ହାତ ଯୋଡ଼ିଥିଲା ଝିଅ ମୋ ବାପାର ଗଳା କାଟନି ହେଲେ ଟିକିଏ ବି ଶୁଣିଲେନି ମାଓବାଦୀ

ଏତେ ନିଷ୍ଠୁର କେମିତି ହୋଇଗଲେ? ଝିଅ ନେହୁରା ହୋଇ କହିଥିଲେ କି ମୋ ବାପା ଙ୍କୁ ଛାଡ଼ିଦିଅ ବୋଲି। ହେଲେ ଗଳା କାଟି ମାରି ଦେଇଥିଲେ ଆଉ ଏବେ ଘର ଆଗରେ ସମସ୍ତେ କରୁଛନ୍ତି ଚିତ୍କାର। ବେକରୁ ତାଙ୍କର ବୋହି ଚାଲିଛି ରକ୍ତ। ଏଥିପାଇଁ ମଧ୍ୟ ତାଙ୍କର ଚାଲି ଯାଇଛି ଜୀବନ। ବାପାଙ୍କୁ ବଞ୍ଚାଇବା ପାଇଁ ଏଭଳି ଏକ ଭିଡିଓ ରେକର୍ଡିଂ କରି ମାଓବାଦୀ ଙ୍କ ପାଖକୁ ଛାଡିଥିଲା ଜଣେ ନାବାଳିକା।ହେଲେ ସତେ କେମିତି ମାଓବାଦୀ ଙ୍କୁ କିଛି ଫରକ୍ ପଡ଼ି ନଥିଲା। ଅପହରଣ ପରେ ଝିଅଟିର ବାପା ଙ୍କୁ ନିର୍ମମ ଭାବରେ ହ-ତ୍ୟା କରିଛନ୍ତି ଲାଲ୍ ବାହିନୀ।

ମାଲକାନଗିରି ଛତିଶଗଡ଼ ର ସୀମାନ୍ତ ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜଙ୍ଗଲା ଥାନା ଅନ୍ତର୍ଗତ ଭାଇରଗଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁକୁଲୁ ଫରସା ଓ କେଡର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ୍ ଅବୁଲ ଙ୍କୁ ମାଓବାଦୀ ମାନେ ଗତ ୨ ତାରିଖ ଦିନ, ବୀର ଭୂଇଁ ଜଙ୍ଗଲ ରାସ୍ତାରୁ ଅପହରଣ କରି ନେଇଥିଲେ। ଅପହରଣ ପରେ ସୁକୁଲୁ ଫରସା ଙ୍କ ନାବାଳିକା ଝିଅ ଏମିତି କିଛି ଗୁହାରି କରିଥିଲେ। ଭିଡିଓ ରେକର୍ଡିଂ କରି ମାଓବାଦୀ ମାନଙ୍କୁ ଏହା କହିଥିଲା କି ମୋ ବାପା ନିର୍ଦ୍ଦୋଷ ତାଙ୍କୁ ଛାଡ଼ିଦିଅ ବୋଲି।

ଏହି କଥା ନକ୍ସଲ ଙ୍କ ପାଖରେ ପହଞ୍ଚି ଥିଲା ସତ ହେଲେ ସେମାନଙ୍କ ମନରେ ଟିକେ ହେଲେ ମଧ୍ୟ ଦୟା ଆସି ନଥିଲା। ସେମାନଙ୍କୁ ମୁକ୍ତ କରିବା ପରିବର୍ତ୍ତେ ତାଙ୍କୁ ଗଳା କାଟି ମାରି ଦେଇଛି ଲାଲ ବାହୀନି।ଏହି ହ-ତ୍ୟା ପରେ ମାଓବାଦୀ ମାନେ ହାତ ଲେଖା ଦୁଇଟି ପୋଷ୍ଟର ଛାଡି ଦେଇଛନ୍ତି। ଆଉ ସେଥିରେ ଲେଖିଛନ୍ତି କି ଭାଜପା ର ହୋଇ ଥିବାରୁ ଭଇରବଗଡର ମାଓବାଦୀ ଦୁଇ ଜଣଙ୍କୁ ଏଭଳି ଭାବରେ ମୃ-ତ୍ୟୁ ଦଣ୍ଡ ଦେଇଛନ୍ତି। ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment