ଏବେ ଏକ ବଡ଼ ଖବର ଆସି ପହଞ୍ଚିଛି। ତେବେ ଆପଣ ମାନେ ଜାଣିଥିବେ କି ଗତ କିଛିଦିନ ତଳେ ବାଂଲାଦେଶୀ ନାବାଳିକା ମାନଙ୍କୁ ଉଦ୍ଧାର କରାଯାଇ ଥିଲା। ଦଲାଲ ମାନେ ତାଙ୍କୁ କାମରେ ଲଗାଇ ଅନେକ ଟଙ୍କା ମଧ୍ୟ ରୋଜଗାର କରୁଥିଲେ। ମାତ୍ର ଏବେ ଏହି ଘଟଣାରେ ନୂଆ ମୋଡ଼ ଆସି ଯାଇଛି। ଏହି ଗିରଫଦାରୀ ସଂଖ୍ୟା ଏବେ ୪ ରେ ପହଞ୍ଚିଛି। କଟକ ରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଏବେ ,ଆଉ ଏକ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାରିପଦା ଅଞ୍ଚଳର ସୁନିତା ଦାସ। ନାବାଳିକା ଚାଲାଣ ଓ ଅର୍ଥନୈତିକ କାରବାର ଏବେ ଗିରଫଦାରୀ ସଂଖ୍ୟା ଏବେ ୪ ରେ ପହଞ୍ଚି ଯାଇଛି।
ତେବେ ସୁନିତା ନାବାଳିକା ଚାଲାଣ ଘଟଣାରେ ଦଲାଲି କାର୍ଯ୍ୟ କରୁଥିବା ଏବେ ଏହା ପୋଲିସ ପକ୍ଷରୁ ସୁଚନା ମିଳିଛି। ତେବେ ଏହି ଘଟଣାରେ ଆହୁରି ମଧ୍ୟ ବହୁତ୍ ଲୋକ ଗିରଫ ହେବା ପାଇଁ ବାକି ଅଛନ୍ତି।ଯାହାକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି। ଆବଶ୍ୟକ ପଡିଲେ କଲିକତା ପୋଲିସ ସହ ଏହି ଘଟଣା ପାଇଁ ଯୋଗାଯୋଗ କରିବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଏହା ସୁଚନା ମିଳିଛି। ଗିରଫ ମହିଳାଙ୍କ ମୋବାଇଲ୍ ମଧ୍ୟ ପୋଲିସ ଗିରଫ କରି ନେଇଛି।
ପ୍ରାଥମିକ ଯାଞ୍ଚ୍ ରୁ ଜଣା ପଡ଼ିଛି ଯେ ମହିଳା ନାବାଳିକା ଙ୍କୁ ଦେହ କାରବାରରେ ନିୟୋଜିତ କରିଥିଲେ। ଯାହାକୁ ନେଇ କହିଛନ୍ତି କଟକ ଡିସିପି ଜଗମୋହନ ମୀନା।ଏହି ଘଟଣାକୁ ନେଇ ଏବେ ସାରା ଓଡ଼ିଶାରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ବର୍ତ୍ତମାନ ସମୟରେ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି ଯାହାକୁ ନେଇ ପୋଲିସ ମଧ୍ୟ ତାର ତଦନ୍ତ କୁ ବଢାଇ ଦେଇଛି। ଆଉ ଏହାର ଚେର କେତେ ପର୍ଯ୍ୟନ୍ତ ବ୍ୟାପିଛି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।