୪ ବର୍ଷର ଛୋଟ ଛୁଆକୁ ଦଉଡ଼ିରେ ବାନ୍ଧି ପିଟିଲେ ସ୍କୁଲ୍ ସାର୍

ଚାରି ବର୍ଷର ଛାତ୍ରକୁ ଦଉଡ଼ିରେ ବାନ୍ଧି ପିଟିଲେ ସ୍କୁଲ୍ ସାର। ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ୪ ବର୍ଷ ର ଛୁଆ କଇଁ କଇଁ ହେଇ କାନ୍ଦୁ ଥିଲା। କିନ୍ତୁ କଅଁଳ ଛୁଆକୁ ଏମିତି ଦଉଡ଼ି ରେ ବାନ୍ଧି ମାଡ଼ ମରା ଯାଉଥିଲା। ପ୍ରଥମେ ଛୁଆକୁ କ୍ଲାସ ରୁମରୁ ବାହାରକୁ ବାହାର କରି ଦେଇଥିଲେ। ପରେ ଛୋଟ ଛୁଆଟିକୁ ସ୍କୁଲ୍ ର ଗ୍ରିଲ ରେ ବାନ୍ଧି ବାଡ଼ିରେ ପିଟି ଥିଲେ। ଯେଉଁ ଭିଡିଓ ବର୍ତ୍ତମାନ ସବୁଠି ଭାଇରାଲ୍ ମଧ୍ୟ ହେବାରେ ଲାଗିଛି।ଚାରି ବର୍ଷର ପୁଅକୁ ଦଉଡ଼ି ରେ ବାନ୍ଧି ପିଟିଥିଲେ ସ୍କୁଲ୍ ସାର। ଛୁଆଟି ସ୍କୁଲ୍ ବାହାରେ ଥାଇ କାନ୍ଦୁ ଥିଲା ମତେ ଛାଡ଼ି ଦିଅ କହି ସାର ଙ୍କୁ ନେହୁରା ମଧ୍ୟ ହେଉଥିଲା।

ହେଲେ ନୃଶଂସ ଅଶିକ୍ଷିତ ସ୍କୁଲ୍ ସାର ଛୋଟ ଛୁଆଟିକୁ ଏଭଳି ଭାବରେ ମାଡ଼ ମାରିବାରେ ଲାଗିଥିଲେ। ଆଉ ମାତ୍ର ୪ ବର୍ଷର ପିଲା ଟିକୁ ଦଉଡ଼ି ରେ ବାନ୍ଧି ଦେଇ ଗାଈ ଗୋରୁ ଭଳି ପିଟିବା ରେ ଲାଗିଥିଲେ। ଏହି ଦୃଶ୍ୟ ହେଉଛି ମାର୍ଶାଘାଇ ଇଂଲିଶ ମିଡିୟମ ସ୍କୁଲ୍ ର ଦୃଶ୍ୟ।ଯେଉଁଠି ଏହି ଛୋଟ ଛୁଆଟି ପ୍ରଥମେ ଶ୍ରେଣୀରେ ପାଠ ପଢ଼ୁଥିଲା। ଆଉ ଛୋଟ ଛୁଆଟି ତାର ଶ୍ରେଣୀରେ ସାର ଙ୍କ ଆଗରେ କିଛି ଦୁଷ୍ଟାମୀ କରି ଦେଇଥିଲା। ସେହି ଛୋଟ ଭୁଲ୍ ପାଇଁ ଛୋଟ ଛୁଆ ଟିକୁ କ୍ଲାସ ରୁମ୍ ଭିତରୁ ବାହାର କରାଯାଇ ତାଙ୍କୁ ପ୍ରଥମେ ସ୍କୁଲ୍ ସାର ଦଉଡ଼ି ରେ ବାନ୍ଧି ପକାଇ ଥିଲେ।

ସେଭଳି ଭାବରେ ବାନ୍ଧି ରଖି ହିଁ ଖୁବ୍ ଜୋରେ ନୃଶଂସ ଭାବରେ ତାଙ୍କୁ ମାଡ଼ ମାରିବାରେ ଲାଗିଥିଲେ।ସେହି ରାସ୍ତା ଦେଇ ଜଣେ ବ୍ୟକ୍ତି ବାଇକ୍ ଯୋଗେ ଯାଉଥିବା ବେଳେ ହଠାତ୍ ତାଙ୍କର ନଜର ଏହି ଛୁଆ ଉପରେ ହିଁ ପଡ଼ିଥିଲା। ଆଉ ଛୁଆକୁ କାହିଁକି ଏମିତି ବନ୍ଧା ଯାଇଛି ପଚରା ଯିବାରୁ ଛୁଆଟି ସବୁକଥା କହି ଦେଇଥିଲା। ଏହାପରେ ସବୁ କଥା ଜଣା ପଡ଼ି ଯାଇଥିଲା। ଏଣେ ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଶିକ୍ଷକ ଏଭଳି କେମିତି କରି ପାରିଲେ ତାହାକୁ ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି।

Leave a Comment