ମାଡ଼ି ଆସିବ ଘନ ଅନ୍ଧାର ୧୨ ଜିଲ୍ଲାକୁ କଡ଼ା ସତର୍କ ୫୦ ରୁ ୬୦ କିମି ପବନ ଭାଙ୍ଗିବ ଘର ଦ୍ବାର ଉଡ଼ିବ ଛପର

ପାଣିପାଗ କେନ୍ଦ୍ର ତରଫରୁ ଏବେ ଯାହା ସୂଚନା ମିଳିଛି କି ଆଗକୁ ହେବାକୁ ଯାଉଛି ବର୍ଷା। ଆଉ ୧୨ ତାରିଖରେ ମଧ୍ୟ ବର୍ଷାର ପରିମାଣ ମଧ୍ୟ ବଢ଼ିବାକୁ ଯାଉଛି। ଏନେଇ ସୂଚନା ଦେଇଛି ଓ ରେଡ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର। ଏବେ ଆମେ ଜାଣିବା କି ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିଛି? ଆଉ କେଉଁ କେଉଁ ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି ଏବଂ ସତର୍କ ସୂଚନା ଜାରି କରା ଯାଉଛି।ଦକ୍ଷିଣ ପୁର୍ବ ବଙ୍ଗୋପସାଗରରେ ରବିବାର ଦିନ ଲଘୁଚାପ ଟି ସୃଷ୍ଟି ହୋଇଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ଶୁଦ୍ଧା ତାମିଲନାଡୁ ଉପକୂଳ ରେ ପହଞ୍ଚିବ।

ଏହାର ପ୍ରଭାବରେ ୧୨ ତାରିଖରୁ ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ଆରମ୍ଭ ହୋଇ ଯିବ। ହେଲେ ବର୍ତ୍ତମାନ ଓଡ଼ିଶାରେ ବିଶେଷ ଅନୁଭୂତ ହେଉ ନଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି।ସେହିପରି ଉତ୍ତର ତଥା ଦକ୍ଷିଣ ଉପକୂଳ ସମେତ ଛଅଟି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।

ଏହିପରି ଜିଲ୍ଲା ଗୁଡ଼ିକ ମଧ୍ୟରେ ନବରଙ୍ଗପୁର , ନୂଆପଡ଼ା , କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଆଦି ଜିଲାମାନ ମଧ୍ୟ ରହିଛି। ସେଭଳି ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦ୍ରାପଡ଼ା , ମୟୂରଭଞ୍ଜ, ସମ୍ବଲପୁର , ଦେବଗଡ଼ , ଅନୁଗୁଳ , ଢେଙ୍କାନାଳ , ନୟାଗଡ଼,କଟକ ଓ ଖୋର୍ଦ୍ଧା ଆଦି ୧୧ ଟି ଜିଲ୍ଲାରେ କୋହଲା ପାଗ ଶହ ବର୍ଷା ହୋଇ ପାରେ।୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାକୁ ଯାଉଥିବା ବେଳେ ରାତିର ତାପମାତ୍ରା ୩ ଡିଗ୍ରୀ ହ୍ରାସ ପାଇବ। ଏହା ସହିତ କୁହୁଡି ର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିବ। କାରଣ କୋରାପୁଟ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହେବା ନେଇ ଏହା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

Leave a Comment