ଜଣେ ଗରିବ ଚାଷୀଙ୍କୁ ଭୟଙ୍କର ଭାବରେ ଧମକ ଦେଇଛନ୍ତି ଗୁଣ୍ଡା ମାନେ। ଯାହାକୁ ନେଇ ଏବେ ଏହି ଗରୀବ ଚାଷୀ ଜଣକ ଯିଏକି ନିଜର ପେଟ ପାଟଣା ପାଇଁ ପରିବା ବିକନ୍ତି ସେ ଏବେ ମିଡ଼ିଆ ସାମ୍ନାରେ ନିଜ ମୁହଁ ଖୋଲିଛନ୍ତି। ଆଉ ସେ ଏଭଳି କିଛି କଥା କହିଥିଲେ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଚାଷୀ ଜଣକ ଥାନାରେ ଆସି ଏକ ଏତଲା ଦେଇଥିଲେ କି,ତାଙ୍କୁ ବେପାର କରୁଥିବା ସମୟରେ ପେଲା ଠେଲା କରାଯାଇ ଥିଲା। ହେଲେ କଣ ହେଲା କେଜାଣି ଏହାର ପରଦିନ ଆସି ସେ ଯେଉଁ ଏତଲା ବା ଏଫଆଇଆର ଦେଇଥିଲେ ତାହାକୁ ଉଠାଇ ଦେଇଥିଲେ।
କହିଥିଲେ କି ସେ ମୂର୍ଖ ଲୋକ କିଛି ଜାଣି ନାହାଁନ୍ତି ଭୁଲ୍ କରି ଦେଇଛନ୍ତି। ଏଥି ସହ ତାଙ୍କର ସ୍ତ୍ରୀ ମଧ୍ୟ ତାଙ୍କ ସହ ଥାନା କୁ ଆସିଥିଲେ ଆଉ କହିଥିଲେ କି କୋଉଟା ଠିକ୍ ଓ କୋଉଟା ଭୁଲ୍ ତାହା ସେ ଜାଣି ପାରି ନାହାଁନ୍ତି।ଏଭଳି କହିଥିଲେ କି ଏତଲା ଦେବା ପରେ ପୂର୍ବଦିନ ରାତିରେ ଯାଇ ସେହି ବାବୁଙ୍କ ଘରେ ଯାହାଙ୍କ ନାମରେ ଏତଲା ଦେଇଥିଲେ ସେହି ବାବୁଙ୍କୁ କ୍ଷମା ମଧ୍ୟ ମାଗିଥିଲେ କି ତାଙ୍କର ଭୁଲ୍ ହୋଇ ଯାଇଛି ବୋଲି। ଯେତେବେଳେ ଉକ୍ତ ଚାଷୀ ଜଣକୁ ଏହା ପଚରା ଯାଇଥିଲା କି ତେବେ ସେ ପୂର୍ବଦିନ ଯେଉଁ କଥା ସବୁ କହୁଥିଲେ ତାହା କଣ ସବୁ ମିଛ ଥିଲା?
ସେତେବେଳେ ସେ ଉତ୍ତର ଦେଇଥିଲେ କି ହଁ ସେ ମିଛ କହିଛନ୍ତି ବୋଲି।ଏହାପୁଣି ସେ ନିଜେ ହିଁ କ୍ୟାମେରା ସାମ୍ନାରେ ସ୍ୱୀକାର କରିଛନ୍ତି। ଯାହାକୁ ନେଇ ଏବେ ଏହା କୁହା ଯାଉଛି କି ବୋଧ ହୁଏ ସେ ଉକ୍ତ ବାବୁ ଜଣକ ଚାପରେ ପଡ଼ି ଏଭଳି କିଛି କହିଛନ୍ତି। କଥା କହିବା ସମୟରେ ତାଙ୍କର ପାଟି ମଧ୍ୟ ଖୁବ୍ ଜୋରେ ଥରିବା ରେ ଲାଗିଛି। ସେଥିପାଇଁ ଏବେ ଏଭଳି କିଛି ସନ୍ଦେହ କରାଯାଉଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।