ସୌମ୍ୟ ମୃତ୍ୟୁ ଘଟଣା ରେ ଏକ ପ୍ରକାର ନୂଆ ମୋଡ଼ ଆସିଗଲାଣି ବୋଲି କହିବା ବି ଠିକ୍ ହେବ , ପ୍ରକୁଟ ରେ ଗତକାଲି ସୌମ୍ୟ ଙ୍କ ରାତ୍ର ଜଗୁଆଳି ଜଣକ ମିଡ଼ିଆ ରେ କହିଥିଲେ କି ଘଟଣା ଦିନ ରାତି 8ଟା ରେ ଜିଲ୍ଲାପାଳ ସୌମ୍ୟ ଙ୍କ ବାସଭବନ ଆସିଥିଲେ ଆଉ ଠିକ୍ କିଛି ସମୟ ପରେ ଏହି ଘଟଣା ଘଟିଥିଲା
ଏହା ମାମଲା କୁ ଆହୁରି ସନ୍ଦେହ ଜନକ କରିଦେଉଛି ଆଉ ଜିଲ୍ଲାପାଳ ଙ୍କ ଭୂମିକା ମଧ୍ୟ ସନ୍ଦେହ ଘେର କୁ ଆସିଯାଇଛି, କଣ ପାଇ ଆସିଥିଲେ ଜିଲ୍ଲାପାଳ, କଣ ସମ୍ପର୍କ ତାଙ୍କର ସୌମ୍ୟ ଙ୍କ ସହ , ଯଦି ସେ ଆସିଥିଲେ ତାହାଲେ କଣ ପାଇଁ ବିଦ୍ୟା କି ଅନ୍ୟ କେହି ଏକଥା କହି ନଥିଲେ
Dfo ଙ୍କ ସହ ଜିଲ୍ଲାପାଳ ମିଶି ଏସବୁ ରଚି ନାହାନ୍ତି ତ, ତେବେ ଏହା ଏକ ଅଡ଼ୁଆ ସୂତା ପରି ଗୁଡେ଼ଇ ହେଇ ରହିଛି ଯାହା କେବଳ କ୍ରାଇମ୍ ବ୍ରାଞ୍ଚ ହିଁ ତଦନ୍ତ ପରେ ବାହାର କରିପାରିବେ ତେବେ ଲୋକାଲ ପୋଲିସ ବହୁତ୍ ପ୍ରମାଣ ନଷ୍ଟ କରିଦେଇଛି ବୋଲି କ୍ରାଇମ୍ ବ୍ରାଞ୍ଚ କହିଛି
ଏଥିରୁ ସ୍ପଷ୍ଟ ଯେ, ଆଇଆଇସି ମମତା ପଣ୍ଡା, DFO, ଜିଲ୍ଲାପାଳ, ଜଙ୍ଗଲ ମନ୍ତ୍ରୀ, ଏମାନେ ହୁଏତ ଏଇ ଘଟଣା ରେ ସାମିଲ, ବହୁତ୍ ବଡ଼ ବଡ଼ ମାଛ ଙ୍କ ସମ୍ପୃକ୍ତି କଣ ପାଇଁ ତାହା ଏଯାବତ୍ ସନ୍ଦେହ ଘେର ରେ
ନିଶ୍ଚୟ ଏହା ପଛରେ କିଛି ବହୁତ୍ ବଡ଼ ଷଡ଼ଯନ୍ତ୍ର ସାମିଲ, ବିଦ୍ୟା ବି ବହୁତ୍ ଘୃଣା କରୁଥିଲେ ସୌମ୍ୟ ଙ୍କୁ, DFO ବି ଜାଣିଶୁଣି ରାତ୍ରି ଡ୍ୟୁଟି ଦେଉଥିଲେ ସୌମ୍ୟ ଙ୍କୁ , ମମତା ପଣ୍ଡା ହେଉଛନ୍ତି ବିଦ୍ୟା ଙ୍କ ସଂପର୍କୀୟ, ଏପଟେ ଜଙ୍ଗଲ ମନ୍ତ୍ରୀ ଙ୍କ ସହ ବି DFO ଙ୍କ ଭଲ ସମ୍ପର୍କ, କେଉଁଠି ନା କେଉଁଠି ଏଇ ଘଟଣା ହତ୍ୟା ଆଡ଼କୁ ଇଙ୍ଗିତ କରୁଛ,
ଲଣ୍ଠନ ନିଆ ରୁ ମଣିଷ ପୋଡ଼ି ହେଇଯିବ ଏହା କେମିତି ପୋଲିସ କହୁଚି କେଜାଣି, ଧନ୍ୟ ସେ ଡିଜି ଙ୍କୁ ଯିଏ ସବୁ ଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ , ବେଳେ ବେଳେ ଲାଗୁଛି ଏଇ ମାମଲା ରେ ସେ ବି ସାମିଲ ହେଇଥାଇ ପାରନ୍ତି
ମିଛ ଯେତେ ବି ରଙ୍ଗ ବଦଳେଇଲେ ବି ନିଶ୍ଚୟ ସାମ୍ନା କୁ ଆସିବ,ଆମର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ ବିଶ୍ୱାସ ରହିଛି, ଓଡ଼ିଶା ବାସୀ ମଧ୍ୟ ଅପେକ୍ଷା କରିଛନ୍ତି ସୌମ୍ୟ ଙ୍କ ନ୍ୟାୟ ପାଇଁ