କନ ବନେଗା କରୋଡ଼ପତି 13 ର ଗୋଟିଏ ଏପିସୋଡ଼ ପାଇଁ ହୋଷ୍ଟ ଅମିତାଭ ବଚ୍ଚନ ଡେଲିଭରି ପର୍ସନ ଭାବେ କାମ କଲେ | ହଟ ସିଟରେ ବସିଥିବା ପ୍ରତିଯୋଗୀ ଆକାଶ ବାଘମାରେଙ୍କ ଇଚ୍ଛା ପୁରା କରିବାପାଇଁ ବିଗ ବି ତାଙ୍କୁ ଖାଇବା ଡେ଼ଲିଭର କଲେ | ଚ୍ୟାନେଲ ଲେଟେଷ୍ଟ ପ୍ରୋମୋ ରିଲିଜ କରିଛି, ଯାହା ବହୁତ ଈଂସ୍ପିରେସନଲ ଏବଂ ଇମୋସନାଲ କରିବା ଭଳି ଅଟେ | ଶୋର ପ୍ରତିଯୋଗୀ ଆକାଶ କୁହନ୍ତି ଯେ ସେ ପାଠପଢା ସହିତ ଡେଲିଭରି ଏଜେଣ୍ଟଙ୍କ କାମ ମଧ୍ୟ କରନ୍ତି, ଯେପରିକି ନିଜ ସ୍ୱପ୍ନକୁ ପୁରା କରିପାରିବେ |
କୌଣସି ଚ୍ୟାଲେଞ୍ଜ ବଡ଼ ନୁହେଁ :-
ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଇନ୍ସଟାଗ୍ରାମରେ କନ ବନେଗା କରୋଡ଼ପତିର ଲେଟେଷ୍ଟ ପ୍ରୋମୋ ସେୟାର କରିଛି | ଏଥିରେ ଅମିତାଭ ବଚ୍ଚନ କହୁଥିବାର ଦେଖାଯାଉଛନ୍ତି ଯେ, କୌଣସି ଚ୍ୟାଲେଞ୍ଜ ଏତେ ବଡ଼ ହୋଇନଥାଏ ଯେ ଆମ ଆଶାକୁ ଛୋଟ କରିପାରିବ ଏବଂ କୌଣସି ଆଶା ଏତେ ଛୋଟ ହୋଇନଥାଏ ଯେ ଯାହା ସାମ୍ନାରେ ଜୀବନର ଚ୍ୟାଲେଞ୍ଜ ଛୋଟ ଲାଗିଥାଏ |
ପାଠପଢା ସହିତ କାମ କରିଥାନ୍ତି :-
ଅମିତାଭ କୁହନ୍ତି ଯେ, ଆକାଶ ଡେଲିଭରି ପର୍ସନ ଅଟନ୍ତି | ସେ ରେସ୍ଟୁରାଣ୍ଟର ଖାଇବା ଲୋକମାନଙ୍କ ଘରକୁ ଡେଲିଭରି କରିବାକୁ ଯାଇଥାନ୍ତି | ସେହିପରି ଆକାଶ କୁହନ୍ତି ଯେ ତାଙ୍କ ସ୍ବପ୍ନ ପ୍ରଶାସନିକ ସେବାରେ ଯାଉଛି | ଏଥିପାଇଁ ତାଙ୍କୁ କିଛି ପରୀକ୍ଷା ଦେବାକୁ ପଡିଥାଏ | ସେ ଫୁଲ ଟାଇମ ଷ୍ଟଡି କରିପାରନ୍ତି ନାହିଁ, କାରଣ କାମ କରିବା ମଧ୍ୟ ଜରୁରୀ ଅଟେ | ସେ କୁହନ୍ତି ଯେ, କେବିସିକୁ ଯିବା ମୋ ଲାଇଫ ଚେଂଜିଙ୍ଗ ମୁମେଣ୍ଟ ରହିବ | ଆମ ପରିସ୍ଥିତି ବଦଳିଯିବ | ମୋ ବାପାମା ଆଜି ପର୍ଯ୍ୟନ୍ତ ଯେଉଁ ଷ୍ଟ୍ରଗଲ କରି ଆସିଛନ୍ତି, ହୋଇପାରେ ତାଙ୍କ ଷ୍ଟ୍ରଗଲ ମଧ୍ୟ ଶେଷ ହୋଇଯିବ |
ଦେଖନ୍ତୁ ଭିଡିଓ :-
View this post on Instagram
ବିଗ ବି ଦେଲେ ଡିନର :-
ଅମିତାଭ ବଚ୍ଚନ କୁହନ୍ତି, ଆକାଶଙ୍କ ଇଚ୍ଛା ରହିଛି ଯେ କୌଣସି ଡେଲିଭରି ପର୍ସନ କୌଣସି ଦିନ ତାଙ୍କ ଘରକୁ ଆସିବ ଏବଂ ତାଙ୍କ ମନପସନ୍ଦର ଭୋଜନ ଡେ଼ଲିଭର କରିବ | ଏଥିପାଇଁ ଆଜି ଜଣେ ଡେଲିଭରି ପର୍ସନ ତାଙ୍କପାଇଁ ଏହି କାମ କରିବ, ଆଜିର ଡିନର ଡେଲିଭରି କରିବ | ତାପରେ ଅମିତାଭ ବଚ୍ଚନ ତାଙ୍କ ପାଇଁ ଡେଲିଭରି ପର୍ସନ ହୋଇ ଖାଇବା ପ୍ୟାକେଟ ଦିଅନ୍ତି | ଏହା ଉପରେ ଆକାଶ କୁହନ୍ତି, ମୁଁ ଧନ୍ୟ ହୋଇଗଲି |