୧୨ ହାତିଆ ଖଣ୍ତା କୋଉଠି…?ବାବା ର ପୋଲ୍ ଖୋଲିଲେ ଶିବ…!

କଳ୍କୀ ବାବାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଦିନକୁ ଦିନ ଏବେ ତାଙ୍କର ଗୋଟେ ପରେ ଗୋଟେ ପୋଲ ମଧ୍ୟ ଖୋଲିବାରେ ଲାଗିଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏବେ ଶିବ ନାମକ ଏକ ବ୍ୟକ୍ତି ତାଙ୍କର ସବୁ ପୋଲ ଖୋଲି ଦେଇଛନ୍ତି। ଆଉ ଖଣ୍ଡଗିରି ରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ଧୀରେ ଧୀରେ ସବୁ ଗୁମର ଖୋଲିବାରେ ଲାଗିଛି। ଏଥିରେ ଜଡ଼ିତ ଥିବା ବାବା କାଶୀନାଥ ମିଶ୍ରଙ୍କ ମଧ୍ୟ ଗୁମର ପଦା କୁ ଆସିଛି।ଏବେ ଆହୁରି କିଛି ଗୁମର ମଧ୍ୟ ଏବେ ହାତରେ ଲାଗିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ମାନବ ଅଧିକାର କର୍ମୀ।

ତାଙ୍କର ନାମ ମଧ୍ୟ ହେଉଛି ଶିବ ପ୍ରସାଦ ସ୍ୱାଇଁ। ସେ କହିଥିଲେ କି ବାବା ଯେଉଁ ପ୍ରବଚନ ଦେଉଛନ୍ତି ଆଉ କହୁଛନ୍ତି କି ଭାଗବତ ରଚନା କରୁଛନ୍ତି ରାମାୟଣ ରଚନା କରୁଛନ୍ତି ସେ ସବୁ ମିଛ ଅଟେ। ଆଉ ସେ ଯେତେ ସବୁ ବାଇଟ୍ ମଧ୍ୟ ଦେଇଛନ୍ତି ସେ କୌଣସି ହେଲେ ମଧ୍ୟ ପ୍ରବଚନ ଦିଅନ୍ତି ନାହିଁ। କେବଳ କଳ୍କୀ ଆଉ ମାଳିକା ସେ କେଉଁଠାରେ ଜନ୍ମ ହୋଇଥିଲେ କଣ କରିଥିଲେ ,ତାଙ୍କ ପୁଅଙ୍କୁ ନେଇ ହିଁ ସେ ପ୍ରବଚନ ଦେଇ ଥାଆନ୍ତି। ପ୍ରଥମେ ଓଡିଶାର କଳଚୁରାଲ ଡିପାର୍ଟମେଣ୍ଟ ଡ଼କାଇଥିଲେ ସିଜ୍ ପାଇଁ ସେଥିରେ କୁହାଗଲା ଯେ ଏରୋପ୍ଲେନ୍ରୁ ତିନଜଣ ବଞ୍ଚି ଯାଇଥିଲେ। ଏଭଳି ଭାବରେ ସେ ଅନେକ ମିଛ କହିଥାନ୍ତି।

ଲୋକ ମାନଙ୍କୁ କହୁଛନ୍ତି ବିନା ପିଆଜ ରସୁଣ ଓ ଆମିଷ ନ ଖାଇବା ପାଇଁ ଆଉ ସେମିତି ହେଲେ ହିଁ ଆଶ୍ରମ ଭିତରେ ପଶିବ। ତାଙ୍କ ଝିଅ ମଧ୍ୟ ଆଶ୍ରମ ଭିତରେ ରହୁଥିଲା ତାହାଲେ ସେ କେମିତି ପିଆଜ ଖାଇଲା?ଏମିତି ସେଠାରେ କଣ ଅଛି ବାହାର ଲୋକମାନେ ଆସି ପଶିଯିବେ ବିଲୁ ସେଠାରେ ଏତେ ପୋଲିସ ଜଗା ଯାଇଛି? ନିଶ୍ଚିତ ଭାବରେ କିଛି ତଥ୍ୟ ଏହା ଭିତରେ ଅଛି ବୋଲି ସେ କହିଥିଲେ। ଏଥି ସହ ବ୍ୟକ୍ତି ଜଣକ ଏ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଚାହୁଁ ଛନ୍ତି। ତେବେ ଏହାକୁ ଦେଖି ସାରିବା ପରେ ଏଥିପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment