୪ ଟା ଛୁଆର ବାପାକୁ କୁଣ୍ଢେଇ ଶୋଇଥିଲା ଝିଅ ହଠାତ୍ ଦେଖିଦେଲେ ବାପା ମାଆ…!

ଦୁଇ ଦୁଇଟା ଛୁଆର ମାଆ ମଥାରେ ସିନ୍ଦୂର ଦେଲା ଚାରିଟା ଛୁଆର ବାପା। ସାହି ପଡିଶା ଲୋକ ଏହା ଦେଖି ଜମା ହୋଇଗଲେ। କାହାର ମଧ୍ୟ ବିଶ୍ବାସ ହଉ ନଥିଲା କି ଏଭଳି କିଛି ଘଟଣା ଘଟିବ ବୋଲି।୫୫ ବର୍ଷୀୟ ବରକୁ ୪୫ ବର୍ଷୀୟ ଝିଅ ମୁଣ୍ଡରେ ସିନ୍ଦୂର ଦେବାକୁ ସାହି ପଡିଶା କହିଥିଲେ। ପରେ ବେଡ ରୁମ୍ ଭିତରେ ହିଁ ବାହାଘର ଆରମ୍ଭ ହୋଇ ଯାଇଥିଲା। ଆଉ ପରେ ସ୍ତ୍ରୀ ଏବଂ ଚାରି ଚାରିଟା ଛୁଆ ଥାଉ ଥାଉ ସ୍ଵାମୀ ପୁଣି ଆଉଥରେ ଦୁଇଟି ଛୁଆର ମାଆକୁ ସ୍ତ୍ରୀ କଲା।ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ଏହା ଦେଖିବାକୁ ମିଳିଛି ବେଡରୁମ ଭିତରେ ଲୋକମାନେ ଜମା ହୋଇଛନ୍ତି।

ଆଉ ସେମାନେ ମଧ୍ୟ ଦେଖୁଛନ୍ତି କି ଯେମିତି ୫୫ ବର୍ଷୀୟ ବ୍ୟକ୍ତି ସହ ୪୫ ବର୍ଷୀୟ ମହିଳାଙ୍କ ବାହାଘର ହେଉଛି। ଏଭଳି ଏକ ବିଚିତ୍ର ବିବାହ ପଛରେ ଏକ ବଡ଼ କାହାଣୀ ମଧ୍ୟ ରହିଛି। ଏହି ଯୁବକ ନାମ ହେଉଛି ସୁମନ ଯିଏକି ପୋଲିସ ଥାନାର ଜଣେ କର୍ମଚାରୀ।ସେ ଆଗରୁ ମଧ୍ୟ ଜଣେ ଯୁବତୀଙ୍କୁ ବିବାହ କରି ସାରିଛନ୍ତି। ଆଉ ତାଙ୍କର ମଧ୍ୟ ଚାରୋଟି ପିଲା ଅଛି। ହେଲେ ପୁଣି ଥରେ ମହିଳାଙ୍କ ମଥାରେ ସିନ୍ଦୂର ଦେଇ ସେ ଦ୍ଵିତୀୟ ବିବାହ କରିଥିଲେ। ମହିଳା ଜଣକ ମଧ୍ୟ ପୁର୍ବରୁ ଆଉଜଣେ ଯୁବକଙ୍କୁ ବିବାହ କରିଥିଲେ ତାଙ୍କର ମଧ୍ୟ ଦୁଇଟି ସନ୍ତାନ ରହିଛି।

ହେଲେ ତାଙ୍କର ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କର ଦୁଇ ସନ୍ତାନ ସହ ସେ ଏକା ରହୁଥିଲେ। ସୁମନ ର ପୋଷ୍ଟିଂ ମଧ୍ୟ ମହିଳା ରହୁଥିବା ଅଞ୍ଚଳରେ ହୋଇଥିଲା।ସୁମନ ସବୁଦିନ ଏହି ମହିଳା ସହ ଦେଖା ମଧ୍ୟ କରୁଥିଲା। ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ଧୀରେ ଧୀରେ ଆରମ୍ଭ ହୋଇ ଯାଇଥିଲା। ଦୁହେଁ ଏକା ସହ ରହୁଥିଲେ। ଆଉ ଯେତେବେଳେ ମହିଳାଙ୍କ ଘର ଲୋକ ଏହା ଜାଣି ଦେଇଥିଲେ ସେତେବେଳେ ମହିଳାଙ୍କ ପରିବାର ଲୋକେ ତାଙ୍କ ସାମ୍ନାରେ ତାଙ୍କ ଝିଅକୁ ବିବାହ କରିବାକୁ କହିଥିଲେ। ଏହାପରେ ସୁମନ ବାଧ୍ୟ ହୋଇ ସେଭଳି ହିଁ କିଛି କରିଥିଲେ।

Leave a Comment