ବିଧାୟକ ହେଇ ହାତ ଉଠାଇଲେ, ସଙ୍ଗେ ସଙ୍ଗେ ସସସ୍ପେଣ୍ଡ କଲେ ନବୀନ ସରକାର…

ବିଧାୟକ ହେଇକି ହାତ ଉଠେଲେ, ଆଉ ଜାତିଆଣ ଆକ୍ଷେପ କରି ମୋବାଇଲ ବି ଛଡାଇ ନେଲେ, ହଁ ଆମେ କହୁଛ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ କଥା, ଆଜି ସେ ଆଉ ତାଙ୍କ କିଛି ସମର୍ଥକ ମିଶି ବାଲୁଗାଁ ରେ ଆବାସ ଯୋଜନା ତଥା ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କରୁଥିବା ବେଳେ ବିରୋଧୀ ବିଜେପି ପକ୍ଷ ରୁ ବିରୋଧ କର ଯାଇଥିଲା

ବସ ଏତିକି କଥା ରେ ଉତ୍କ୍ଷିପ୍ତ ହେଇ ବିଧାୟକ ବାବୁ ହାତ ଉଠେଇ ଦେଇଥିଲେ, ଆଉ ମାଡ଼ ମଧ୍ୟ ମାରିଥିଲେ, ସେ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଙ୍କୁ ମାଡ଼ ମାରିବା ସହ ତାଙ୍କ ଜାତି କୁ ନେଇ ଆକ୍ଷେପ କରିଥିଲେ

ଏହା ସହ ପାଖରେ ଥିବା ଜଣେ ସାମ୍ବାଦିକ ଜଣକ ଏହା ସବୁ ଭିଡ଼ିଓ ସୁଟ କରୁଥିବା ବେଳେ ବିଧାୟକ ତାଙ୍କ ମୋବାଇଲ ଛଡେଇ ରଖି ଦେଇଥିବା ପ୍ରକାଶ, ତେବେ ସୂତ୍ର ରୁ ଖବର ମିଳୁଛି କି ତାଙ୍କୁ ବିଜେଡି ତରଫ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସସସ୍ପେଣ୍ଡ କରିଦେଇଛନ୍ତି

ତେବେ ତାଙ୍କୁ ତୁରନ୍ତ ଗିରଫ ଦାବି ହେଉଛି ଆଉ ଏଭଳି ବିଧାୟକ ଙ୍କ ଉପରେ କଡା ରୁ କଡା ଆଭିମୁଖ୍ୟ ସରକାର ନିଅନ୍ତୁ ବୋଲି ଦାବି ଯୋର ଧରିଛି

Leave a Comment

Your email address will not be published. Required fields are marked *

Scroll to Top