ବଜାର କୁ ଆସିଗଲା ନକଲି ଅଣ୍ଡା, ସାବଧାନ ରୁହନ୍ତୁ..

ବିଗତ କିଛି ଦିନ ଆଗରୁ ଓଡ଼ିଶା ବଜାର ରେ ଯେଉଁଭଳି ଭାବେ ନକଲି ସସ୍, ନକଲି ତେଲ ବିକ୍ରି ଚାଲିଥିଲା ଏପରିକି ନକଲି ଚାଉଳ ମଧ୍ୟ ,ତାପରେ ଏବେ ପୁଣି ଥରେ ନକଲି ଅଣ୍ଡା ର ନକଲି ବଜାର ଓଡ଼ିଶା ରେ ପ୍ରବେଶ କରିଛି

କଣ ଆପଣ ଜାଣିଛନ୍ତି ଆପଣ ଖାଉଥିବା ଅଣ୍ଡା କେତେ ପ୍ରକୁତ୍ ଆଉ କେତେ ନକଲ.. ତେବେ ପାଣି ଓ କ୍ୟାଲସିୟମର କିଛି ତତ୍ଵର ମିଶ୍ରଣ କରି ଏହି ଅଣ୍ଡା ପ୍ରସ୍ତୁତ କରାଯାଉଛି ।

ଆସନ୍ତୁ ଜାଣିବା ଏହା କିପରି ହେଉଛି..

ସର୍ବପ୍ରଥମେ ହାଲ୍କା ଉଷୁମ ପାଣିରେ ପର୍ଯ୍ୟାପ୍ତ ମାତ୍ରାରେ ସୋଡିୟମ ଆଲଗାନାଇଟ ନିଆ ଯାଏ ଓ ଏହାକୁ ଭଲ ଭାବରେ ମିଶ୍ରଣ କରି ଅଣ୍ଡାର ଧଳା ଅଂଶର ଆକାର ଦିଆ ଯାଇଥାଏ । ପୁଣି ଏହାକୁ ଜିଲେଟିନ ଓ ବେଞ୍ଜୋଇକ ଏସିଡ ବା ଏଲ୍ଯୁମ ଓ ଅନ୍ୟ ରାସାଯନିକ ତତ୍ତ୍ଵ ସହ ମିଶାଇ ଅଣ୍ଡାର ଧଳା ଅଂସ ତିଆରି କରାଯାଇଥାଏ ।

ନକଲି ଅଣ୍ଡା ପ୍ରସ୍ତୁତି ନିମନ୍ତେ ଜିଲାଟିନ, ବେଞ୍ଜାଇକ, ଏସିଡ, ଆଲମ ଓ ଅନ୍ୟ କେତେକ ପ୍ରକାରର ରାସାୟନିକ ତତ୍ତ୍ୱର ଉପଯୋଗ ହୋଇଥାଏ । ଏ ସମସ୍ତ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ । ହଂକଂ ଗବେଷକଦଳଙ୍କ ମତରେ ନକଲି ଅଣ୍ଡା ନିୟମିତ ଖାଇଲେ ଡିମେନସିଆ ହେବାର ଆଶଙ୍କା ସବୁଠାରୁ ଅଧିକ

ତେଣୁ ଯେବେ ବି ଅଣ୍ଡା ଆଣୁଛନ୍ତି ସାବଧାନ ସହ ନିଜ ର ଚିହ୍ନା ଦୋକାନ ରୁ ନିଅନ୍ତୁ

Leave a Comment