ଖୋଲିଲା ମାହା ଖୁଲାସା ଓଗାଳିଲେ ସବୁ ସତ ଶଶୁର Pramod Sahu ବୋହୂ Tapaswini ସାମ୍ନା ସାମ୍ନୀ

ଶଶୁର ଘରେ ତପଶ୍ୱନି ରହିବେ ବୋଲି ଜିଲ୍ଲା କୋର୍ଟଙ୍କ ଆଦେଶ ପରେ ଏବେ ତପଶ୍ଵନି ଘରେ ପ୍ରବେଶ କରିବେ ବୋଲି ବିଧି ବ୍ୟବସ୍ଥା ଆରମ୍ଭ ହୋଇଛି। ତପଶ୍ୱନି ଙ୍କ ଓକିଲ ପ୍ରଶାସନିକ ଅଧିକାରୀ, ବୈଦନାଥପୂର୍ ପୋଲିସ ,ଜିଲ୍ଲା ମହିଳା ସୁରକ୍ଷା ଅଧିକାରି ସୁମିତଙ୍କ ବାପା ପ୍ରମୁଖ ଆଲୋଚନା କରିଛନ୍ତି।

ତପଶ୍ୱନି ତାଙ୍କ ଶାଶୁଘରେ କେଉଁଠି ରହିବେ,ତାହା ନେଇ ଆଲୋଚନା ମଧ୍ୟ ଜାରି ରହିଛି।ଘରର ଉପର ମହଲାରେ ତପଶ୍ୱନି ଙ୍କୁ ରଖିବା ପାଇଁ ସୁମିତଙ୍କ ବାପା ଚାହୁଁ ଥିବା ବେଳେ,କିନ୍ତୁ ତପଶ୍ୱନି ସେଠି ରହିବାକୁ ମନା କରିଛନ୍ତି। ତପଶ୍ୱନି ଯେଉଁ ଘରର ବେଡ୍ ରୁମ୍ ରେ ରହୁଥିଲେ ସେହି ରୁମ୍ ରେ ରହିବାକୁ ଚାହୁଁନାହାନ୍ତି।

ଏହାକୁ ନେଇ ଏବେ ତପଶ୍ୱନି ଓ ସୁମିତଙ୍କ ପରିବାର ବର୍ଗରେ ଯୁକ୍ତିତର୍କ ହେବାରେ ଦେଖାଦେଇଛି।କିନ୍ତୁ ଏବେ ସୁମିତ କେଉଁଠି ଅଛନ୍ତି ତାଙ୍କ ବାପା ଜାଣି ନାହାନ୍ତି ବୋଲି କହିଛନ୍ତି।ସୁମିତ ଏହି ପରାମର୍ଶ ଗ୍ରହଣ କରିବେ କି ନାହିଁ ଜାଣିନାହାନ୍ତି ବୋଲି ବାପା ପ୍ରମୋଦ ସାହୁ କହିଛନ୍ତି।

ତପଶ୍ୱନି କହିଛନ୍ତି ଯେ ସେ ସୁମିତଙ୍କ ବେଡ୍ ରୁମ୍ ରେ ହିଁ ରହିବେ।ଶାଶୁଘର ର ସୁ-ବ୍ୟବସ୍ଥା ରଖା ଯିବ ବୋଲି ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ମଧ୍ୟ କହୁଛନ୍ତି।ତାଙ୍କ ବାପା କହିଛନ୍ତି ସେ ଆଗରୁ ଯେଉଁ ରୁମରେ ରହିଥିଲେ ସେହି ରୁମ୍ ରେ ରହିବେ।ବିବାଦ ହେଉଥିବାରୁ କେଉଁଠି ରହିବେ ଆଲୋଚନା କରାଯାଉଛି।

https://youtu.be/ao6Z35hwJo4

Leave a Comment

Your email address will not be published. Required fields are marked *

Scroll to Top