ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଜାଣନ୍ତୁ ଶ୍ରାବଣ ମାସରେ ଶିବଙ୍କୁ ପୂଜା କରିବାପାଇଁ କେଉଁ କେଉଁ ତିଥି ବିଶେଷ, ମିଳିଥାଏ ବିଶେଷ ଫଳ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପବିତ୍ର ଶ୍ରାବଣ ମାସ ହିନ୍ଦୁ ପଞ୍ଚାଙ୍ଗର ପଞ୍ଚମ ମାସ ଏବଂ ଶିବଙ୍କର ପ୍ରିୟ ମାସ ହୋଇଥାଏ | ଶ୍ରାବଣ ମାସରେ ସାରା ଦେଶରେ ବର୍ଷା କାଳ ଆରମ୍ଭ ହୋଇଯାଏ ଏବଂ ଚାରିଆଡେ ଶିବଙ୍କ ପୂଜା କରାଯାଏ | ଏହି ସମୟରେ ମନ୍ଦିର ଏବଂ ଶିବାଳୟରେ ଶିବଙ୍କ ପୂଜା ପାଇଁ ଲୋକମାନଙ୍କ ଭିଡ଼ ଲାଗି ରହିଥାଏ | ଶ୍ରାବଣ ମାସରେ ଶିବ ଭକ୍ତ ସେମାନଙ୍କ ଅନୁଯାୟୀ ନିଜ ଆରାଧ୍ୟ ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି | ଶାସ୍ତ୍ର ଅନୁଯାୟୀ, ପୁରା ଶ୍ରାବଣ ମାସ ଶିବ ଆରାଧନା ସହିତ ଜଡିତ ହୋଇଥାଏ ଏବଂ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ | ସେହିପରି ଏହି ମାସରେ କିଛି ବିଶେଷ ତିଥି ଏବଂ ପର୍ବରେ ଶିବ ପୂଜା କରିବାଦ୍ୱାରା ବିଶେଷ ଲାଭ ମିଳିଥାଏ | ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ ଶିବ ପୂଜା କରିବାପାଇଁ ବିଶେଷ ତିଥି ଏବଂ ପର୍ବ ବିଷୟରେ |

ସୋମବାର :-

ଶ୍ରାବଣ ମାସରେ ସୋମବାର ଦିନ ଭଗବାନ ଶିବଙ୍କ ବ୍ରତ ଏବଂ ପୂଜା କରିବାର ବିଶେଷ ମହତ୍ୱ ରହିଥାଏ | ସେହିପରି ଏହି ବର୍ଷ ଶ୍ରାବଣ ମାସରେ ଚାରିଟି ସୋମବାର ପଡୁଛି, ଯାହାକି ଜୁଲାଇ ୨୬, ଅଗଷ୍ଟ ୨, ଅଗଷ୍ଟ ୯ ଏବଂ ଅଗଷ୍ଟ ୧୬ ଅଟେ | ସୋମବାର ବ୍ରତ କରିବାଦ୍ୱାରା ବ୍ୟକ୍ତି ସବୁ ପ୍ରକାରର ଦୁଃଖରୁ ମୁକ୍ତି ପାଇଥାଏ ଏବଂ ଆଜିକାଲି କୁଆଁରୀ କନ୍ୟାମାନଙ୍କ ଦ୍ୱାରା ବ୍ରତ କରିବାଦ୍ୱାରା ସେମାନଙ୍କୁ ମନଇଚ୍ଛା ବର ମିଳିଥାଏ |

କଳାଷ୍ଟମୀ :-

ସେମିତିରେ ତ ପ୍ରତ୍ୟେକ ମାସ କଳାଷ୍ଟମୀର ପର୍ବ ପାଳନ କରାଯାଇଥାଏ ଏବଂ ଏହି ଦିନ ଭଗବାନ ଶିବଙ୍କ କାଳଭୈରବ ସ୍ୱରୂପ ପୂଜା କରାଯାଇଥାଏ, କିନ୍ତୁ ଶ୍ରାବଣ ମାସରେ କଳାଷ୍ଟମୀର ବିଶେଷ ମହତ୍ୱ ରହିଥାଏ | ପଞ୍ଚାଙ୍ଗ ଅନୁଯାୟୀ, ଶ୍ରାବଣ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀ ଦିନ କଳାଷ୍ଟମୀର ବ୍ରତ ଏବଂ ପୂଜା କରାଯାଏ | ଶ୍ରାବଣ ମାସରେ କଳାଷ୍ଟମୀ ବ୍ରତ ଜୁଲାଇ ୩୧ ତାରିଖ ୨୦୨୧ ଦିନ ଶନିବାରକୁ ରହିଛି |

