ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପଞ୍ଜିକା ଲେଖା ଆଉ ପାଣିପାଗ ସୂଚନା ବିଷୟରେ ଆସିଥିବା ଖବର ସବୁ ଜାଣିପାରିବେ । ପଞ୍ଜିକାରେ ଲେଖା ଯାଇଛି ପାଣିପାଗ କିଭଳି ରହିବ ଆଉ ଏହି ସବୁ କଥା ସତ ହେବ ବୋଲି ସୂଚନା ମିଳିଛି । ଏବେ ପଞ୍ଜିକା ଲେଖା ସହ ପାଣିପାଗ ବିଭାଗର ଯଥା ମେଳ ଖାଉଛି । ଆଗକୁ ବିଜୁଳି ଘଡଘଡି ସହ ଝଡ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ପାଣିପାଗ କେନ୍ଦ୍ର ଏହିସବୁ ଜିଲ୍ଲାକୁ ସତର୍କ ରହିବାକୁ କହିଛି । ଏବେବି ଯାଇନାହିଁ ବର୍ଷା , ଖରାଟିଆ ପାଗ ଥିଲେ ମଧ୍ୟ ବର୍ଷା ନେଇ ଅପଡେଟ ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ଚେତାବନୀ ମିଳିଛି । ଏହି ଘଡଘଡି ବର୍ଷା ପାଇଁ ୬ ଜିଲ୍ଲାର ନାମ ସାମ୍ନାକୁ ଆସିଛି । ଏହି ୬ ଜିଲ୍ଲା ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଏବଂ କେନ୍ଦ୍ରାପଡ଼ା । ଆସନ୍ତା ତିନି ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ଆଜି ଏବଂ ଆସନ୍ତାକାଲି ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।
ଆସନ୍ତା ସପ୍ତାହରୁ ରାଜ୍ୟରେ ଝଡ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ କିଛିଦିନ ପରେ ଶୀତ ଅନୁଭୂତ ହେବ ବୋଲି ଏବେ ଖବର ଆସୁଛି । ଏବେ ଶୁଖିଲା ପାଗ ଦେଖିବାକୁ ମିଳୁଥିବା ବେଳେ ଆଗକୁ କୁହୁଡି ଶୁ ଥଣ୍ଡା ଅନୁଭବ ହେବ ବୋଲି ସୂଚନା ମିଳିଛି ।ଖଡ଼ି ରତ୍ନ ପାଞ୍ଜିର ୧୯୬ ପୃଷ୍ଠାରେ ଲେଖାଯାଇଛି ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, ଯାଜପୁର, କାକଟପୁର, ନିଆଳି ଅଞ୍ଚଳରେ ଘୂର୍ଣ୍ଣିଝଡ ସହ ବାତ୍ୟା ହେବ । ଅକ୍ଟୋବର ମାସରେ ବାତ୍ୟା ହେବ ବୋଲି ଖଡ଼ି ରତ୍ନ ପଞ୍ଜିକାରେ ଲେଖା ଯାଇଥିଲା । ଆଉ ଏବେ ଏହି କଥା ସତ ହୋଇଥିଲା । ବାତ୍ୟା ଦାନା ଆସିଥିବା ହେତୁ ଅନେକ କ୍ଷତି ହୋଇଥିଲା । ଆଉ ଏବେ ପୁଣି ଖଡ଼ି ରତ୍ନ ପଞ୍ଜିକାରେ ଲେଖାଯାଇଛି କି ନଭେମ୍ବର ମାସରେ ଘୂର୍ଣ୍ଣିଝଡ ସହ ବାତ୍ୟା ହୋଇପାରେ । ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଛି । ଖଡ଼ି ରତ୍ନ ପଞ୍ଜିକାରେ ଲେଖାଯାଇଥିବା କଥା ସତ ହେବ କି ?