ଭୁବନେଶ୍ୱର ରେ ଏକ ମେଡ଼ିକାଲ କୋଚିଂ ସେଣ୍ଟର୍ ହଷ୍ଟେଲ ରୁ ମିଲିଲା ଛାତ୍ରୀଙ୍କ ମୃ-ତ-ଦେହ। ପଟିଆ ସ୍ଥିତ ଘରୋଇ କଲେଜ ହଷ୍ଟେଲ ରେ ଝୁଲନ୍ତା ଅବସ୍ଥାରେ ମୃ-ତ-ଦେହ କୁ ଉଦ୍ଧାର କରିଛି ପୋଲିସ୍। ମୃ-ତ ଛାତ୍ରୀ ଜଣକ ହେଉଛନ୍ତି କଲ୍ୟାଣୀ ସାହୁ। କଟକ ଜିଲ୍ଲାରେ ସାଲେପୁର ଅଞ୍ଚଳର ବାସିନ୍ଦା ହେଉଛନ୍ତି କଲ୍ୟାଣୀ। ସେ +୨ ବିଜ୍ଞାନରେ ପାଠ ପଢ଼ିବା ସହ ମେଡିକାଲ ପାଇଁ ମଧ୍ୟ କୋଚିଂ ନେଉଥିଲେ।ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି ,ଯେ ବାସ୍ତବରେ ଯୁବତୀ ଜଣକ ଏଭଳି ପଦକ୍ଷେପ କଣ ପାଇଁ ନେଲେ।
ଯୁବତୀ ଜଣକ ଏଭଳି ପଦକ୍ଷେପ ନେବାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡି ପାରି ନାହିଁ। ମୃ-ତ ଦେହ ଉଦ୍ଧାର ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ସେପଟେ ସଂପୃକ୍ତ କୋଚିଂ ସେଣ୍ଟର୍ ବିରୁଦ୍ଧରେ ସାଙ୍ଘାତିକ ଭାବରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।ପାଠ ପଢା ପାଇଁ ଅତ୍ୟଧିକ ଚାପ ଯୋଗୁଁ ଝିଅ ଜୀବନ ହାରି ଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହା ସହ ପୋଲିସ ଘଟଣାର ସଠିକ୍ ଭାବରେ ତଦନ୍ତ କରିବା ପାଇଁ ମଧ୍ୟ ଦାବୀ କରିଛନ୍ତି। ହଷ୍ଟେଲ ଭିତରୁ ଯୁବତୀଙ୍କ କୌଣସି ହାତ ଲେଖା ଚିଠି ମଧ୍ୟ ମିଳି ନାହିଁ।
କାହିଁକି ଛାତ୍ରୀ ଜଣକ ନିଜର ଜୀବନ ହାରି ଦେଇଛନ୍ତି ସେନେଇ ଏବେ ତଦନ୍ତ କରିବ ପୋଲିସ। ଏବେ ଏହି ଘଟଣା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।ଲୋକମାନେ ଏହାକୁ ନେଇ ଅନେକ ମତାମତ ମଧ୍ୟ ଦେଇଛନ୍ତି। ଏଭଳି ଘଟଣା ଏବେ ପ୍ରାୟତଃ ସମୟରେ ଘଟିବାରେ ଲାଗିଛି। ଯାହାକି ଖୁବ୍ ନିନ୍ଦନୀୟ ଅଟେ। ଯୁବପିଢୀ ମାନେ ଏଭଳି ଭାବରେ ନିଜର ଭାରସାମ୍ୟ ହରାଇ ବସୁଛନ୍ତି ଯେ ସେମାନେ କୋଉ ନିଷ୍ପତ୍ତି ନେଉଛନ୍ତି ତାହା ସେ ଜାଣି ପାରୁ ନାହାଁନ୍ତି।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।