ପ୍ରଦୋଷ ବ୍ରତ :-

ପଞ୍ଚାଙ୍ଗ ଅନୁଯାୟୀ, ପ୍ରତ୍ୟେକ ମାସର ଦୁଇ ପକ୍ଷ ମଧ୍ୟରେ ତ୍ରୟୋଦଶୀ ତିଥି ଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାପାଇଁ ପ୍ରଦୋଷ ବ୍ରତ ରଖିବାର ବିଧାନ ଅଟେ | ଏହି ବ୍ରତର ପ୍ରଭାବ ଦ୍ୱାରା ଅନେକ ପ୍ରକାରର ଦୋଷ ଦୂର ହୋଇଯାଏ ଏବଂ ବ୍ୟକ୍ତି ସଂସାରର ସବୁ ସୁଖକୁ ଭୋଗକରି ଶେଷରେ ଶିବ ଲୋକ ଯାଇଥାଏ | ସେହିପରି ଶାସ୍ତ୍ରରେ ଶ୍ରାବଣ ମାସର ପ୍ରଦୋଷ ବ୍ରତକୁ ବହୁତ ଅଧିକ ମହତ୍ୱ ଦିଆଯାଇଛି | ଶ୍ରାବଣ ମାସରେ କୃଷ୍ଣ ପକ୍ଷର ପ୍ରଦୋଷ ବ୍ରତ ଅଗଷ୍ଟ ପାଞ୍ଚ ତାରିଖ ୨୦୨୧ ଦିନ ଗୁରୁବାର ଏବଂ ଶୁକ୍ଳ ପକ୍ଷର ପ୍ରଦୋଷ ବ୍ରତ ଅଗଷ୍ଟ ୨୦ ଦିନ ଶୁକ୍ରବାର ଦିନ ପଡୁଛି |

ମାସିକ ଶିବରାତ୍ରି :-

ମାସିକ ଶିବରାତ୍ରିର ପର୍ବ ଶିବ ଏବଂ ଶକ୍ତିର ମିଳନ ପର୍ବ ଅଟେ ଏବଂ ଶିବରାତ୍ରିର ବ୍ରତ ଶିବ-ପାର୍ବତୀର ଆଶୀର୍ବାଦ ପ୍ରାପ୍ତ କରିବାପାଇଁ ସବୁଠାରୁ ଅଧିକ ଉପଯୁକ୍ତ କୁହାଯାଏ | ସେହିପରି ଶ୍ରାବଣ ମାସର ଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜା କରିବାଦ୍ୱାରା ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ | ପଞ୍ଚାଙ୍ଗ ଅନୁଯାୟୀ, ଶ୍ରାବଣ ମାସିଆ ଶିବରାତ୍ରି ଅଗଷ୍ଟ ୬ତାରିଖ ୨୦୨୧ ଦିନ ଶୁକ୍ରବାରରେ ପଡୁଛି |

ନାଗପଞ୍ଚମୀ :-

ଶ୍ରାବଣ ମାସରେ ନାଗପଞ୍ଚମୀର ପର୍ବ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପଞ୍ଚମ ତିଥି ଦିନରେ ପାଳନ କରାଯାଏ | ଏହି ଦିନ ନାଗ ଦେବତାଙ୍କୁ ପୂଜା କରାଯାଇଥାଏ ଏବଂ ନାଗମାନଙ୍କୁ କ୍ଷୀର ପିଇବାକୁ ଦିଆଯାଏ | ଏହି ବର୍ଷ ନାଗପଞ୍ଚମୀ ଅଗଷ୍ଟ ୧୩ ତାରିଖ ୨୦୨୧, ଶୁକ୍ରବାର ଦିନ ପଡୁଛି |

Leave a Reply

Your email address will not be published. Required fields are marked *