ଯଦି ଜଣେ ବ୍ୟକ୍ତି ହସଖୁସିରେ ଖୁସିରେ ରୁହନ୍ତି, ତା’ହେଲେ ତାଙ୍କ ଜୀବନର ଅଧାରୁ ଅଧିକ ସମସ୍ୟାର ସମାଧାନ ହୁଏ | ଏହା ସହିତ, ଆପଣ ନିଜେ ଅନେକ ରୋଗ ମଧ୍ୟ ଦୂର କରିପାରିବେ | ସେଥିପାଇଁ ଆମେ ଏହାକୁ ଆପଣଙ୍କ ପାଇଁ ଆଣିଛୁ | ହସନ୍ତି ଆଉ ସେୟାର କରି ଅନ୍ୟ କୁ ବି ହସାନ୍ତୁ
୧.ସ୍ତ୍ରୀ – ହାଏ ରାମ, ତୁମ ମୁଣ୍ଡରୁ ରକ୍ତ କାହିଁକି ବାହାରୁଛି …?
ସ୍ୱାମୀ – ମୋ ସାଙ୍ଗ ମତେ ଇଟା ରେ ପିଟିଦେଲା ଆଉ…
ସ୍ତ୍ରୀ – ତ ତମେ ଚୁପ୍ ଚାପ୍ ତା ଠୁ ମାଡ଼ ଖାଇ ଆସିଗଲ!?, ତମର କଣ ହାତ ନଥିଲା କି
ସ୍ବାମୀ – ଥିଲା ଯେ, ହେଲେ ମୋ ହାତ ରେ ତ ସ୍ତ୍ରୀ ର ହାତ ଥିଲା…
ତାପରେ ତ ସ୍ତ୍ରୀ ବି ଆଉ ଗୋଟେ ଇଟା ମାରିଦେଲା ସ୍ବାମୀ କୁ.. ଏବେ ସ୍ବାମୀ ମେଡ଼ିକାଲ ରେ
୨.ପ୍ରେମିକା ତାର ପ୍ରେମିକ କୁ ବହୁତ୍ ଦିନ ରୁ ଦେଖିନଥିଲା ସେ ଫେସବୁକ୍ ରେ ନିଜ ଷ୍ଟାଟସ୍ ଉପଲୋଡ କଲା କି ( ଚୁପି ଚୁପି ମୋ ଜୀବନ କୁ ଆସ ନା..) ହିନ୍ଦୀ ଗୀତ ( ଧୀରେ ଧୀରେ ସେ ମେରି ଜିନ୍ଦେଗି ମେ ଆନା )
।
ତାପରେ ତା ପ୍ରେମିକ ଲେଖିଲା କି ଆସୁଥିଲି ଏମିତି ଚୁପି ଚୁପି ,ହେଲେ କଲୋନୀ ବାସୀ ମତେ ଚୋର ଭାବି ପିଟି ଦେଲେ…
୩.ଯଦି ତମେ ୩୦ -୪୦ ବର୍ଷ ଯାଏ କାହାର ବାବୁ ଆଉ ସୋନା ହୋଇପାରିନ ତାହାଲେ ତମେ ଜାଣି ରଖ କି ତମ ଜନ୍ମ କେବଳ ଜନଗଣନା ପାଇଁ ହେଇଛି, ହା ହା ହା
୪.ଥରେ ଜଣେ ପୋଲିସ ନିଜ ସ୍ତ୍ରୀ କୁ ଦେଖିଲା କି ତାର ପକେଟ୍ ରୁ ପଇସା ଚୋରି କରୁଥିଲା, ସେ ଧରି ଦେଇ କହିଲା ଲାଜ ଲାଗୁନି ଗୋଟେ ପୋଲିସ ର ସ୍ତ୍ରୀ ହେଇ ଚୋରି କରୁଛୁ
ସ୍ତ୍ରୀ କହିଲା ପାଟି ଚୁପ୍, ନିଅ ୫୦ ଟଙ୍କା, ମାମଲା ଖତମ୍ କର
୫.ପତ୍ନୀ ବଜାର ରୁ ଆସିବା ପରେ ସ୍ବାମୀ କହିଲା ୟା ଭିତରେ ନିଶ୍ଚୟ କିଛି ଭଲ ଖାଇବା ଜିନିଷ ଅଛି , ସ୍ତ୍ରୀ କହିଲା କି ହଁ ତମେ ନିଶ୍ଚୟ ଖାଇବ କାରଣ ଆଜି ମୁ ନୂଆ ଚପ୍ପଲ୍ ଆଣିଚି ,ତମର ଟା ଅଭ୍ୟାସ ନା ଚପ୍ପଲ ପାହାର ଖାଇବା ଟା..