ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ମଦ୍ୟପ ଯୁବତୀଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି। ହାତରେ ସେ ବିଅର ବୋତଲ ଧରିଛନ୍ତି ଆଉ ରାସ୍ତାରେ ହିଁ ତାଙ୍କର ଏହି ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି। ସ୍ଥିତି ଏଭଳି ହୋଇଥିଲା କି ପୋଲିସ ଙ୍କୁ ମଧ୍ୟ ତାଙ୍କୁ ସେଠାରୁ ଉଠାଇ ନେଇ ଯିବାକୁ ପଡ଼ିଥିଲା।ଏୟାର ପୋର୍ଟ ଛକରେ ଏଭଳି ଭାବରେ ହୋ ହାଲ୍ଲା କରିଥିଲେ ଯୁବତୀ ଯାହା ଦେଖିବାକୁ ମିଳିଥିଲା। ଏହାକୁ ଲୋକମାନେ ଦେଖିବା ପରେ କହିଛନ୍ତି କି ଏହା କଳି ଯୁଗର ଉନ୍ମକ୍ତ କାଣ୍ଡ।
ଦିନ ଦ୍ୱିପ୍ରହରରେ ହିଁ ରାସ୍ତାରେ ଯୁବତୀ ଏଭଳି ଭାବରେ ମଦ ପିଇ ଉତ୍ପାତ ହେବାରେ ଲାଗିଛନ୍ତି। ରାଜଧାନୀର ରାସ୍ତାରେ ଏଭଳି ଦୃଶ୍ୟ ମିଳିବା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରି ଦେଇଛି। ଆପଣ ମାନେ ମଧ୍ୟ ଏହା ଜାଣିଥିବେ କି ଆଜିକାଲି ରାଜଧାନୀରେ,ଏଭଳି ଭାବରେ ଅନେକ ସବୁ ନୁଆ ନୁଆ ଘଟଣା ସବୁ ଘଟିବାରେ ଲାଗିଛି। ଏବେ ଭୁବନେଶ୍ୱର ରେ ମଧ୍ୟ ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଦେଖିବାକୁ ମିଳିଲାଣି। ମଦ ବୋତଲ ଧରି ରାସ୍ତାରେ ଯୁବପିଢୀ ମାନେ ବୁଲିବାକୁ ଲାଗିଲେଣି।
ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ମଧ୍ୟ ହଇରାଣ କରିଛନ୍ତି ଯୁବତୀ ଜଣକ।ପ୍ରଧାନମନ୍ତ୍ରୀ ବିମାନ ଗସ୍ତ ସମୟର ଏହା ଏକ ଦୃଶ୍ୟ ଅଟେ। ଅନେକ ସମୟ ଧରି ସୁରକ୍ଷାରେ ଥିବା ପୋଲିସ ଆଉ ଟ୍ରାଫିକ ପୋଲିସ,ତାଙ୍କୁ ଅଟକାଇବା ରେ ନୟାନ୍ତ ହେବା ପରେ ତାଙ୍କୁ କାବୁ କରିଥିଲେ। ଏହାକୁ ନେଇ ଏବେ ଏହା ପ୍ରଶ୍ନ ଉଠୁଛି କି ଏବେ ଓଡ଼ିଶାରୁ ମଦ ବନ୍ଦ କେବେ ହେବ। ଏହାକୁ ନେଇ ଆଗରୁ କୁହା ଯାଉଛି ମାତ୍ର ଏବେ ପର୍ଯ୍ୟନ୍ତ ଏହାର ବାସ୍ତବ ରୂପାୟନ ଆସି ନାହିଁ। ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।