ଭଙ୍ଗା ହେଉ ଏ ଆଶ୍ରମ..ଟମାଟୋ ମାଡ଼ କଲେ ମହିଳା

ଖଣ୍ଡଗିରି ରେ ଥିବା ବାବା ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି। ଏହି ବାବାଙ୍କ ଆଶ୍ରମର ନାମ ହେଉଛି ବୈକୁଣ୍ଠ ଆଶ୍ରମ ହେଲେ କାମ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହାକୁ ନେଇ ଜଣେ ମହିଳା ସମାଜସେବୀ ରାଗି ଯିବା ସହ ବାବାଙ୍କ ଆଶ୍ରମ ଉପରକୁ ଟେକା ପଥର ମାରିଥିଲେ। ସେ କହିଥିଲେ କି ଏହି ବାବାଙ୍କ ଆଶ୍ରମରୁ ଝିଅ ମାନଙ୍କ ପୋଷାକ ମିଳୁଛି। ଏଭଳି ଗୋଟେ ଗୋଟେ କଥା ମଧ୍ୟ ସାମ୍ନା କୁ ଆସୁଛି ତାହେଲେ ଇଏ କି ବାବା?ଯିଏ ତୁଳସୀ କୁ ପାଦତଳେ ଦେଲା ତାର ସର୍ବନାଶ ନିଶ୍ଚିତ ଭାବରେ ହେବ। କାରଣ ଦିନ ଥିଲା ସାରଥୀ ବାବା ମଧ୍ୟ ପାଦ ତଳେ ତୁଳସୀ ଦେଇଥିଲେ ଆଉ ଏବେ ତାଙ୍କର ଅବସ୍ଥା ସମ୍ପର୍କରେ ସମସ୍ତେ ଜାଣିଛନ୍ତି।

ମହିଳା ସମାଜସେବୀ ମାନେ ଏକତ୍ରିତ ହୋଇ ଆସିଥିବା ବେଳେ ସେମାନେ କେବଳ ଗୋଟେ କଥା ହିଁ କହିଥିଲେ କି ତାହା ଭିତରେ କଣ କେଳେଙ୍କାରୀ ଚାଲିଥିଲା ସେ ସମ୍ପର୍କରେ ସେ ଜାଣିବାକୁ ଚାହୁଁଛନ୍ତି।ଏହା ଲୋକଲୋଚନକୁ ଆସୁ ବୋଲି ମଧ୍ୟ ତାଙ୍କର ଏହି ଦାବୀ ଥିଲା। ଏହି ବୈକୁଣ୍ଠ ଧାମ ଏବେ ସାରା ଭୁବନେଶ୍ୱର ରେ ଚର୍ଚ୍ଚାର ବିଷୟ ପାଲଟିଛି। ହାଇକୋର୍ଟ ମଧ୍ୟ ଷ୍ଟେ ଅର୍ଡର ଦେଇ ସାରିଛି। ତାହାକୁ ଭଙ୍ଗା ହେବ ବୋଲି ମଧ୍ୟ ଅନାଉସମେଣ୍ଟ କରିଥିଲେ। ହେଲେ ଏବେ ଆଶ୍ରମ ବାହାରେ ଆକ୍ରୋଶ ଓ ବିକ୍ଷୋଭ ଦେଖିବାକୁ ମିଳିଛି।

ଏହାପରେ ସମାଜସେବୀ ଶୁଭଲକ୍ଷ୍ମୀ ଆସିଥିଲେ ତାଙ୍କ ସହ ଆଉ ଜଣେ ସମାଜସେବୀ ମଧ୍ୟ ଆସିଥିଲେ।ଆଉ ସେମାନେ ଅଣ୍ଡା ମାଡ଼ ଓ ଟମାଟୋ ମାଡ଼ ମଧ୍ଯ କରିଥିଲେ। ବାବାଙ୍କ ଆଶ୍ରମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ଲୋକମାନେ ମଧ୍ୟ ଦେଖି ସାରିଛନ୍ତି। ତେବେ ଏହାକୁ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment