ଜଣେ ସାଧୁ ବ୍ୟକ୍ତି ଏବେ ଏଭଳି କିଛି କହିଛନ୍ତି ଯାହାକୁ ଅନେକ ଲୋକମାନେ ମଧ୍ଯ ସମର୍ଥନ କରିଛନ୍ତି। ସେ କହିଥିଲେ କି ଆଜିର ଲୋକମାନେ ଜ୍ଞାନଶୁନ୍ୟ ଅଟନ୍ତି ଆଉ ଯିଏ ଯାହା କହିଲା ସେଥିରେ ସେ ପରିଚାଳିତ ହୋଇ ଯାଉଛନ୍ତି। ପାଠ ପଢିଲେ ନାହିଁ ସେଥିପାଇଁ ତାଙ୍କର ବ୍ୟାକୁଳ ଆସିବ କେଉଁ ଆଡୁ ଆଉ ସେମାନେ ମଧ୍ୟ ଜାଣିବେ କେଉଁ ଆଡୁ। ସେ ଏବେ ସଂପୂର୍ଣ୍ଣ ଭାବରେ ପଥ ଭ୍ରଷ୍ଟ, ନୀତି ଭ୍ରଷ୍ଟ ଓ ମତ ଭ୍ରଷ୍ଟ ହୋଇ ଯାଇଛନ୍ତି।ସେଥିପାଇଁ ସେମାନେ ଏବେ ଭଣ୍ଡ ବାବା ମାନଙ୍କ ପ୍ରବଚନ ଶୁଣି ସେମାନଙ୍କୁ ବାବା ବୋଲି ମଧ୍ୟ ମାନି ନେଉଛନ୍ତି। ପ୍ରବଚନ କାହାକୁ କୁହାଯାଏ?
ଏକ ମଞ୍ଚସ୍ଥ ପଣ୍ଡିତ ବସିଥିବେ ଆଉ ତାଙ୍କୁ ଆପଣ ପ୍ରଶ୍ନ କରିବେ କୌଣସି ସମ୍ପର୍କରେ ଆଉ ତାହାର ମଧ୍ୟ ଉତ୍ତର ପାଇବେ ତାହାକୁ ପ୍ରବଚନ ବୋଲି କୁହା ଯାଏ ବୋଲି ସାଧୁ ଜଣକ ଏହା କହିଥିଲେ। ହେଲେ ବର୍ତ୍ତମାନ ସମୟରେ ସମସ୍ତେ କହୁଛନ୍ତି କି ସେମାନେ ଗୋଟେ ଗୋଟେ ପ୍ରବଚକ ବୋଲି।ହେଲେ ସେମାନେ ଏକ ନିର୍ଦ୍ଧିଷ୍ଟ ବିଷୟରେ ଘୋଷିକି ଆସୁଛନ୍ତି ଆଉ କହୁଛନ୍ତି କି ଆମେ ପ୍ରବଚନ ଦେଲୁ ବୋଲି। ସେଟା ପ୍ରବଚନ ନୁହେଁ ତାହା ହେଉଛି ବାଚକ କାର୍ଯ୍ୟକ୍ରମ। ଏଭଳି ସେ କହିଥିଲେ କି ହେଲେ ବର୍ତ୍ତମାନର ଲୋକମାନେ ଏସବୁ ସମ୍ପର୍କରେ କିଛି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି।
ଯାହାକୁ ନାହିଁ ତାହାକୁ ଏବେର ଲୋକମାନେ ଭଗବାନ ମାନି ନେଉଛନ୍ତି। ଆଉ ସେମାନେ ଯାହା କହୁଛନ୍ତି ତାଙ୍କ କଥାରେ ହିଁ ପରିଚାଳିତ ହେବାରେ ଲାଗିଛନ୍ତି।ଏଭଳି ଏହି ସାଧୁ ଜନକ ଆଜିକାଲି ବାହାରିଥିବା ବାବା ମାନଙ୍କ ସମ୍ପର୍କରେ ଅନେକ କଥା କହିଥିଲେ। ଯାହାକୁ ନେଇ ସେ ଏକ ଭିଡିଓ ମଧ୍ୟ କରିଥିଲେ। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କି ସେ ଲୋକ ମାନଙ୍କ ଆଖି ଖୋଲିବାକୁ ଚେଷ୍ଟା କରିଛନ୍ତି ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।