ପ୍ରତିଶୋଧ ନେବାକୁ ମଣିଷ ପାର ହୋଇଗଲା ସବୁ ସୀମା | ହଜେଇ ଦେଲେ ମାନବିକତା ଆଉ ହୋଇଗଲେ ପ୍ରତିଶୋଧ ପରାୟଣ | ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଓ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲା ପରେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ | ଜଣେ ଯୁବକଙ୍କୁ କିଛି ଲୋକ ଗାଡି ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ହତ୍ୟା କରିଛନ୍ତି | ତେବେ ଏହି ଘଟଣା ଦେଖିବା ପରେ ଯେକେହି ବି ମାନବିକତା କୁ ଛି ବୋଲି କହୁଛି |
ତେବେ ଏହି ଦୃଶ୍ୟ ମଧ୍ୟ ପ୍ରଦେଶର ନିମଚ ଅଂଚଳର ବୋଲି ଜଣା ପଡିଛି | ସୂଚନା ଅନୁଯାୟୀ ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ଯୁବକଙ୍କୁ ମଦ ମାରିବା ସହ ଗାଡି ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ବହୁ ଦୁରକୁ ନେଇଥିଲେ | କିନ୍ତୁ କିଛି ସମୟ ପରେ ଯୁବକଟି ଯନ୍ତ୍ରଣା ସହ୍ୟ ନ କରି ପରି ଏ ଦୁନିଆଁ ଛାଡି ସବୁ ଦିନ ପାଇଁ ଚାଲି ଯାଇଥିଲେ |
https://youtu.be/R0afIo08ytc
ଏହି ଘଟଣାର ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ସଂଗେ ସଂଗେ ଆକ୍ସନ ନେଇଥିଲା | ସେ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଅଜାଣଙ୍କ ଗିରଫ କରିଥିଲା | ତେବେ ଅପରାଧୀ ମାନେ ଏମିତି ଅଭାବନୀୟ ଘଟଣା ଘଟାଇବା ସମୟର ଭିଡିଓ ମଧ୍ୟ ରେକର୍ଡ କରିଥିଲେ | ଖାଲି ଏଇଟିକି ନୁହଁ ସେହି ଭିଡିଓ କୁ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ କରିଦେଇଥିଲେ | ସୋସିଆଲ ମିଡିଆରେ ଭିଡିଓ ଟି ଭାଇରଲ ହେବ ପରେ ଲୋକ ତାତି ଗଲେ ଓ ଅଭିଯୁକ୍ତଙ୍କୁ କୋଠାର ରୁ କୋଠର ଦଣ୍ଡ ଦେବପୀନ ମଧ୍ୟ ଅପିଲ କରିଛନ୍ତି |