ବାଘକୁ ରୁଚିଲାନି ମାଂସ ଗାଈର ମୁଣ୍ଡ ଖାଇଗଲା ଦେହ ଛାଡିଦେଲା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର, ସବୁ ଦେଶର, ବିଦେଶର ଏବଂ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କିଛି ଖବର ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଗୋଟିଏ ଗାଁରେ ଧାନ ବିଲରେ ପୋଲିସ ଘୁରି ବୁଲୁଛି । ଆଉ ଏବେ ସମସ୍ତଙ୍କ ମନରେ ଏହି ଭିଡିଓ ଦେଖିବା ପରେ ପ୍ରଶ୍ନ ଆସୁଥିବ କି ଧାନ ବିଲରେ ପୋଲିସ କଣ ଖୋଜୁଛି ? ଜଙ୍ଗଲ ଭିତରେ ଘୁରି ବୁଲୁଛି । ପୋଲିସ ବୁଲି ବୁଲି ଗାଁ ଲୋକଙ୍କୁ ଏକାଠି କରି ମାଇକର ଫୋନ୍ ଧରି ଅନେକ କଥା କହୁଛି ।

ଲୋକମାନଙ୍କୁ ସଚେତନ କରାଉଛି । ସେଠାରେ ମଧ୍ୟ ଲୋକମାନେ ରୁଣ୍ଡ ହୋଇଛନ୍ତି । ଏହି ଘଟଣା ହେଉଛି ଗାଁରେ ଆତଙ୍କ ଖେଳାଉଛି ମହାବଳ ବାଘ ।ଆଉ ମହାବଳ ବାଘ ଏବେ ଜଙ୍ଗଲ ଛାଡ଼ି ଗାଁରେ ପଶିଛି । ଜଙ୍ଗଲ ଛାଡି ଜନବସତି ଆଡ଼କୁ ମାଡ଼ି ଆସୁଛି ବାଘ । ଆଉ ଏହି ମହାବଳ ବାଘ ଯାହାକୁ ଦେଖୁଛି ତାକୁ ଖାଇ ଯାଉଛି । ତାର ଆଖି ଆଗରେ ଯିଏ ପଡୁଛି ତାକୁ ଗୋଡେଇ ଗୋଡେଇ ଶିକାର କରୁଛି ବାଘ । ଏବେ ଏହି ଘଟଣାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଆଉ ଲୋକମାନେ ଭୟଭୀତ ହୋଇ ଘରେ ତାଟି କବାଟ ଦେଇ ଦେଉଛନ୍ତି ଆଉ ବାହାରକୁ ବାହାରୁ ନାହାଁନ୍ତି । କେତେବେଳେ ବାଘ ସାମ୍ନାକୁ ଆସିଯିବ ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି । ବାଘ ଏବେ ଗୋଟିଏ ଗାଈକୁ ମାରି ଦେଇଛି । ଏହି ବାଘ ଗାଈକୁ ମାରି ତାର ମୁଣ୍ଡ ଖାଇ ଦେଇ ଦେହକୁ ସେଠାରେ ପକାଇ ପଳେଇ ଯାଇଛି ।

ଏବେ ଏହିସବୁ ଦେଖି ଲୋକଙ୍କ ମନରେ ଭୟ ଆସୁଛି । ଏହି ଘଟଣା ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ।ଗଜପତି ଜିଲ୍ଲା ଗୋଷାଡି ବ୍ଲକ ସବାରା ପଞ୍ଚାୟତ ଅନ୍ଧାରୀଝୋଲା ଗ୍ରାମରେ ବାଘ ପଶି ଗୋଟିଏ ଗାଈକୁ ମାରି ଖାଇ ଦେଇଛି । ଏହି ଗାଇଟି ଅନ୍ଧାରୀଝୋଲା ଗ୍ରାମର ଯାକୋବ ଶବରଙ୍କର ବୋଲି ଜଣାପଡିଛି । ସେ ବନ ବିଭାଗରେ ୱାଚମ୍ୟାନ ଭାବରେ କାମ କରନ୍ତି । ଗୁହାଳରେ ବନ୍ଧା ହୋଇଥିବା ଗାଇକୁ ୫୦ ମିଟର ଦୂରକୁ ନେଇ ବାଘ ଖାଇଛି । ଏହି ଘଟଣାକୁ ନେଇ ଏବେ ତଦନ୍ତ କରାଯାଉଛି । ବାଘର ପାଦ ଚିହ୍ନ ମଧ୍ୟ ଦେଖାଯାଇଛି । ଆଉ ଏବେ ଏହି ଖବର ଯୋଗୁଁ ଗାଁରେ ଆତଙ୍କ ଏବଂ ଭୟଭୀତ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ ଏବେ ଅପେକ୍ଷା କରିଛନ୍ତି କେବେ ବନ ବିଭାଗ ବାଘକୁ ଖୋଜି ତାକୁ କାବୁ କରିବ ।

Leave a Comment