ହେ ବାବୁ ଗୋଡ ଧରୁଛି ମୋ ଲଡୁ ଫିଙ୍ଗି ଦିଅନି..

ଚାଲିଛି ପର୍ବ ର ମାସ । ଗୋଟେ ପରେ ଗୋଟେ ପର୍ବ ଆସୁଛି ସମସ୍ତେ ଭଲ ରେ ପାଳନ କରୁଛନ୍ତି । ଅବଶ୍ୟ କୋରନା ମହାମାରୀ ପାଇଁ ପର୍ଵ ପର୍ବାଣୀ ଆଗ ଭଳି ସମସ୍ତେ ମନେଇପାରୁନାହାନ୍ତି ହେଲେ ସମସ୍ତେ ମିଠା ପିଠା ଘରେ କରି ପରିବାର ସହ ପର୍ବ କୁ ପାଳନ କରୁଛନ୍ତି । ତେବେ ଯେକୌଣସି ପୂଜା ପର୍ବ ହେଉ ସମସ୍ତେ ଘରେ ତିଆରି କଲେ ମଧ୍ୟ ମିଠା ଦୋକାନରୁ ମିଠା ଲଡୁ ସମସ୍ତେ କିଣିଥାନ୍ତି ।

ତେବେ ବଜାର ରେ ବହୁତ ପ୍ରକାର ର ଲଡୁ ବିକ୍ରି ହୋଇଥାଏ । ଯେଉଁ ଲଡୁ ଭଲ ଦେଖାଯାଏ ସେହି ଲଡୁ ର ଚାହିଦା ବି ବେଶି ଥାଏ । ତେବେ ଗ୍ରାହକ ମାନଙ୍କୁ ଭଲ ଜିନିଷ ଦେବା ଦୋକାନି ଙ୍କ ଦାୟିତ୍ୱ ଅଟେ ।

 

ତେବେ ସି ଏମ ସି କଟକ ର ଜଣେ ଲଡୁ ବ୍ୟବସାୟୀ ଙ୍କ ଘରୁ ଭଲ ଲଡୁ ବିକ୍ରି ହେଉନଥିବା ଓ ଡିଫେକ୍ଟ ଥିବା ଜିନିଷ ବିକ୍ରି ହେଉଥିବା ଜାଣିବା ପରେ ସେହି ଦୋକାନ ରେ ଚଢଉ କରିଥିଲେ । ତେବେ ସାଧରଣ ଯେଉଁ ଲଡୁ ତିଆରି ହୋଇଥାଏ ତାହା ବେସନ ଓ ଘିଅ ରେ ତିଆରି ହୋଇଥାଏ । ତେବେ କିଛି ଜଣ ମିଠା ଦୋକାନି ଶସ୍ତା ରେ ମଇଦା କିଣି ସେଥିରେ କିଛି ରଙ୍ଗ ମିଶେଇ ଲଡୁ ତିଆରି କରୁଛନ୍ତି ଓ ବଜାର ରେ ଚଢା ଦରରେ ବିକ୍ରି କରୁଛନ୍ତି ।

ତେବେ ଏହି ଦୋକାନ ରୁ କେଉଁ କେଉଁ ଜାଗାକୁ ଲଡୁ ସବୁ ଯାଇଛି ତାର ମଧ୍ୟ ଯାଞ୍ଚ କରାଯାଉଛି । ତେବେ କେବଳ ଛୋଟ ଦୋକାନୀ ନୁହେଁ ବଡ଼ ବଡ଼ ଦୋକାନ ରେ ମଧ୍ୟ ଏହି ଭଳି ଯାଞ୍ଚ କରିବା ଦରକାର ।

ମଇଦା ଦେହ ପାଇଁ ଭଲ ହୋଇନଥାଏ । ତେଣୁ ଏହି ପରି ଯେଉଁମାନେ ଠକୁଛନ୍ତି ତାଙ୍କ ପାଇଁ ଉଚିତ ପଦକ୍ଷେପ ନେବାର ମଧ୍ୟ ଆବଶ୍ୟକତା ରହିଛି । କାହାର ବ୍ୟବସାୟ ବନ୍ଦ ହେବା ଠିକ କଥା ନୁହେଁ ହେଲେ ବିକ୍ରି କରିବା ପାଇଁ ଲୋକ ଙ୍କୁ ଠକିବା ମଧ୍ୟ ଠିକ ନୁହେଁ ।

Leave a Comment

Your email address will not be published. Required fields are marked *

Scroll to Top