ତି, ଏହି ଖବର ଶୁଣି ତାଙ୍କ ପରିବାର ବର୍ଗ ସମେତ ଓଡ଼ିଶା ବାସୀ ମନେ ହତାଶ ହୋଇ ପଡିଛନ୍ତି
ଭଦ୍ରକ ର ଯୁବ ଇଞ୍ଜିିନିୟର ଯିଏ ଓମାନ ରେ ରହି ଚାକିରୀ କରୁଥିଲେ ଆଉ ବିବାହ ର ମାତ୍ର ୮ ଦିନ ରେ କରୋନା ରେ ପଡ଼ି ଗୁରୁତର ହୋଇଯାଇଥିଲେ, ତାଙ୍କ ଫୁସଫୁସ ସଂକ୍ରମଣ ହେବା ଲାଗି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେଇ ଯାଇଥିଲା,
ତାଙ୍କୁ ଅଧିକ ଚିକିତ୍ସା ପାଇଁ ଓଡ଼ିଶା ବାହାରକୁ ସ୍ଥାନାନ୍ତରିତ କରା ଯାଇଥିଲା ହେଲେ ବିଗତ ୨ ମାସ ଧରି ଜୀବନ ସହ ସଙ୍ଘର୍ଷ କରିବା ପରେ ଗତକାଲି ରାତ୍ରି ରେ ସେ ଦେହ ତ୍ୟାଗ କରିଛନ୍ତି, ତାଙ୍କ ମୃତ୍ୟୁ ଖବର ପାଇ ସମସ୍ତେ ଶୋକ ପ୍ରକାଶ କରିଛନ୍ତି ।
ତେବେ ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ସତ୍ତ୍ଵେ ତାଙ୍କ ଜୀବନ କୁ ରକ୍ଷା କରା ଯାଇ ପାରିଲା ନାହିଁ, ଏଆରଲିଫ୍ଟ ଲାଗି ସମଗ୍ର ଓଡ଼ିଶା ତଥା ଓଡ଼ିଶା ବାହାରୁ ଲୋକ ମାନେ ସାହାଯ୍ୟ କରିଥିଲେ ହେଲେ ଏସବୁ ପରେ ବି ସେ କାଲି ଆଖି ବୁଝି ଦେଇଛନ୍ତି
ଭଗବାନ୍ ତାଙ୍କ ଅମର ଆତ୍ମା କୁ ମୁକ୍ତି ପ୍ରଦାନ କରନ୍ତୁ, ଜୟ ଜଗନ୍ନାଥ