ଧନ, ଏମାନେ ମୋ ପେଟ ରେ ଛୁରୀ ଭୁଷି ଦେଇଛନ୍ତି .. ମରିବି କି ବଞ୍ଚିବି ଜାଣିନି.. ମତେ ବଞ୍ଚେଇ ଦେ

ଯାଇଥିଲେ ସ୍ଵିଗି ଅର୍ଡର୍ ନେଇ ହେଲେ ରାତି ୩ ଟା ରେ ନିଜ ସ୍ତ୍ରୀ କୁ ମୋବାଇଲ ଯୋଗେ କଲ୍ କରି କହିଲେ କି ଧନ ମତେ ଏମାନେ ନେଇ ଯାଇଛନ୍ତି, କୁଆଡେ ନେଇଛନ୍ତି ମୁ ଜାଣିନି ହେଲେ ମୋ ପେଟ ରେ ଛୁରି ମାରିଦେଇଛନ୍ତି, ମରିବି କି ବଞ୍ଚିବି ଜାଣିନି, ମତେ ଏମାନେ ଉତ୍ତରା ଆଡ଼କୁ ନେଇ ଯାଉଛନ୍ତି ,ମୁ ଗୋଟେ ଡାଲା ଅଟୋ ରେ ପଡ଼ିଛି, ମୋ ଦେହ ରେ କପଡା ନାହିଁ ମୋର୍ ପଇସା ସବୁ ଏମାନେ ଛଡେଇ ରଖିଛନ୍ତି

ମତେ ବଞ୍ଚେଇଦେ, ମୁ କେତେ କଷ୍ଟ ରେ ତତେ ଫୋନ୍ କରୁଛି ତମେ ଜଲ୍ଦୀ ଆସ, ଏମିତି କିଛି କଲ୍ ରେ କହିଥିଲେ ସ୍ୱିଗି ର ଡେଲିଭରୀ ବୟ , ତେବେ ପତ୍ନୀ ଏହା ଶୁଣି ବିଚଳିତ ହେଇ ପୋଲିସ କୁ ଖବର ଦେବ ସହ ନିଜ ସଂପର୍କୀୟ ଧରି ଖୋଜା ଖୋଜି କରିଥିଲେ ସୁଦ୍ଧା ଏପର୍ଜନ୍ତ୍ ତାଙ୍କର କୌଣସି ଖୋଜ ଖବର ମିଳିପାରି ନାହିଁ

ତେବେ ସେ  ଏହି ଘଟଣା ର କିଛି ଘଣ୍ଟା ଆଗରୁ ସ୍ତ୍ରୀ କୁ ଫୋନ୍ ଯୋଗେ କହିଥିଲେ କି ମୋର୍ ବାଇକ୍ ଖରାପ୍ ହେଇ ଯାଇଚି ମୁ ଗଡ଼େଇ ଗଡ଼େଇ ଆସୁଚି  ମୁ ଯେତେବେଳେ ଅର୍ଡର୍ ନେଇ ଆସୁଥିଲି ମୋ ପଛରେ ୪ ୫ ଜଣ ମଦୁଆ ମତେ ଫଲୋ କରୁଥିଲେ ଆଉ ମୋ ପାଖରେ ଏବେ ୩୦ ହଜାର ଟଙ୍କା ଅଛି ତେଣୁ ମତେ ଭୟ ଲାଗୁଛି , ସେମାନେ ଏବେ ବି ମତେ ପିଛା କରୁଛନ୍ତି

ପୋଲିସ ଏଇ ନେଇ ତଦନ୍ତ ଜୋରଦାର ଆରମ୍ଭ କରିଦେଇଛି ଆଉ ସେ ସ୍ଥାନ ରେ ଡେଲିଭରୀ ବୟ ଙ୍କ ଗଞ୍ଜି ବ୍ୟାଗ ଆଉ ପାଣି ବୋତଲ ମଧ୍ୟ ଜବତ ହେଇଚି ତେବେ ଏଯାବତ୍ ତାଙ୍କ ଖବର ମିଳି ପାରି ନାହିଁ ,

Leave a Comment

Your email address will not be published. Required fields are marked *

Scroll to Top