ବିଦେଶରେ ହେଲେ ମର୍ଡର ହେଲେ ପୁରା ଦେଶରେ ଏବେ ପଡ଼ିଛି ଚହଳ। ଗୋଟେ ସହରରେ ମାରିଲା ଆଉ ମୃ-ତ ଦେହ ଆଉ ଏକ ସହରରେ ମିଳିଲା। ଅପରାଧୀ ର ଏହି କଳାକାରନାମାର ସମ୍ପୂର୍ଣ୍ଣ ଭାବରେ ପରଦା ଫାର୍ସ ହୋଇ ଯାଇଛି। ଯାହାର କି ଏବେ ସ୍ପଷ୍ଟ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ସାଙ୍ଘାତିକ ଭାବରେ ପ୍ରଥମେ ମାରିବା ଆଉ ପରେ ମୃ-ତ ଦେହକୁ ଗାୟବ କରିବା। ନା ମିଳିଥିଲା ପୋଲିସ କୁ ମୃ-ତ ଦେହ , ନା ହ-ତ୍ୟା-କାଣ୍ଡ ଘଟାଇ ଥିବା ହ-ତ୍ୟା-କାରୀ।ତଦନ୍ତ ପରେ ହିଁ କାର ର ଡିକି ଭିତରୁ ମିଳିଥିଲା ମୃ-ତ ଦେହ। ହେଲେ ଏହି କାର ଡିକି ଭିତରକୁ ମୃ-ତ-ଦେହ ଗଲା କେମିତି ତାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
କାହାର ଥାଇ ପାରେ ଏହି ଘଟଣା ପଛରେ ହାତ? ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଥିବା ବେଳେ ପୋଲିସ ଏବେ ମଧ୍ୟ କରୁଛି ଅଭିଯୁକ୍ତ ଙ୍କୁ ସନ୍ଦେହ। ଏହି ଘଟଣାଟି ଏବେ ଶୁଣିବାକୁ ମିଳିଛି ଲଣ୍ଡନ ରେ। ଗତ ନଭେମ୍ବର ୧୧ ତାରିଖରେ ପୁର୍ବ ଲଣ୍ଡନ ଉଇଲପୋର୍ଡ ବିସ୍ବେନ ରୋଡ ରେ,ଛିଡା ହୋଇଥିବା କାର ର ଡିକି ରୁ ଜଣେ ଯୁବତୀଙ୍କ ମୃ-ତ-ଦେହ ମିଳିଥିଲା। ହେଲେ ଆପଣ ମାନେ ଭାବୁଥିବେ କି ଲଣ୍ଡନ ର ଏହି କାଣ୍ଡ ରେ ଭାରତରେ କଣ ସମ୍ପର୍କ ରହିଛି। କାର ରେ ମିଳିଥିବା ମୃ-ତ-ଦେହ ହେଉଛି ଦିଲ୍ଲୀରେ ରହୁଥିବା ୨୪ ବର୍ଷୀୟା ହର୍ଷିତା ବର୍ଲାଙ୍କ।
ହର୍ଷିତା ଙ୍କ ମୃ-ତ-ଦେହ ଶହେ କିମି ଦୂରରେ କାର ରେ ପୁରାଇ ଥିବା ବେଳେ ଏକ ସହରରେ ମିଳିଥିଲା। ପ୍ରଥମେ ତାଙ୍କୁ ବିଭତ୍ସ ଭାବରେ ହ-ତ୍ୟା କରାଯାଇ ,ହ-ତ୍ୟା-କାରୀ ତାଙ୍କର ମୃତ ଶରୀରକୁ କରିଥିଲା ସ୍ଥାନାନ୍ତରଣ। ହର୍ଷିତା ଦିଲ୍ଲୀରେ ଏକ ସରକାରୀ ଶିକ୍ଷକ ଭାବରେ କାମ କରୁଥିଲେ।୨୦୨୩ ରେ ତାଙ୍କ ବିବାହ ଲଣ୍ଡନ ରେ ରହୁଥିବା ପଙ୍କଜ ଲାମ୍ବା ଙ୍କ ସହ ହୋଇଥିଲା। ଚଳିତ ବର୍ଷ ଏପ୍ରିଲ ରେ ସେ ଲଣ୍ଡନ ଯାଇଥିଲେ। ହେଲେ ଗତ ନଭେମ୍ବର ୧୧ ରେ ଏକ କାର ଡିକି ରୁ ତାଙ୍କ ମୃ-ତ ଦେହ ଉଦ୍ଧାର କରାଯାଇ ଥିଲା। ଏବେ ତାଙ୍କର ସ୍ଵାମୀ ମଧ୍ୟ ନିଖୋଜ ହୋଇ ଯାଇଛନ୍ତି ତାଙ୍କର ସନ୍ଧାନ ମିଳୁ ନାହିଁ।