ଝିଅ ପଟୁନାହାନ୍ତି ଗୋଟେ ଗାର୍ଲଫ୍ରେଣ୍ଡ ଦିଅ, ଏଠି ସମସ୍ତଙ୍କର ପ୍ରେମିକା ଅଛନ୍ତି କିନ୍ତୁ ମୋର … , ଯୁବକ ଲେଖିଲେ ବିଧାୟକଙ୍କୁ ଚିଠି

ପ୍ରାୟତଃ ଲୋକମାନେ ନିଜର ଏବଂ ଅଞ୍ଚଳର ସମସ୍ୟାକୁ ଶେଷ କରିବାପାଇଁ ଅଞ୍ଚଳର ବିଧାୟକ କିମ୍ବା ସାଂସଦଙ୍କ ପାଖକୁ ଯାଆନ୍ତି | କିନ୍ତୁ ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଯେଉଁ ମାମଲା ସାମ୍ନାକୁ ଆସିଛି, ତାହା ବହୁତ ଆଶ୍ଚର୍ଯ୍ୟଜନକ ଅଟେ | ଏଠାରେ ଜଣେ ଯୁବକ ନିଜ ବିଧାୟକଙ୍କୁ ଚିଠି ଲେଖି ଗାର୍ଲଫ୍ରେଣ୍ଡ ପାଇଁ ଦାବି କରିଛନ୍ତି | ସେ ଲେଖିଛନ୍ତି, ସମସ୍ତଙ୍କର ପ୍ରେମିକା ଅଛନ୍ତି, କିନ୍ତୁ କୌଣସି ଝିଅ ମତେ ପସନ୍ଦ କରିବା ତ ଦୂରର କଥା, ଦୂରରୁ ମଧ୍ୟ ଦେଖନ୍ତି ନାହିଁ | ତେଣୁ ଦୟାକରି ବିଧାୟକ ମହାଶୟ ମତେ ସାହାଯ୍ୟ କରନ୍ତୁ |

ଯୁବକଙ୍କ ଚିଠି ପଢି ବିଧାୟକଙ୍କର ଉଡିଲା ହୋସ :-

ବାସ୍ତବରେ, ଏହି ମାମଲା ମହାରାଷ୍ଟ୍ରର ଚନ୍ଦ୍ରପୁର ବିଧାନସଭାରୁ ସାମ୍ନାକୁ ଆସିଛି | ସେଠାରେ ଜଣେ ଯୁବକ ନିଜ କଂଗ୍ରେସ ବିଧାୟକ ସୁଭାଷ ଢ଼ୋଟେଙ୍କୁ ନିଜର ଅସୁବିଧା ଲେଖି ଚିଠି ଲେଖିଛନ୍ତି | ଯୁବକଜଣକ ଏହି ଚିଠି କୁ ମରାଠୀରେ ଲେଖି ନିଜର ଦୁଃଖକୁ ପ୍ରକାଶ କରିଛନ୍ତି | ଯାହାକୁ ପଢି ବିଧାୟକ ମହାଶୟ ମଧ୍ୟ ଚକିତ ହୋଇଗଲେ | ବର୍ତ୍ତମାନ ଏହି ଚିଠି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି |

ସବୁଆଡେ ଝିଅ ଆଉ ଝିଅ … କେହି ବି ମତେ ପସନ୍ଦ କରୁନାହାନ୍ତି :-

କୁହାଯାଉଛି ଯେ ଯୁବକ ନିଜର ନାମ ଭୂଷଣ ଜାମୁବନ୍ତ ବୋଲି କହିଛନ୍ତି | ସେ ନିଜର ଅସୁବିଧା ଲେଖି ଚିଠିରେ ଲେଖିଛନ୍ତି – ” ସାରା ତହସିଲରେ ଝିଅ ପୁରି ରହିଛନ୍ତି, କିନ୍ତୁ ତଥାପି ମୋର କେହି ବି ଗାର୍ଲଫ୍ରେଣ୍ଡ ନାହାନ୍ତି, ଏହା ଚିନ୍ତାର ବିଷୟ ଅଟେ, ମୋର ଆତ୍ମବିଶ୍ୱାସ ଦୁର୍ବଳ ହୋଇଯାଇଛି, ମୁଁ ବହୁତ ସ୍ଥାନକୁ ଯିବାଆସିବା କରୁଛି, ତଥାପି ମୋ ଦ୍ୱାରା ଗୋଟେ ବି ଝିଅ ପଟୁନାହାନ୍ତି |”

ମଦୁଆମାନଙ୍କର ମଧ୍ୟ ଗାର୍ଲଫ୍ରେଣ୍ଡ ଅଛନ୍ତି :-

ଯୁବକଜଣକ ଦୁଃଖ ପ୍ରକାଶ କରି ଲେଖିଛନ୍ତି, “ମୋ ଅଂଚଳରେ କଳା-ମୋଟା ପିଲାଙ୍କର ମଧ୍ୟ ଗାର୍ଲଫ୍ରେଣ୍ଡ ଅଛନ୍ତି, ଏପରିକି ଯେଉଁମାନେ ଦିନସାରା ମଦ ପିଉଛନ୍ତି, ତାଙ୍କ ପାଖରେ ମଧ୍ୟ ଗାର୍ଲଫ୍ରେଣ୍ଡ ଅଛନ୍ତି | ଯେତେବେଳେ ସେମାନଙ୍କ ପାଖରେ ଝିଅ ଦେଖେ, ସେତେବେଳେ ମୋ ହୃଦୟ ଜଳେ | ପ୍ରକୃତରେ ମୋ ପାଖରେ ଏପରି କଣ ଅଭାବ ଅଛି | ବିଧାୟକ ମହାଶୟଙ୍କୁ ନିବେଦନ କରୁଛି ଯେ ମୋ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ | ଏହାସହିତ ନିଜ ବିଧାନସଭା ଅଞ୍ଚଳର ଝିଅମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ଯେ ଆମ ପରି ପିଲାଙ୍କର ଗାର୍ଲଫ୍ରେଣ୍ଡ ହୁଅନ୍ତୁ |”

Leave a Comment

Your email address will not be published. Required fields are marked *

Scroll to Top