ଧିରେ ଧିରେ ଯେମିତି ଅଡ଼ୁଆ ସୂତା ଖୋଲିବାକୁ ଲାଗୁଛି, ଲାଗୁଛି ଯେମିତି ନିଆ ନଥାଇ ଧୂଆଁ ଉଠିବନି,ପ୍ରଥମ ଦିନରୁ ସମସ୍ତେ ସନ୍ଦେହ କରୁଛନ୍ତି ବିଦ୍ୟା ଭାରତୀ ଆଉ DFO ଙ୍କ ସମ୍ପର୍କ କୁ ନେଇ, ପ୍ରଥମେ ବିଦ୍ୟା ଙ୍କ ସନ୍ଦେହଜନକ ଚିଠି ଆଉ ପରେ DFO ଙ୍କ ବ୍ୟବହାର ଆଉ ସବୁ ଠୁ ବଡ଼ କଥା ଆଜି DFO ଙ୍କ ପୂର୍ବତନ ରାତ୍ର ସିକୁରିଟି ଗାର୍ଡ ଜଣକ ଖୁଲାସା କରିଛନ୍ତି ଯେ ରାତି ଅଧ ରେ DFO ଯାଉଥିଲେ ସୌମ୍ୟ ରଞ୍ଜନ ଙ୍କ ଘରକୁ
ସେ ଏହା ବି କହିଛନ୍ତି କି DFO ପଛପଟ ବାଟ ଦେଇ ସୌମ୍ୟ ଙ୍କ ଘରକୁ ଯିବ ଆସିବା କରୁଥିଲେ, ଏହା ସହ ମୁ ଯେତେବେଳେ ତାଙ୍କୁ ଦେଖି ଦେଇଥିଲି ତାପରଠୁ ମତେ ସନ୍ଦେହ ଜନକ ଦୃଷ୍ଟିରେ ଦେଖି ମତେ ଚାକିରି ରୁ ବାହାର କରିଦେଇଥିଲେ
ପରେ ମୁଁ ଅଟୋ କିଣି ଚଲେଇବା ଆରମ୍ଭ କଲି ଆଉ ସୌମ୍ୟ ସାର୍ ମତେ ବି ଯୋଗାଯୋଗ କରନ୍ତି, ମୁ ତାଙ୍କୁ ଆଉ ବିଦ୍ୟା ଙ୍କୁ ବହୁତ୍ ଥର ବୁଲେଇବାକୁ ମୋ ଅଟୋ ରେ ନେଇଛି ହେଲେ ସେମାନେ କେବେ କଥା ହେବାର ମୁ ଦେଖିନି, ସୌମ୍ୟ ସାର୍ କି ବିଦ୍ୟା ମାଡ଼ମ କେବେ କଥା ହେଇ ନାହାନ୍ତି ମୋ ଆଗରେ ।
ଆଉ ସକାଳେ ମୁ ଯେତେବେଳେ ଡ୍ୟୁଟି କରେ ସୌମ୍ୟ ସାର୍ ଆଉ ମାଡ଼ମ ମର୍ଣିଂ ୱାକ୍ କରନ୍ତି ଆଉ ଏସବୁ ଉପର ବାଲକୋନି ରେ DFO ସାର୍ ଦେଖନ୍ତି , ମୁଁ ଗଲା ପରେ DFO ସାର୍ ପଛପଟ ହତା ରେ ଗୋଟେ ନୂଆ ଗେଟ କରିଛନ୍ତି ,ହୁଏତ ସୌମ୍ୟ ଙ୍କ ଘରକୁ ଯିବ ଆସିବାରେ ସୁବିଧା ହେବ ବୋଲି
ତେବେ ତାଙ୍କୁ ଜଲ୍ଦୀ ବଦଳି କରାଯାଉ, ତାଙ୍କ ଚାପ ରେ କେହି ମୁଁହ ଖୋଲୁ ନାହାନ୍ତି…ମୋର୍ ସମୟ ହେଉନଥିଲା ନହେଲେ ମୁ ବହୁତ୍ ଆଗରୁ ଏସବୁ କହିଥାନ୍ତି, ଏମିତି କହୁଥିଲେ ରାତ୍ର ଜଗୁଆଳି ଜଣକ