ଆନ୍ଧ୍ର ଆମକୁ ଦେଖେଇଲା ନାଲି ଆଖି, ଓଡ଼ିଶା ଭିତରେ ପଶି ଓଡ଼ିଶା ର ଅଞ୍ଚଳ ନେବାକୁ ପ୍ଲାନ୍ ..

ମାଣିକପାଟଣା କୁ ଆନ୍ଧ୍ର ତା ନିଜ ଜାଗା ବୋଲି ଦାବି କରି ଓଡିଶା ସହ ଝଗଡା କରିବା ବହୁତ୍ ପୁରୁଣା କେସ, ତେବେ ମାଣିକପାଟଣା ହେଉଛି ଆନ୍ଧ୍ର ସୀମା କୁ ଲାଗିଥିବା ଗୋଟେ ଗାଆଁ ତେବେ ଆନ୍ଧ୍ର ବର୍ଡର କୁ ଲାଗି ଏଇଠି ଗୋଟେ ଓଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ର ଅଛି ଯାହା ବହୁତ୍ ପୁରୁଣା ତେବେ ରି କିଛି ଦିନ ହେବ ଜାଣିଶୁଣି ଆନ୍ଧ୍ର ଆଉ ଗୋଟେ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର କରି ତାର ଲୋକ ମାନଙ୍କୁ ରଖିଛି

ଯାହା ସ୍ଥାନୀୟ ଲୋକ ବିରୋଧ ପରେ ମାଣିକପାଟଣା ପୋଲିସ ସହ ତହସିଲଦାର ସେ ଅଞ୍ଚଳ କୁ ଯାଇ ଅଙ୍ଗନବାଡ଼ି କେନ୍ଦ୍ର କୁ ବନ୍ଦ କରିଥିଲେ ଆଉ ସ୍ଥାନୀୟ ପୋଲିସ ସାହାଯ୍ୟ ରେ ବୁଝା ସୂଝା କରି ତାଲା ପକାଇଥିଲେ

ତେବେ ପର ଦିନ ଅଚାନକ ସେ ଆନ୍ଧ୍ର ଅଞ୍ଚଳ ର ଜଣେ ବିଧାୟକ ପୋଲିସ ସହ ସଦଳବଳେ ଆସି ତାଲା ଭାଙ୍ଗି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିଲେ ଆଉ ସ୍ଥାନୀୟ ଲୋକ ଙ୍କୁ ଧମକେଇବା ଆରମ୍ଭ କରିଥିଲେ, ଏସବୁ ପରେ ଜିଲ୍ଲାପାଳ ଆଉ ଅନ୍ୟାନ୍ୟ ଅଧିକାରୀ ସେ ସ୍ଥାନ କୁ ଯାଇ ଘଟଣା ସମ୍ପର୍କ ରେ ବୁଝା ସୁଝା କରିବାକୁ ଅନୁରୋଧ କଲେ ହେଲେ ଆନ୍ଧ୍ର ବିଧାୟକ ଜଣକ ତେଲୁଗୁ ଭାଷାରେ ଅଶ୍ରବ୍ୟ ଗାଳି ଦେବାରୁ ପରିସ୍ଥିତି ଅଳ୍ପ ଉତେଜନା ପୂର୍ଣ୍ଣ ହେଇଥିଲା ତେବେ ମାଣିକପାଟଣା ଜିଲ୍ଲାପାଳ ଏଇ ନେଇ ଉପରିସ୍ଥ ଅଧିକାରୀ ଙ୍କ ଧ୍ୟାନ ଆକର୍ଷଣ କରିବେ ବୋଲି କହିଛନ୍ତି

ତେବେ ଆନ୍ଧ୍ର ର ଏଇ ଭଳି ଉଦ୍ଧତ୍ୟ କୁ କଦାପି ବରଦାସ୍ତ କରାଯିବ ନାହିଁ, ସେ ବିଧାୟକ ହେଉ କି ଯିଏ ହେଉ ଓଡ଼ିଶା ମାଟି ଆମର, ବାହାରୁ କିଏ ଆସି ଆମକୁ ଡରେଇବ ଆଉ ଆମେ ଚୁପ୍ ରହିବୁ କି, ଏଇ ନେଇ ସ୍ଥାନୀୟ ଲୋକେ ଏମିତି କିଛି ମନ୍ତ୍ୟବ୍ ରଖିଛନ୍ତି ଆଉ ଏଇ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛି ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି

Leave a Comment

Your email address will not be published. Required fields are marked *

Scroll to Top