ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୋବାଇଲକୁ ଆଉ ଆସିବନି OTP ସରିଲା ଅବଧି…!

ଆଉ ମୋବାଇଲ୍ କୁ ଆସିବ ନାହିଁ ଓଟିପି ଡିସେମ୍ବର ରୁ ଲାଗୁ ହେବାକୁ ଯାଉଛି ଏହି ନିୟମ। ଟେଲିକମ କମ୍ପାନୀ ପାଇଁ ଶେଷ ଡେଡ୍ ଲାଇନ୍ ନଭେମ୍ୱର ୩୦। ଟେଲିକମ କମ୍ପାନୀର ଏବେ ଟେନସନ୍ ବଢ଼ିବାକୁ ଯାଉଛି। ଆଉ ଆସିବ ନାହିଁ ୱାନ୍ ଟାଇମ୍ ପାସୱାର୍ଡ। ନଭେମ୍ବର ୩୦ ରହିଛି ଏହାର ଶେଷ ତାରିଖ। ଡିସେମ୍ବର ୧ ରୁ ଓଟିପି କୁ ନେଇ ଏବେ ଲାଗୁ ହେବାକୁ ଯାଉଛି ନୁଆ ନିୟମ।ମୋବାଇଲ୍ ବ୍ଯବହାରକାରୀ ମାନେ ଏବେ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି ଡିସେମ୍ବର ୧ ରୁ ନୁଆ ନିୟମ ଲାଗୁ ହେବାକୁ ଯାଉଛି। ଜିଓ , ଏୟାରଟେଲ ଭିଆଇ ଟେଲିକମ ଅପରେଟରଙ୍କ ପାଖରେ ରହିଛି ଡିସେମ୍ବର ୧ ପର୍ଯ୍ୟନ୍ତ ସମୟ।

ତେବେ ଏହି ନୁଆ ନିୟମର ଉଦ୍ଦେଶ୍ୟ ହେଉଛି ନକଲି ଓଟିପି ଏବଂ ଅନ୍ୟାନ୍ୟ ସ୍ପାମ ମେସେଜ କୁ ବନ୍ଦ କରିବା। ଟେଲିକମ ଅପରେଟର ମାନଙ୍କୁ ମେସେଜ ର ସୋର୍ସ ଖୋଜିବାକୁ ପଡ଼ିବ।ଯେଉଁ କାରଣରୁ ନକଲି ମେସେଜ ଗୁଡ଼ିକୁ ବ୍ଲକ ଏବଂ ୟୁଜର୍ସ୍ ଙ୍କୁ ସୁରକ୍ଷା ଦିଆଯାଇ ପାରିବ। ଯଦି ଟେଲିକମ ଅପରେଟର ମାନେ ଏହି ନିୟମକୁ ଠିକ୍ ସମୟରେ ଲାଗୁ ନକରି ପାରନ୍ତି ତେବେ ତାଙ୍କୁ ଓଟିପି ପାଇବା ରେ ହୋଇପାରେ ଅସୁବିଧା।

ବ୍ୟାଙ୍କିଙ୍ଗ ଇ କମର୍ସ ଓ ସୋସିଆଲ ମିଡ଼ିଆ ପରି ସେବା ଗୁଡିକରୁ ଓଟିପି ମିଳିବାରେ ବିଳମ୍ବ ହୋଇପାରେ। କିମ୍ବା ସଂପୂର୍ଣ୍ଣ ଭାବରେ ମଧ୍ୟ ବନ୍ଦ ହୋଇ ପାରେ। ସ୍ପାମ୍ ମେସେଜ ବନ୍ଦ କରିବା ପାଇଁ,ଏହି ଯୋଜନା ଧୀରେ ଧୀରେ କାର୍ଯ୍ୟକାରୀ କରିବ ବୋଲି ଜଣା ପଡିଛି। ଯାହା ଦ୍ୱାରା ଆଉ ଲୋକମାନଙ୍କୁ ଓଟିପି ନେଇ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କୁହା ଯାଇଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ସମ୍ପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment