ବୋହୂ ସହିତ ଝଗଡା ହେବାରୁ ଜେଜେମା ପ୍ରତିଶୋଧ ନେବାପାଇଁ ନାତିକୁ କଲା ହ-ତ୍ୟା

ବିହାରର କିଶନଗଞ୍ଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ବୋହୂଠାରୁ ପ୍ରତିଶୋଧ ନେବାପାଇଁ ଜଣେ ଜେଜେମା ନିଜର ତିନି ବର୍ଷର ନାତିକୁ ହିଁ ହତ୍ୟା କରିଦେଲେ | ହତ୍ୟାର ଖୁଲାସା ସେତେବେଳେ ହେଲା, ଯେତେବେଳେ ପୋଲିସ ହାତରେ ସିସିଟିଭି ଫୁଟେଜ ଆସିଲା ଏବଂ ତାପରେ ଅଭିଯୁକ୍ତ ଜେଜେମା ଆତ୍ମସମର୍ପଣ କରିଦେଲା |

ଘଟଣାଟି କିଶନଗଞ୍ଜ ଟାଉନ ଥାନା ଅଂଚଳର ଅଟେ, ଯେଉଁଠାରେ ଗୋଟିଏ ତିନି ବର୍ଷର ପିଲା ଟଁଜିଲ ଅଚାନକ ଖେଳୁ ଖେଳୁ ଗାଏବ ହୋଇଯାଇଥିଲା | ଯେତେବେଳେ ସନ୍ଧ୍ୟାରେ ଟଁଜିଲ ଘରକୁ ଫେରିଲାନାହିଁ, ସେତେବେଳେ ପରିବାର ଏବଂ ଆଖପାଖ ଲୋକ ତାକୁ ଖୋଜିବା ଆରମ୍ଭ କରିଦେଲେ, କିନ୍ତୁ ତାକୁ କୋଉଠି ବି ପାଇଲେ ନାହିଁ |

ପରବର୍ତ୍ତୀ ଦିନ ଅର୍ଥାତ ସେପ୍ଟେମ୍ବର ୭ ତାରିଖରେ ତିନି ବର୍ଷର ନିରୀହ ଟଁଜିଲଙ୍କ ଶବ ତାଙ୍କ ଘରୁ କିଛି ଦୂରରେ ଖଗଡା କୃଷିଭବନ ପାଖରେ ମିଳିଲା | ଘଟଣାର ଗୋଟିଏ ଦିନ ପୂର୍ବରୁ ହିଁ ପିଲାର ବାପା କିଶନଗଞ୍ଜ ଟାଉନ ଥାନାରେ ତାଙ୍କ ନିଖୋଜ ହେବାର ଅଭିଯୋଗ କରାଯାଇଥିଲା, ଯେଉଁ କାରଣରୁ ପୋଲିସ ମଧ୍ୟ ଖୋଜୁଥିଲା |

ପୋଲିସର ଚେଷ୍ଟା ପରେ ପିଲାର ଶବ ସନ୍ଦେହଜନକ ଅବସ୍ଥାରେ ପୋଖରୀରେ ଭାସୁଥିବାର ମିଳିଥିଲା | ଟଁଜିଲଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକମାନେ ନିରୀହ ପିଲାର ଶବକୁ ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରି ଜିଲ୍ଲାର ଏସପି କୁମାର ଆଶିଷଙ୍କୁ ବୈଜ୍ଞାନିକ ଅନୁସନ୍ଧାନ କରିବାକୁ ଦାବି କଲେ, ଯେପରିକି ହତ୍ୟାକାରୀ ଧରାପଡିବ |

ପୋଲିସ ଯେତେବେଳେ ଘଟଣାସ୍ଥଳ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କଲା, ସେତେବେଳେ ଭିଡିଓରେ ପିଲାଟିକୁ ତାର ଜେଜେମା ଅଫସାନା ଖାଟୁନ କୋଳରେ ଧରି ଯାଉଥିବାର ଦେଖାଗଲା | ସିସିଟିଭି ଫୁଟେଜ ଆଧାରରେ ପୋଲିସ ପ୍ରମାଣ ସଂଗ୍ରହ କଲା ଏବଂ ଜେଜେମାକୁ ଗିରଫ କରିବାକୁ ଆସିଲା |

ପୋଲିସର ଚାପରେ ଡରିଯାଇ ଅଫସାନା ଖାଟୁନ ଟାଉନ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଦେଲା | ପୋଲିସର ପଚରାଉଚରାରେ ପିଲାଟିର ଜେଜେମା କହିଲା ଯେ ତାଙ୍କର ବୋହୂ ସହିତ ଝଗଡା ଚାଲିଥିଲା ଏବଂ ସେ ପୁଅକୁ ଯାଦୁ-ମନ୍ତ୍ର କରି ନିଜର ବଶ କରି ନେଇଥିଲା |

ଅଭିଯୁକ୍ତ ଜେଜେମା କହିଲା ଯେ ପୁଅକୁ ନିଜଠାରୁ ଦୁରକୁ ଯାଉଥିବାର ଦେଖି ବୋହୂଠାରୁ ପ୍ରତିଶୋଧ ନେବାକୁ ସ୍ଥିର କଲି ଏବଂ ନିଜ ନାତିକୁ ହତ୍ୟା କରିଦେଲି | ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କ ପୁଅର ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଛି ଏବଂ ମହିଳାଙ୍କୁ ଜେଲକୁ ପଠାଇ ଦେଇଛି |

Leave a Comment

Your email address will not be published. Required fields are marked *

Scroll to Top