ଆଠ ମାସର କୁନି ନିଷ୍ପାପ ଶିଶୁ ଏବେ ଦ୍ବନ୍ଦରେ ପଡ଼ିଛି ତା ମାଆ ଆଖିରେ। କିଏ ଦେଇଛି ତାକୁ ଜନ୍ମ ଆଉ କାହା କୋଳରେ ତାର ଭବିଷ୍ୟତ ଏବେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ହେଲେ ଏଠାରେ ଏବେ ତାଙ୍କୁ ନେଇ ଫଇସଲା ଚାଲିଛି। ଗୋଟେ ଛୁଆକୁ ଆସି ଦୁଇ ଦୁଇଜଣ କହୁଛନ୍ତି କି ତାଙ୍କର ଛୁଆ ବୋଲି। ଦେଖାଉଛନ୍ତି ପୂରା ପ୍ରମାଣ। ଜଣେ କହୁଛି କି ସେ ଦଶ ମାସ ଦଶ ଦିନ ଗ-ର୍ଭରେ ଧରି ଛୁଆ ଜନ୍ମ କରିଛି।ଆଉ ଜଣେ ମଧ୍ୟ ଠିକ୍ ସେହିଭଳି କିଛି କଥା କହୁଛି। ହେଲେ ଗୋଟେ ପିଲାର ଦୁଇ ଦୁଇଟି ମାଆ ହେଲେ କେମିତି ସେନେଇ ମେଡିକାଲ ପ୍ରମାଣ ସହ ଏବେ ଆଠ ମାସର ଶିଶୁ ପୁତ୍ରର ପ୍ରକୃତ ମାଆ କିଏ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଘଟଣା ରାୟଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ଆଠ ମାସର ଶିଶୁ ପୁତ୍ରର ଏବେ ଦୁଇଟି ମାଆ ଦାବୀ ହେବାରେ ଲାଗିଛି। ଜଣେ ମହିଳା ନିଜ ପିଲା ବୋଲି ସବୁ ପ୍ରମାଣପତ୍ର ସହ ଦାବୀ କରୁଥିବା ବେଳେ,ଅଙ୍ଗନବାଡ଼ି କର୍ମୀ ଏହା ଏକ ନାବାଳିକା ପୁତ୍ର ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଗତ ମାସରେ ନାବାଳିକା ଜଣକ ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଏବଂ ପରେ ଡଙ୍ଗସରା ଅଞ୍ଚଳର ଏକ ଦମ୍ପତି ତାକୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିବା ଅଭିଯୋଗ ହୋଇଛି।
ନାବାଳିକା ଜଣକ ମାର୍ଚ୍ଚ ମାସ ୧୫ ତାରିଖରେ ତାଙ୍କର ଘରେ ଏହି ଶିଶୁ ପୁତ୍ର କୁ ସେ ଜନ୍ମ ଦେଇଥିଲେ। ତାର ସବୁ ପ୍ରମାଣପତ୍ର ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିଲା।ମାତ୍ର ପରେ ତାଙ୍କର ପରିବାର ଲୋକେ ଅନ୍ୟ ଏକ ଦମ୍ପତି ହାତରେ ଏହି ଶିଶୁ ପୁତ୍ରକୁ ଟେକି ଦେଇଥିଲେ। ଆଇନ୍ ଅନୁସାରେ ପିଲାକୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇ ନଥିବାରୁ ଅଙ୍ଗନବାଡ଼ି କର୍ମୀ ଶିଶୁ ବିକାଶ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଷ୍ୟ ପୁତ୍ର ଥିବା ମହିଳା ନିଜେ ହିଁ ସେହି ପୁତ୍ର କୁ ଜନ୍ମ କରିଥିଲେ ବୋଲି ସବୁ ପ୍ରମାଣପତ୍ର ଦେଖାଇ ଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।