ଧରା ପଡ଼ିଗଲା MBK ମ୍ୟାଡମଙ୍କ ଭିତିରି ଖେଳ ଫସିଗଲେ କୁନା ସାର୍ ଆଉ ତାପରେ…

ଜଣେ ପରେ ଜଣେ ଏବେ ଧରା ପଡିବାରେ ଲାଗିଛନ୍ତି MBK ମ୍ୟାଡମ୍। ଲୁଚି ଲୁଚି ଖେଳ କରୁଛନ୍ତି ଆଉ ଜଣ ଜଣ ହୋଇ MBK ମ୍ୟାଡମ୍ ସମସ୍ତଙ୍କ ଆଗରେ ଧରା ପଡ଼ୁଛନ୍ତି। ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି କୁନା ସାର ଙ୍କ ସହ MBK ମ୍ୟାଡମ୍ ଙ୍କ ସମ୍ପର୍କ କଣ? କାହିଁକି MBK ମ୍ୟାଡମ୍ ଙ୍କ ବିରୁଦ୍ଧରେ ଖବର ପ୍ରସାରଣ କରିଲେ ବିଗିଡ଼ି ଯାଉଛନ୍ତି କୁନା ସାର୍? ଏ ଘଟଣା ପଛର ମୂଳ ମଞ୍ଜି ଆଉ କୁନା ସାର ନୁହଁନ୍ତି ତ?ଏହି MBK ମ୍ୟାଡମ୍ ଜଣକ ନାମ ହେଉଛି ପାର୍ବତୀ ଲେଙ୍କା। ଏବେ ତାଙ୍କର ସବୁ ସତ ସମସ୍ତଙ୍କ ସାମ୍ନା ରେ ଧରା ପଡି ଯାଇଚି। ପାର୍ବତୀଙ୍କ ଖେଳକୁ ଧରା ପକାଇଛନ୍ତି ଜଣେ ଯୁବତୀ ଜଣକ।

ହେଲେ MBK ମ୍ୟାଡମ୍ ଙ୍କ ଲୁଚାଣିଆ ଖେକ ଭିତରେ କୁନା ସାର ଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଯେଉଁ କୁନା ସାର ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ସିଧା ଧମକ ଦେବାରେ ଲାଗିଛନ୍ତି। ଆଉ MBK ମ୍ୟାଡମ୍ ଙ୍କ ଖବର ପ୍ରସାରଣ କଲେ ନାଲି ଆଖି ଦେଖାଉ ଛନ୍ତି।ପ୍ରଥମେ ଡେରାବିଶ ବ୍ଲକ ବାରିମୂଳ ଏ MBK ମ୍ୟାଡମ୍ସ୍ଵୟଂ ପ୍ରଭା ମିଶ୍ର ସଂସ୍କୃତ ମହା ବିଦ୍ୟାଳୟ ରୁ କୃତକାର୍ଯ୍ୟ ହୋଇଥିବା ନେଇ ଜାଲ ସାର୍ଟିଫିକେଟ ଦେଖାଇ ସେ ଚାକିରୀ ପାଇଥିଲେ ।

ହେଲେ RTI ଏହି ଘଟଣାର ପରଦା ଫାର୍ସ କରାଇବା ପରେ ଯାଲ ସାର୍ଟିଫିକେଟ ଦେଖାଇ ସ୍ଵୟଂପ୍ରଭା ମ୍ୟାଡମ ଚାକିରୀ କରିଥିବା ଜଣା ପଡ଼ିବା ପରେ ଡେରାବିଶ ବିଡ଼ିଓ ତାଙ୍କ ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ପୁଣି ଥରେ ଆଉ ଏକ MBK ମ୍ୟାଡମ୍ ସେଠାରେ +୩ରେ କୃତକାର୍ଯ୍ୟ କରିଥିବାର ଏକ ନକଲି ସାର୍ଟିଫିକେଟ ତିଆରି କରିଥିଲେ ଆଉ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଜଣା ପଡ଼ିଛି। ପୁଣି ଥରେ ପାର୍ବତୀ ମ୍ୟାଡମ ଚାକିରୀ ପାଇଯିବା ଓ ଦ୍ଵିତୀୟ ସ୍ଥାନରେ ଥିବା ଲୋପିତା ସେନ RTI ରୁ ତଥ୍ୟ ମଗାଇ ଥିଲେ। ଏହାପରେ ସେ ଏବେ ମାନ୍ୟବର ହାଇ କୋର୍ଟ ର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ପାର୍ବତୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

Leave a Comment