ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଶାଶୁ ଘର ଆଗରେ ଜଳିଲା ବୋହୂର ଜୁଇ ଆଉ ତାପରେ….

ଘର ଅଗଣାରେ ହିଁ ଜଳିଲା ବୋହୁ ର ଜୁଇ। ତିନି ବର୍ଷ ତଳେ ହିଁ ବଧୂ ବେଶରେ ଘରକୁ ଆସିଥିଲେ। ହେଲେ ଆଜି ଘର ସାମ୍ନାରେ ହିଁ ତାଙ୍କର ଜୁଇ ଜଳୁଛି। ସେଦିନ ସେ ଅଳତା ପିନ୍ଧି ପାଦରେ ନୂଆ ବୋହୂ ହୋଇ ଘରକୁ ଆସିଥିଲେ। ତାଙ୍କୁ ବନ୍ଦାପନା କରି ଘର ଭିତରକୁ ପାଛୋଟି ନେଇଥିଲେ ଶାଶୁ ଘର ଲୋକେ। ହୁଳହୁଳି ସହ ଥଟା ମଜାରେ ହିଁ ଚାରି ଆଡ ପୂରା କମ୍ପି ଯାଉଥିଲା। ହେଲେ ଆଜି କୋଲହଲମୟ ପରିବେଶ ପୂରା ଚୁପ୍ ହୋଇ ଯାଇଛି।ବାଲେଶ୍ଵର ଜିଲା , ଭୋଗରାଇ ଥାନା , ଗମ୍ଭିରମୁଳି ଗ୍ରାମରେ ବସନ୍ତ ବେହେରାଙ୍କ ଝିଅ ସସ୍ମିତା ବେହେରା ଙ୍କ ସହିତ ଗତ ଦୁଇ ବର୍ଷ ହେବ ହରିପୁର ଗ୍ରାମର ସୁରଜ ମହାନ ଙ୍କ ପୁଅ ରାମକୃଷ୍ଣ ମହାନ ଙ୍କ ସହିତ ବିବାହ ହୋଇଥିଲା।

ବିବାହ ପରଠାରୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ମଧ୍ୟ ଲାଗି ରହିଥିଲା। ଗତ କାଲି ସକାଳେ କୌଣସି କାରଣକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ବନ୍ଦ କୋଠରୀ ଭିତରୁ ସନ୍ଦେହ ଜନକ ଭାବରେ ସସ୍ମିତାଙ୍କ ମୃ-ତ-ଦେହ ଉଦ୍ଧାର କରାଯାଇ ଥିଲା।ଗତକାଲି ଶବ ବ୍ୟବଚ୍ଛେଦ ପାଇଁ ମୃ-ତ-ଦେହ ଡାକ୍ତରଖାନା ରେ ପହଞ୍ଚିବା ପରେ ଝିଅ ଘରର ସମ୍ପର୍କୀୟ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ଅନ୍ୟପଟେ ତାଙ୍କର ଝିଅକୁ ହ-ତ୍ୟା କରାଯାଇଥିବା ନେଇ ତାଙ୍କର ମାଆ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ।

ହସ୍ପିଟାଲ ପରିସରରୁ ମୃ-ତ-କଙ୍କ ସ୍ୱାମୀ ରାମକୃଷ୍ଣ ଙ୍କୁ ଥାନା କୁ ନେଇ ଯାଉଥିବା ବେଳେ ରାମକୃଷ୍ଣ ଙ୍କୁ କଠୋର ରୁ କଠୋର ଭାବରେ ଦଣ୍ଡ ଦେବା ସହିତ ,ତାଙ୍କର ଶାଶୁ ଶଶୁରଙ୍କୁ ଗିରଫ କରିବା ପାଇଁ କହିଛନ୍ତି ସସ୍ମିତାଙ୍କ ପରିବାର ଲୋକେ। ସସ୍ମିତାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ସ୍ବାମୀ ରାମକୃଷ୍ଣ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ଶାଶୁ ଶଶୁର ଏବଂ ପରିବାର ଲୋକେ ଘରେ ତାଲା ପକାଇ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ଯାହାକୁ ନେଇ ଏବେ ମଧ୍ଯ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment