କାନ୍ଧରେ କଲେଜ୍ ବ୍ୟାଗ୍ ହେଲେ ସେଥିରେ ବହି ଖାତା ବଦଳରେ ଅନ୍ୟ ରାଜ୍ୟକୁ ଯାଉଛି ପୁଳା ପୁଳା ଗଞ୍ଜେଇ। ସବୁଠାରୁ ବଡ଼ କଥା କି ଏସବୁ ଜିନିଷ କୁ ଚାଲାଣ କରିଥିବା ଜଣେ ଯୁବକ ହେଉଛି ଡାକ୍ତର। ଏସବୁ ସେତେବେଳେ ଜଣା ପଡିଲା ଯେତେବେଳେ ଟ୍ରେନ୍ କୁ ତରବର ହୋଇ ଚଢିବା ସମୟରେ ପୋଲିସ ର ସନ୍ଦେହ ହୋଇଥିଲା ତାଙ୍କ ଉପରେ। ଏହାପରେ ତାଙ୍କୁ ସର୍ଚ୍ଚ କରାଯାଇ ଥିଲା ଆଉ ଏହା ପରେ ସବୁ ସତ ସାମ୍ନା କୁ ଆସିଗଲା।କୋରାପୁଟ ରୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଛାତ୍ରଙ୍କୁ ବାନ୍ଧି ଦେଲା ପୋଲିସ। କୋରାପୁଟ ରେଲୱେ ଷ୍ଟେସନ ରୁ ଦୁଇଜଣ ଛାତ୍ର ଗିରଫ ହୋଇଛନ୍ତି।
ଏହା ଷ୍ଟେସନ ରୁ ସୁଚନା ମିଳିଛି। ଉତ୍ତର ପ୍ରଦେଶ କୁ ଗଞ୍ଜେଇ ଚୋରା ଚାଲାଣ ହୋଇଥିବା ବେଳେ ଦୁହିଁଙ୍କୁ ଧରିଲା ପୋଲିସ। ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ବ୍ୟାଗରେ ସାତଟି ପ୍ୟାକେଟ ରେ ୪୦ କେଜି ରୁ ଅଧିକ ଗଞ୍ଜେଇ ଜବତ କରିଛି କୋରାପୁଟ GRP ପୋଲିସ।କୋରାପୁଟ ରେଲୱେ ଷ୍ଟେସନ ରେ ରାୟଗଡ଼ା ପ୍ୟାସେଞ୍ଜର ଟ୍ରେନ୍ ରେ ତରବର ହୋଇ ଚଢ଼ୁଥିବା ସମୟରେ ସନ୍ଦେହ କରି ଯାଞ୍ଚ୍ କରିଥିଲା କୋରାପୁଟ GRP ପୋଲିସ। ଗିରଫ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ର ଗୋଟେ ଘରୋଇ ଡାକ୍ତରଖାନା ରେ କାର୍ଯ୍ୟରତ ଅଟନ୍ତି। ଆଉ ଜଣେ ଉତ୍ତରାଖଣ୍ଡ ର ଅଟନ୍ତି।
ଏହି ଘଟଣା ସମ୍ପର୍କରେ ଏବେ ଯେ କେହି ମଧ୍ୟ ଶୁଣିଛି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ରଖିଛନ୍ତି। ଏଥିରୁ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଯୁବପିଢୀ ମାନେ କେଉଁ ଆଡ଼କୁ ଯାଉଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।