ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପୁଅ ବୋହୂଙ୍କୁ ଜିଅନ୍ତା ଜାଳିଦେଲା ବାପା ଆଉ ତାପରେ

ନୃଶଂସ ପାଲଟି ଗଲା ବାପା। ସଇତାନ ବାପା ଘଟାଇଲା ନାରକୀୟ କାଣ୍ଡ। ପୁଅ ବୋହୁଙ୍କ ଉପରେ ପେଟ୍ରୋଲ ଧାଳି ଲଗାଇ ଦେଲା ନିଆ। ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି କଟକ ଜିଲା ର ଗୋଡିସାହି ଠାରେ। କୌଣସି କାରଣ କୁ ନେଇ ବୃଦ୍ଧ ଗୋବର୍ଦ୍ଧନ ରାଉତ ନିଜ ପୁଅ ବୋହୁଙ୍କ ଉପରେ ପେଟ୍ରୋଲ ଢାଳି ନିଆ ଲଗାଇ ଦେଇଛି। ଗ୍ରାମବାସୀ ଉଭୟଙ୍କୁ ଜଳନ୍ତା ଅବସ୍ଥାରେ ଉଦ୍ଧାର କରି ତାଙ୍କୁ କଟକ ଏସିବି ମେଡିକାଲ ରେ ଭର୍ତ୍ତି କରିଥିଲେ।ମାତ୍ର ପରେ ଉଭୟଙ୍କୁ ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିଲା। ତେବେ ଗୋବର୍ଦ୍ଧନ ଙ୍କ ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦ ପ୍ରତିଶତ ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡି ଯାଇଛି।

ଉଭୟଙ୍କୁ ଏବେ ଆଇସିୟୁ ରେ ରଖି ଚିକିତ୍ସା କରାଯାଉ ଥିବା ବେଳେ ଦୀନବନ୍ଧୁ ଙ୍କ ପତ୍ନୀ ମଧ୍ୟ ଆଖି ବୁଜି ଦେଇଥିବା ଜଣା ପଡ଼ିଛି। ତେବେ ଦୀନବନ୍ଧୁ ଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।ପରିବାର ଲୋକଙ୍କୁ ମିଳିଥିବା ସୁଚନା ଅନୁସାରେ ଦୀନବନ୍ଧୁଙ୍କ ଏକ ଦୋକାନ ରହିଛି। ଟଙ୍କା କୁ ନେଇ କିଛିଦିନ ହେବ ଗୋବର୍ଦ୍ଧନ ଓ ଦିନବନ୍ଧୁ ଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିଲା। ଗତ ରାତିରେ ଦୀନବନ୍ଧୁ ଘରକୁ ଫେରି ତାଙ୍କର ପତ୍ନୀଙ୍କ ସହ ଖାଇ ବସିଥିଲେ।

ଏହି ସମୟରେ ତାଙ୍କର କୁନି ପୁଅ ଖଟ ଉପରେ ବସିଥିଲା। ସେତେବେଳେ ଗୋବର୍ଦ୍ଧନ ହାତରେ ନିଆ ଓ ପ୍ରେଟ୍ରୋଲ ଧରି ସେଠାରେ ଯାଇ ପହଞ୍ଚି ଥିଲେ।ଏହା ଦେଖି ଦିନବନ୍ଧୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ଗୋବର୍ଦ୍ଧନ ନିଜ ପୁଅ ଉପରେ ପେଟ୍ରୋଲ ଢାଳି ନିଆ ଲଗାଇ ଦେଇଥିଲେ। ପୋଲିସ ଏବେ ଗୋବର୍ଦ୍ଧନ ରାଉତଙ୍କୁ ଅଟକ ରଖି ତାଙ୍କୁ ପଚରା ଉଚରା କରିବା ଆରମ୍ଭ କରି ଦେଇଛି। ତେବେ ଜଣେ ବାପା ଏଭଳି ନୃଶଂସ କାଣ୍ଡ ଘଟାଇ ପାରେ ବୋଲି ତାହା କେହି ହେଲେ ମଧ୍ୟ ଆଦୌ ବିଶ୍ବାସ କରି ପାରୁ ନାହାଁନ୍ତି।

Leave a Comment