ବାଲିଯାତ୍ରା ଭିତରେ ଭୁବନେଶ୍ୱର ରେ ବଙ୍ଗାଳି ଝିଅ କରୁଥିଲେ ଦେହ ବେପାର। ବାଂଲାଦେଶ ରୁ ୨୩ ଜଣ ସୁନ୍ଦରୀ ବଙ୍ଗାଳୀ ଯୁବତୀଙ୍କୁ ଭୁବନେଶ୍ବର ଅଣା ଯାଇଥିଲା। ଆଉ ଗୋଟିଏ ଥରକୁ ୨ ହଜାର ଟଙ୍କାର ଦେହ ବିକ୍ରୀ କରିବା ପାଇଁ କୁହା ଯାଇଥିଲା। ଯାହାର ସମ୍ପୂର୍ଣ୍ଣ ଭିଡିଓ ଏବେ ଗଣମାଧ୍ୟମ ସାମ୍ନା କୁ ଚାଲି ଆସିଛି।୨ ହଜାର ଟଙ୍କା ଲେଖା ନେଉଥିଲେ ଆଉ ଭୁବନେଶ୍ୱରରେ ଏଭଳି ଭାବରେ ୨୩ ଜଣ ଯୁବତୀ ଖୁଲମ ଖୁଲା ଦେହ ବେପାର କରୁଥିଲେ।ହେଲେ ତାହା ସବୁକିଛି ଆଜି ଧରା ପଡ଼ି ଯାଇଛି।
ଏମାନେ ହେଉଛନ୍ତି ସେହି ବାଂଲାଦେଶୀ ଯୁବତୀ ଯେଉଁ ମାନଙ୍କୁ ରୁକସାନା ନାମକ ଅନ୍ୟ ଜଣେ ଯୁବତୀ ଏହି ଭୁବନେଶ୍ୱର କୁ ଆଣିଥିଲା। ଆଉ ଭୁବନେଶ୍ୱର ରେ ସେମାନଙ୍କୁ କାମ ଦେବ ବୋଲି କହି ଏହି ଯୁବତୀ ମାନଙ୍କୁ ଫସାଇ ଥିଲା। ହେଲେ ୨୩ ଜଣ ଯୁବତୀ ବାଂଲାଦେଶ ରୁ ଭୁବନେଶ୍ବର ଆସିଗଲା ପରେ ସେହି ରୁକସାନା ଏହି ୨୩ ଜଣ ବଙ୍ଗାଳୀ ଝିଅଙ୍କୁ ଦେହ ବ୍ୟବସାୟରେ ଲଗାଇ ଦେଇଥିଲା।ହେଲେ ଆଜି ଏହି ସବୁକିଛି ଖେଳ ଯେମିତି ସାମ୍ନା କୁ ଆସି ଯାଇଛି। ଜଣେ ଯୁବତୀ କାର ଭିତରେ ବସିଥିବା ବେଳେ ଗୋଟି ଗୋଟି କରି ସବୁ କଥା ସେ କ୍ୟାମେରା ସମ୍ମୁଖରେ କହି ଦେଇଥିଲେ।
ଏଭଳି ଏକ ଯୁବକ ଏହି ବଙ୍ଗାଳୀ ଝିଅଙ୍କୁ ଧରି ରାସ୍ତାରେ ଯାଉଥିଲେ ଆଉ ମଝି ରାସ୍ତାରେ ଯୁବକ ଜଣକ ଯୁବତୀଙ୍କୁ ଦେହ ବ୍ୟବସାୟ ସମ୍ପର୍କରେ ପଚାରି ଥିଲେ। ଏହାପରେ ଯୁବତୀ ଜଣକ ଡରରେ ସବୁକିଛି କଥା ସେ ଖୋଲିକି କହି ଦେଇଥିଲେ।ତାଙ୍କୁ କାମ ଦେବା କଥା କହି ଏହି ଭୁବନେଶ୍ଵରରେ ଦେହ ବ୍ୟବସାୟରେ ଲଗା ଯାଇଛି ବୋଲି ସବୁ ସତ ସେ ମାନି ଯାଇଥିଲେ। ପରେ ସେହି ରୁକସାନା ଦିଦିଙ୍କ ସବୁ ଖେଳ ଯେମିତି ସାମ୍ନା କୁ ଆସି ଯାଇଥିଲା। ଜଣେ ନୁହେଁ କି ଦୁଇଜଣ ନୁହଁନ୍ତି ଭୁବନେଶ୍ବରରେ ଏମିତି ମାଳ ମାଳ ହୋଇ ବଙ୍ଗାଳୀ ଯୁବତୀ ମାନେ ବୁଲୁଛନ୍ତି। ଯେଉଁ ମାନଙ୍କୁ କି ବାଂଲାଦେଶ ରୁ ସିଧା ଭୁବନେଶ୍ୱର କୁ ଅଣା ଯାଇଛି। ଏବେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି।