ସ୍ୱାମୀର ସୈତାନି ରେ ଏବେ ସ୍ତ୍ରୀ ବଦନାମ ହେଉଛି। ସୋସିଆଲ ମିଡ଼ିଆ ରେ ମଧ୍ୟ ସ୍ତ୍ରୀ କୁ ବାରଙ୍ଗାନା ସଜାଇବାକୁ ପଛେଇଲାନି ସ୍ୱାମୀର ବିବେକ। ଯେଉଁ ସ୍ତ୍ରୀ କୁ ବେଦିରେ ବସି ତାର ଦଶ ଦୋଷ କ୍ଷମା କରିବା ପାଇଁ ଘରକୁ ଆଣିଥିଲା ସେହି ଅର୍ଦ୍ଧାଙ୍ଗିନୀ କୁ ହିଁ ବାରଙ୍ଗାନା ସଜାଇ ଦେଇଥିଲା। ଏଭଳି କିଛି କାମ ମଧ୍ୟ କରିଥିଲା ଯାହା ଯଦି କୋଉ ସ୍ୱାମୀ କିଛି ଶୁଣିବ ତାକୁ ମଧ୍ୟ ଲାଜ ଲାଗିବ। ଆଉ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।ଅଷ୍ଟମଙ୍ଗଳା ଯିବାର ଦଶ ଦିନ ପରେ ଅର୍ଥାତ ବିବାହର ୨୧ ଦିନ ପରେ ହିଁ ଆରମ୍ଭ ହୋଇ ଯାଇଥିଲା ସ୍ତ୍ରୀ ଉପରେ ସ୍ୱାମୀର ଅତ୍ୟାଚାର। ଆଉ ସ୍ତ୍ରୀ କୁ ବ୍ୟଭିଚାରିଣି ର ଆଖ୍ୟା ମଧ୍ୟ ଦିଆ ଯାଇଥିଲା।
ଏଭଳି କିଛି ଆଖ୍ୟା ଦେଇଥିଲା ତାର ନିଜର ସ୍ବାମୀ। ଯାହାକି ଏବେ ନିଜେ ମୁହଁ ଖୋଲି କହିଛନ୍ତି ସ୍ତ୍ରୀ ଜଣକ। ଏତିକିରେ ସ୍ୱାମୀର ମନ ଶାନ୍ତି ହେଲା ନାହିଁ ଯେ ସୋସିଆଲ ମିଡିଆରେ ନିଜ ସ୍ତ୍ରୀ କୁ ଏକ,ବାରଙ୍ଗାନା ର ଆଖ୍ୟା ଦେଇ ଭିଡିଓ କରି ତାହା ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବା ସହ ତାହାକୁ ସେ ଭାଇରାଲ ମଧ୍ୟ କରିଥିଲେ। ଯାହାକୁ ନେଇ ଏବେ ସମାଜ ସ୍ତ୍ରୀ କୁ ଏକ ଖରାପ୍ ନଜର ରେ ଦେଖିବାରେ ଲାଗିଛି। ଉକ୍ତ ସ୍ତ୍ରୀ ଜଣକ ପ୍ରତି ସମାଜର ନଜର ମଧ୍ୟ ବଦଳି ଯାଇଛି।
ଏନେଇ ମହିଳା ଜଣକ କହିଥିଲେ କି ନାରୀ ଜୀବନ କଣ ପାପ? ନା ଅସୁବିଧା ର ସମ୍ମୁଖୀନ ହୋଇ କାହା ସହ ଲିଫ୍ଟ ରେ ଯିବା ପାପ ଅଟେ?ଏକଥା ନିଜେ ହିଁ ମହିଳା ଜଣକ କହିଛନ୍ତି। ସେ ଜଣକ ସହ ଲିଫ୍ଟ ରେ ଚାଲିଯିବା ନେଇ ଏବେ ତାଙ୍କର ସ୍ବାମୀ ସେହି ସ୍ତ୍ରୀ ର ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ କଣ ଲାଗୁଛି କି ମହିଳା ଜଣକ ସହ ଯାହା ହେଲା ତାହା କଣ ଠିକ ହେଲା ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।