ପୋଖରୀକୁ ପାଣି ପିଇବାପାଇଁ ଯାଉଥିବା ହାତୀମାନଙ୍କ ରାସ୍ତାକୁ ଅଟକାଇଲା ଗଣ୍ଡା, ଭିଡିଓରେ ଦେଖନ୍ତୁ କ୍ରୋଧିତ ଗଜରାଜ ତାପରେ କଣ କଲା
ପୃଥିବୀର ସବୁଠାରୁ ବଡ଼ ପଶୁ ହାତୀ ହୋଇଥାଏ, ତାପରେ ଗଣ୍ଡା ଏବଂ ଜଳହସ୍ତୀ ମଧ୍ୟ ବିଶାଳ ଶରୀରର ହୋଇଥାନ୍ତି | କିନ୍ତୁ ଏହି ତିନିଜଣଙ୍କ ମଧ୍ୟରୁ ହାତୀକୁ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଇଥାଏ | ଯିଏକି ନିଜ ପରିବାର ସହିତ ମିଶି ରହିଥାଏ | ଏହି ଶାନ୍ତ ଏବଂ ବୁଦ୍ଧିମାନ ହାତୀ ବେଳେବେଳେ କ୍ରୋଧିତ ମଧ୍ୟ ହୋଇଯାଏ ଏବଂ ଏହା କେବଳ ସେତେବେଳେ ହୋଇଥାଏ, ଯେତେବେଳେ କେହି ତା ରାସ୍ତାକୁ ଆସି ତାକୁ ହଇରାଣ କରେ | ଅନେକଥର ହାତୀ କ୍ରୋଧିତ ଥାଇ ଭଙ୍ଗାରୁଜା କରିବା ସହିତ ଜୀବନ ମଧ୍ୟ ନେଇଯାଏ | ସୋସିଆଲ ମିଡିଆରେ ଆମକୁ ଏପରି ଏକ ଭିଡିଓ ଦେଖିବାକୁ ମିଳିଲା |
ଏହି ଭିଡିଓରେ ପୋଖରୀ କୂଳକୁ ପାଣି ପିଇବାପାଇଁ ଯାଉଥିବା ହାତୀର ରାସ୍ତାକୁ ଗୋଟିଏ ଗଣ୍ଡା ଅଟକାଇଦେଲା ଏବଂ ତାପରେ ଗଜରାଜ ରାଗିଗଲା | ତାପରେ ଗଜରାଜ କଣ କଲେ ଏହା ଆପଣ ନିଜେ ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ୱାର୍ଲଡ ଅଫ ବାଇଲଡ ଲାଇଫ ଆଣ୍ଡ ଭିଲେଜ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରୁ ସେୟାର କରାଯାଇଛି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଏକ ଜଙ୍ଗଲରେ ହାତୀମାନେ ସାଙ୍ଗହୋଇ ପୋଖରୀ କୂଳକୁ ପାଣି ପିଇବାପାଇଁ ଯାଉଛନ୍ତି | ଠିକ ସେତିକିବେଳେ ପୋଖରୀରେ ପୂର୍ବରୁ ଥିବା ଏକ ଗଣ୍ଡା ଏବଂ ତାର ଛୁଆ ବାହାରି ଆସି ହାତୀମାନଙ୍କର ରାସ୍ତାକୁ ବନ୍ଦ କରିଦିଅନ୍ତି |
ପ୍ରଥମେ ତ ହାତୀ ଗଣ୍ଡାକୁ ନିଜ ଶୁଣ୍ଢ ସାହାଯ୍ୟରେ ହଟାଇବାକୁ ଚେଷ୍ଟା କରେ, କିନ୍ତୁ ଗଣ୍ଡା ଟିକେ ବି ଘୁଞ୍ଚେନାହିଁ | ହାତୀକୁ ବହୁତ ରାଗ ଲାଗେ ଏବଂ ସେ ନିଜ ଶୁଣ୍ଢକୁ ପବନରେ ହଲାଇ ତାକୁ ଆକ୍ରମଣ କରିବାକୁ ଚେତାବନୀ ଦିଏ, ଯାହାଦ୍ୱାରା ସେ ରାସ୍ତା ଛାଡ଼ିଦେବ | କିନ୍ତୁ ଗଣ୍ଡା ମଧ୍ୟ ହାର ମାନିଲାନାହିଁ ଏବଂ ସେ ରାସ୍ତା ଛାଡିଲା ନାହିଁ, ଦୁହିଁଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଗଲା | ହାତୀ ଗଣ୍ଡାକୁ ନିଜ ଶୁଣ୍ଢରେ ଧକ୍କା ଦେଇ ପୋଖରୀ କୂଳକୁ ଠେଲିଦେଲା ଏବଂ ସେ ତାର ଛୁଆକୁ କିଛି ବି କଲାନାହିଁ | ସେହିପରି ଅନ୍ୟ ଦୁଇଟି ହାତୀ ପଛରୁ ହଟିଗଲେ | ଗଣ୍ଡା ଏଥିରେ ମଧ୍ୟ ମାନିଲାନାହିଁ ଏବଂ ସେ ହାତୀକୁ ମାରିବାକୁ ଆଗକୁ ଗଲା |
ଦେଖନ୍ତୁ ଭିଡିଓ :-
ଗଣ୍ଡାର ସାହସକୁ ଦେଖି ହାତୀ ଟିକେ ଡରିଗଲା ଏବଂ ପଛକୁ ହଟିଗଲା | କିନ୍ତୁ ଟିକେ ପଛକୁ ଯିବାପରେ ହାତୀ ପୁଣିଥରେ ଫେରିଆସିଲା ଏବଂ ଏଥର ସେ ଗୋଟିଏ ଗଛ ଡାଳକୁ ନିଜ ଶୁଣ୍ଢରେ ଭାଙ୍ଗିଦେଲା | ଯାହାଦ୍ୱାରା ସେ ଗଣ୍ଡାକୁ ଡରାଇ ପାରିବ | ଗଣ୍ଡା ଏଥିରେ ମଧ୍ୟ ନ ଡରିବାରୁ ହାତୀ ପୁଣି ଫେରିଗଲା | ତାପରେ ତାର ଦୁଇଟି ସାଥି ଆସି ଗଣ୍ଡାକୁ ସେଠାରୁ ହଟାଇବାକୁ ଲାଗିଲେ | କିନ୍ତୁ ଗଣ୍ଡା ଡରିଲା ନାହିଁ ଏବଂ ସେମାନଙ୍କ ସାମ୍ନାରେ ଠିଆ ହୋଇ ରହିଲା | ଗୋଟିଏ ହାତୀ ଗଣ୍ଡାକୁ ସେଠାରୁ ହଟାଇବାକୁ ବହୁତ ଚେଷ୍ଟା କରେ, କିନ୍ତୁ ତାର ସବୁ ଚେଷ୍ଟା ବିଫଳ ହୋଇଗଲା |