କଳ୍କୀ ବାବା ଙ୍କୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ହେବାରେ ଲାଗିଛି। ଅଣ୍ଡା ଖାଇ ଡମ୍ବଲ୍ ଟେକିବାକୁ ଯିମ ଯାଉଛନ୍ତି ଏହି କଳ୍କୀ ବାବା ଜଣକ। କାରଣ ଯେତେବେଳେ ସେ ନିଜେ ନିଜକୁ ହିଁ କଳ୍କୀ ବାବା ବୋଲି କହି ସାରିଛନ୍ତି ସେଥିପାଇଁ ଏବେ ତାଙ୍କୁ ସେଭଳି ଫିଗର୍ ମଧ୍ୟ ମେଣ୍ଟେନ କରିବାକୁ ହେବ। କାରଣ କଳ୍କୀ ବାବା ଥନ୍ତଲା ପେଟିଆ ହେଲେ ଆଦୌ ମଧ୍ୟ ଭଲ ଲାଗିବ ନାହିଁ। ଏବେ ତାଙ୍କର ବଡ଼ି ର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ବାବା କେଉଁଭଳି ଭାବରେ ଗ୍ରୀକ୍ ଗଡ ସାଜି ଛନ୍ତି ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ନିଜକୁ ଗଡ ମ୍ୟାନ ସଜେଇବା ପାଇଁ ଯାହା ସବୁ ଦରକାର୍ ସେ ସବୁ ସେ କରୁଛନ୍ତି।
ତାହା ଆପଣା ଏହି ଫଟୋ ରୁ ହିଁ ଅନୁମାନ କରି ପାରୁ ଥିବେ। ଆଶ୍ରମରେ ଏହା ପୁର୍ବରୁ ଡ଼ମ୍ୱଲ୍ ଥିବା ଓ ଅଣ୍ଡା ଟ୍ରେ ପଡ଼ିଥିବା ଫଟୋ ମଧ୍ୟ ସମସ୍ତଙ୍କ ସାମ୍ନା କୁ ଆସିଥିଲା। ଏକ ଅନ୍ଧାର ଘର ଭିତରେ ଏହି ସବୁ ଜିନିଷ ରଖାଯାଇ ଥିଲା।ଯାହାକି ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କି ବାବା ଜଣକ ଏଭଳି କାର୍ଯ୍ୟ ସବୁ କରୁଥିଲେ ତାହା ପୁଣି ଲୋକ ମାନଙ୍କୁ ଲୁଚାଇ। ଆଉ ଲୋକ ମାନଙ୍କୁ ଆସି ବଡ଼ ବଡ଼ ପ୍ରବଚନ ଦେଉଥିଲେ।
ନିଜେ ଲୋକ ମାନଙ୍କୁ ଆମିଷ ଖାଇବା ପାଇଁ ବାରଣ କରୁଥିବା ବେଳେ ଏଭଳି ଭାବରେ ନିଜେ ହିଁ ଅଣ୍ଡା ସହ ଅନ୍ୟାନ୍ୟ ଅମିଷ ଖାଦ୍ୟ ସବୁ ଖାଇ ଚାଲିଥିଲେ।ଯେତେବେଳେ ଏହି ଆଶ୍ରମ ଭଙ୍ଗା ହେବା ପାଇଁ ନୋଟିସ ଆସିଥିଲା ସେତେବେଳେ ହାଇକୋର୍ଟ ରୁ ସ୍ତଗିତ ବା ରହିତାଦେଶ ନେଇ ଆସିଥିଲେ ଆଶ୍ରମର କର୍ତ୍ତୃପକ୍ଷ। ଏହାରି ମଧ୍ୟରେ ଗୋଟେ ପକ୍ଷରେ ଯଦି ଦେଖିବା ଅନେକ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।