ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଭଦ୍ରକ ପୋଲିସ୍ ଚଢ଼ାଉ ବେଗମଙ୍କ ଘରୁ ବାହାରିଲା ବ୍ରାଉନସୁଗାର…!

ଭଦ୍ରକ ଟାଉନ ଥାନା ଏଲଖା ରେ ଏବେ ହୋଇଛି ପୋଲିସ ର ରେଡ। ଆଉ ଏହି ରେଡ ହୋଇଛି ସେଠାକାର ଏକ ଭଡ଼ା ଘରରେ। ପୋଲିସ ସହିତ ମ୍ୟାଜିଷ୍ଟେଟ ମଧ୍ୟ ଅଛନ୍ତି। ସେଠାରୁ ମଧ୍ୟ ବ୍ରାଉନ ଶୁଗାର ସହ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଆଉ ଏହି ରେଡ ସମୟରେ ସେଠାରେ ଜଣେ ମହିଳା ବସି ରହିଥିଲେ। କିଏ ଏହି ମହିଳା ତାହାକୁ ନେଇ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ। ଆଉ ଆପଣ ଏହା ଭାବୁ ଥିବେ କି ,ତାଙ୍କ ଘରକୁ ବ୍ରାଉନ ଶୁଗାର ଆସୁଥିଲା କେଉଁ ଠାରୁ। ବ୍ରାଉନ ଶୁଗାର୍ ବେପାର କରୁଥିବା ନେଇ ଟାଉନ ଥାନା ପୋଲିସ ର ଚଢ଼ାଉ ହୋଇଛି।

ଭଦ୍ରକ ଟାଉନ ଥାନା ଅଧୀନସ୍ଥ ଏଲଖା ର ନୟାନଗର ର ମିର୍ଜାପୁର ରେ କନିଜା ଖାତିମ୍ ଙ୍କ ଘରେ ବ୍ରାଉନ ଶୁଗାର ବିକ୍ରୀ କରାଯାଉ ଥିବା ନେଇ ଏହା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଶୁଣି ଚଢ଼ାଉ କରାଯାଇ ଥିବା ବେଳେ ବ୍ରାଉନ ଶୁଗାର ସହ ତାଙ୍କ ଠାରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା।ଏନେଇ ମଧ୍ୟ ଟାଉନ ପୋଲିସ ସୂଚନା ଦେଇଛି। ଏହି ଅଭିଯୋଗ ରେ ଭଦ୍ରକ ଟାଉନ ଥାନା ଅଧିକାରୀ , ଗ୍ରାମାଞ୍ଚଳ ଅଧିକାରୀ ଓ ପୁରୁଣା ବଜାର ଅଧିକାରୀ ଡିଆଇବି ଓ ଅତିରିକ୍ତ ଏସପି ଅଂଶୁମାନ ଦିୱେଦି ମ୍ୟାଜିଷ୍ଟେଟ୍ ଭାବରେ ତହସିଲଦାର ଯାଇଥିଲେ।

ଏହା ଏବେ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ସମସ୍ତେ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ଆଜିକାଲି ଏହି ଘଟଣା ସବୁ ସାଧାରଣ ପାଲଟି ଗଲାଣି।କେତେ ଯେ ଲୋକ ସବୁ ଲୁଚି ଲୁଚି କଣ ସବୁ କରି ଯାଉଛନ୍ତି। ତାହା ଆପଣ ଅନେକ ଖବର ଶୁଣି ସାରିଥିବେ। ଏଭଳି ଖବର ସମ୍ପର୍କରେ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଅନେକ ଏହି ମାମଲା ରେ ସଂପୃକ୍ତ ହୋଇ ଗିରଫ ମଧ୍ୟ ହେଉଛନ୍ତି। ତେବେ ଏହି ଖବର ସମ୍ପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment