ରାଜଧାନୀ ମଝିରେ ନିଶାସକ୍ତ ଯୁବକ ର ଉନ୍ମକ୍ତ କାଣ୍ଡ, ନିଶା ଖାଇ କାଟିଲେ BMW ବାଇକ୍ ସିଟ କହିଲେ ମୁଁ କିଏ ଚିହ୍ନିଚୁ?… ଦେଖ ଭିଡିଓ

ଭୁବନେଶ୍ୱର ଆଜିକାଲି ଯେମିତି ଅପରାଧୀ ଙ୍କ ପେଣ୍ଠ ସ୍ଥଳୀ ପାଲଟିଛି, ଯେମିତି ଏଠି ପ୍ରତିଦିନ ନୂଆ ନୂଆ ଘଟଣା କୁ ସ୍ଵାଗତ କର ଯାଉଚି, କେବେ କିଏ କହ ପକେଟ୍ ମାରିଦେଉଛି କେବେ ବଜାର ଉପରେ ହାଣି ଦେଉଛି କେବେ ଦାଦବଟି ଆଦାୟ ଆଉ କେବେ ଗୁଳି

ତେବେ ୨ ଦିନ ଆଗରୁ ଓଡ଼ିଆ ରେ ବ୍ଲଗ୍ କରୁଥିବା ଜଣେ ୟୁଟୁବର ” ବୁଲୁ ଭାଇ ଓଡ଼ିଆ ବ୍ଲଗ୍ ” ନିଜ ୟୁଟ୍ୟୁବରେ ଗୋଟେ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଗୋଟେ ନିଶାସକ୍ତ ଯୁବକ ଗୋଟେ BMW ବାଇକ୍ ର ସିଟ କୁ ନିଜ ପାଖରେ ଥିବା ଛୁରୀ ସାହାଯ୍ୟ ରେ ଚିରି ଦାଦା ବଟି ମାଗୁଛି

ଅବଶ୍ୟ ଯିଏ ଗାଡ଼ି ଆଣିଥିଲେ ସେ ଭାଇ ଜଣକ କାକୁତି ମିନତି ହେଉଥିଲେ କି ଭାଇ ଏମିତି କରନି, ହେଲେ ସଂପୃକ୍ତ ନିଶାସକ୍ତ ଯୁବକ ଜଣକ ଛୁରୀ ଉଠେଇ ତାଙ୍କୁ ଭୁଷି ଦେବାକୁ ଧମକ ଦେଉଛି ଯାହା ଖୁଲମ୍ ଖୁଲ୍ଲଲା ଭିଡିଓ ରେ ଦେଖା ଯାଇ ପାରୁଛି

ତେବେ ଏହା ସହ ସେ ନିଜକୁ ସେକେଣ୍ଡ ହ୍ୟାଣ୍ଡ କାର ଡିଲର ର ପରିଚୟ ଦେଇ ଧମକେଇବାକୁ ଚେଷ୍ଟା କରୁଛି, ଏହା ସହ ସେ ଗାଡ଼ି ର ସିଟ ପୁରା ନଷ୍ଟ କରିଦେଉଛି ଦେଖନ୍ତୁ ଭିଡିଓ (ଏହି ଭିଡିଓ ରେ ଖରାପ୍ ଭାଷା ବ୍ୟବହାର ହେଇଚି ଦୟାକରି ଏୟାର ଫୋନ୍ ବ୍ୟବହାର କରନ୍ତୁ)

ତେବେ ଏଭଳି ଆସାମୀ କୁ ପୋଲିସ ପ୍ରଶାସନ ଯଥାଶୀଘ୍ର ଗିରଫ କରି ବୋଲି ଆମର ଦାବି, ଏହା ସହ ଏହା ନାମ ସୋନୁ ପଟ୍ଟନାୟକ(ବିବେକ) ବୋଲି ଶୁଣିବାକୁ ମିଳୁଛି

ତେବେ ଏଭଳି ଭାଷା ଆଉ ନିଶା କରୁଥିବା ଯୁବକ କୁ ତୁରନ୍ତ ହତ୍ୟା ଧମକ ଦେବା,ବ୍ୟକ୍ତିଗତ ସମ୍ପତି ନଷ୍ଟ କରିବା, ଅନ୍ୟ କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ଅଭିଯୋଗ ରେ ତୁରନ୍ତ ମାମଲା ରୁଜୁ କରି ଗିରଫ କରାଯାଉ, ଦୟାକରି ବିପୁଳ ମାତ୍ରା ରେ ଏହି ଭିଡିଓ ସେୟାର କରନ୍ତୁ ଯେପରି ଏଇ ଭଳିଆ ମଶା ଗୁଡ଼ାଙ୍କୁ ଉଚିତ୍ ଦଣ୍ଡ ବିଧାନ ହେଇପାରିବ

 

 

 

Leave a Comment

Your email address will not be published. Required fields are marked *

Scroll to Top