ସାମାନ୍ୟ ବଚସା ରୁ ଛୁରୀ ଭୁଷି ମାରିଦେଲେ….

ବିଚ୍ ବଜାର ଉପରେ ଛୁରୀ ଭୂଷି ହତ୍ୟା କରିଦେଲେ ହତ୍ୟାକାରୀ ମାନେ, ଘଟଣା ଟି ଏମିତି ଯେ ଭୁବନେଶ୍ୱର ରେ ମୋ ଇଲେ ଦୋକାନ କରିଥିବା ସନାତନ ରାଉତରାୟ ନିଜ ବାଇକ୍ ରେ ନିକଟସ୍ଥ ମଦ କାଉଣ୍ଟର ରେ ମଦ ପିଇବାକୁ ଯାଇଥିଲେ ହେଲେ ସେଠାରେ ସେଇ ଅଞ୍ଚଳ ର ଅନ୍ୟ ଜଣେ  ନିବାସୀ ଙ୍କ ସହ ଯୁକ୍ତି ତର୍କ ହେଇଥିଲା

ଆଉ ସେମାନେ ଚାଲି ଯାଇଥିଲେ ଆଉ କିଛି ସମୟ ପରେ ସେମାନେ ଦଳବଳ ହେଇ ଆସି ସନାତନ କୁ ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଦୁଇଜଣ ସନାତନ କୁ ପଛପଟୁ ଧରିଥିଲେ ଆଉ ଅନ୍ୟ ଜଣେ ଛୁରୀ ଭୁଷି ଚାଲିଥିଲା ଆଉ ଏମିତି ହାଲତ ରେ କିଛି ସମୟ ରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା

 

ଆଉ ଘଟଣା ସ୍ଥଳ ରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ ତେବେ ଏହି ଘଟଣା ରାତି ରେ ଘଟିଥିଲା ଆଉ ପରେ ସକାଳେ ପରିବାର ଲୋକ ଜାଣିପାରିଲେ ଆଉ ତାଙ୍କ ବାପା ଥାନା ରେ ଯାଇ ଅଭିଯୋଗ କରିଥିଲେ

ତେବେ ପୋଲିସ ନିକଟସ୍ଥ ସିସିଟିଭି ଯାଞ୍ଚ କରିବା ପରେ ସମ୍ପୂର୍ଣ୍ଣ ହତ୍ୟା ର ଭିଡିଓ ସିସିଟିଭି ରେ କୟଦ ହେଇଥିବା ଜଣାପଡିଛି, ଆଉ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୋଲିସ କହିଛି

Leave a Comment