ମୁଁ ଏ ହସ୍ପିଟାଲର ଝାଡୁଦାର ମୋ ଇଚ୍ଛା..ମୁଁ ସମସ୍ତଙ୍କୁ ଗୋଡେଇ ଗୋଡେଇ ପିଟିବି

ସୋସିଆଲ ମିଡ଼ିଆ ରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ କି ଦେଖିବାକୁ ମିଳିଛି ହସ୍ପିଟାଲ ଭିତରେ ରୋଗୀଙ୍କୁ ଗୋଡେଇ ଗୋଡେଇ ମାରିବାରେ ଲାଗିଛି ସେଠାରେ ଝାଡୁ କରୁଥିବା ମହିଳା। ହସ୍ପିଟାଲ ର ସେକ୍ୟୁରିଟୀ ଗାର୍ଡ ମଧ୍ୟ କ୍ୟାମେରା ଆଗରେ ମାରିବାକୁ ଧମକ ଦେଉଛି। ଆଉ ହସ୍ପିଟାଲ ଭିତରେ ଝାଡୁ ମାରୁଥିବା ମହିଳା ନିରୀହ ରୋଗୀ ମାନଙ୍କୁ ଝାଡୁ ଧରି ମାଡ଼ ମାରିବାରେ ଲାଗିଛି।ଯାହାର ସବୁକିଛି ଦୃଶ୍ୟ ଏବେ କ୍ୟାମେରା ରେ ରେକର୍ଡ ହୋଇ ଯାଇଛି। ଏବେ ଏଭଳି କିଛି ଘଟଣା ସାମ୍ନା କୁ ଆସିବ ବୋଲି କେହି ନିଜ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ।

କଅଁଳ ଶିଶୁ ମାନଙ୍କୁ ଧରି ଛିଡା ହୋଇଥିଲେ ରୋଗୀ। ଆଉ ରୋଗୀ ମାନଙ୍କୁ ଟାଣି ଧରି ମାଡ଼ ମାରିବାରେ ଲାଗିଥିଲା ଏହି ଝାଡୁ ମାରୁଥିବା ମହିଳା ଜଣକ। ପ୍ରଥମେ ଦେଖିବାକୁ ମିଳିଥିଲା କି ମହିଳା ଜଣକ ହସ୍ପିଟାଲ ଭିତରେ ବୁଲି ବୁଲି ଝାଡୁ ମାରୁଛି।ହେଲେ ହସ୍ପିଟାଲ ର ରୋଗୀ ମାନଙ୍କୁ କାହିଁକି ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛି ତାହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। କାହାକୁ ଟଣା ଘୋଷଡା କରି ପିଟୁଛି ତ ଆଉ କାହାକୁ ମଧ୍ୟ ଚାପୁଡ଼ା ମାରିବା ପାଇଁ ଧମକ ଦେଇ ଦେଉଛି। ଯାହାର ସବୁକିଛି ଭିଡିଓ ଏବେ ମୋବାଇଲ୍ ରେ ରେକର୍ଡ ହୋଇ ଯାଇଛି।

ଏଭଳି ଘଟଣା ଏବେ ପ୍ରାୟତଃ ଘଟିବାରେ ଲାଗିଛି। ଯାହାକି ହସ୍ପିଟାଲ ର କର୍ମଚାରୀ ମାନଙ୍କ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପୁର୍ବରୁ ଏଭଳି ଘଟଣା ଆପୋଲୋ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଆଉ ହସ୍ପିଟାଲ ରେ କିଭଳି ଭାବରେ ରୋଗୀ ମାନଙ୍କ ଉପରେ ଅତ୍ୟାଚାର ହେଉଛି ସେହି ଦୃଶ୍ୟ ଏବେ ଫୋନ ରୁ ଫୋନ ରୁ ଘୁରି ବୁଲୁଛି। ଲୋକମାନେ ମଧ୍ୟ ଏହାକୁ ଏବେ ଖୁବ୍ ନିନ୍ଦା କରିବାରେ ଲାଗିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment