ମୁଁ mihir das ଙ୍କୁ ସାରା ଜୀବନ ମନେ ପକେଇବି ବୋଲି କହିଲେ Anubhav Mohanty

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ତାହେଲେ ଅଭିନେତା ମିହିର ଦାସଙ୍କୁ ନିଶ୍ଚୟ ଜାଣିଥିବେ।ସେ ଆଜି ଆମ ଗହଣରେ ଆଉ ନାହାନ୍ତି।ସେ ତାଙ୍କ ଅଭିନୟରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ରାଜ କରୁଛନ୍ତି।ସେ ତାଙ୍କ ଅଭିନୟରେ ଖୁସି କରେଇ ଦିଅନ୍ତି ଓ କନ୍ଦେଇ ମଧ୍ୟ ଦେଇଥାନ୍ତି।

ତାଙ୍କ ମୃ-ତ୍ୟୁ ରେ ସମସ୍ତ ଲୋକ ଓ କଳାକାରମାନେ ସ୍ତବ୍ଧ ହୋଇଯାଇଛନ୍ତି।ଓଲିଉଡ ଅଭିନେତା ବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମିହିର ଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ବିଷୟରେ କହିଛନ୍ତି ଯେ ସେ ଛୋଟ ବେଳୁ ତାଙ୍କ ସହିତ କାମ କରି ଆସିଛନ୍ତି।ସେ ତାଙ୍କର ପରିବାର।

ସେ ଏକାଠି ବହୁତ ହିଟ୍ ଚଳଚ୍ଚିତ୍ର କରିଛନ୍ତି।ସେ ଅଗସ୍ତ୍ୟ, ସୁନା ଚଢ଼େଇ ମୋ ରୂପା ଚଢ଼େଇ,ଅଭିମନ୍ୟୁ, ମୋଷ୍ଟ୍ ୱାଣ୍ଟେଡ ଏହି ପରି ସୁପର ହିଟ୍ ଚଳଚ୍ଚିତ୍ର ଏକାଠି ଓଲିଉଡ ଇଣ୍ଡଷ୍ଟ୍ରି ରେ କରିଛନ୍ତି। ଓ ଲୋକମାନେ ଏହି ଫିଲ୍ମ୍ ଗୁଡ଼ିକ ବହୁତ ପସନ୍ଦ ମଧ୍ୟ କରିଛନ୍ତି।ଅନୁଭବ ତାଙ୍କୁ ବହୁତ ଭଲ ପାଆନ୍ତି।

ଏବଂ ବହୁତ ଭଲ ସମ୍ପର୍କ।ସେ ତାଙ୍କୁ ଦାଦା ଡାକନ୍ତି। ଓ ଦାଦାଙ୍କୁ ସେ ହରାଇ ବହୁତ ଦୁଃଖ କରୁଛନ୍ତି।ଯିଏ ବି ମିହିର ଦାସଙ୍କ ସହିତ ମିଶିଛନ୍ତି ସେ ତାଙ୍କ ଠୁ ବହୁତ କିଛି ଶିଖିଥିବେ।ଖାଲି ଅଭିନୟ ଶିଖୀଛନ୍ତି ତାହା ନୁହେଁ ବହୁତ ଭଲ ମଣିଷ ହିସାବରେ ସେ ସମସ୍ତଙ୍କୁ ବହୁତ କିଛି ଶିଖାଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top