ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ କୁକୁର ପାଇଁ ବାପା ପୁଅକୁ ଏମିତି ଗୋଡ଼ାଇ ପିଟିଲେ

ଅଧ ରାତିରେ କୁକୁର ଚରେଇବା ମାଲିକକୁ ପଡ଼ିଲା ମହଙ୍ଗା। କୁକୁର ଚରେଇବାକୁ ଯାଇ ନିର୍ଦ୍ଧୁମ ମାଡ଼ ଖାଇଲେ ମାଲିକ। ଏହି କଥା ଶୁଣିବା ପରେ ଆପଣଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗୁଥିବ। ଆପଣ ମାନେ ଭାବୁଥିବେ କି ଜଣେ ମାଲିକ କୁକୁର ଚରେଇବାକୁ ଯାଇ କାହିଁକି ଏଭଳି ନିସ୍ତୁକ ଭାବରେ ମାଡ଼ ଖାଇଲା। ଖାଲି ବାପା ନୁହେଁ ଆଜ୍ଞା ବାପା ସହ ଦୁଇ ଦୁଇଜଣ ପୁଅ ମଧ୍ୟ ନିର୍ଦ୍ଧୁମ ଭାବରେ ମାଡ଼ ଖାଇଛନ୍ତି।ଆଉ ଦୁର୍ବୃତ୍ତ ମାନେ ବାପା ପୁଅକୁ ତଳେ ପକାଇ ମରଣାନ୍ତକ ଆକ୍ରମଣ ମଧ୍ୟ କରିଛନ୍ତି। ଏଥି ସହ ତାଙ୍କୁ ଲହୁ ଲୁହାଣ ମଧ୍ୟ କରି ଦେଇଛନ୍ତି।

ଏଭଳି କି ତାଙ୍କୁ କାଠ ଫାଳିଆ ରେ ପିଟି ଜୀବନରୁ ମଧ୍ୟ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ପରିବାର ଲୋକଙ୍କ ସାମ୍ନା ରେ ଘଟି ଯାଇଛି ଏଭଳି ଏକ ଅମାନବୀୟ କାଣ୍ଡ। ମାଆ ସାମ୍ନାରେ ଗୋଟେ ପୁଅକୁ ଆଉ ସ୍ତ୍ରୀ ସମ୍ବାରେ ସ୍ବାମୀଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ।ଏହି ବର୍ବର କାଣ୍ଡ ର ଦୃଶ୍ୟ ସିସିଟିଭି କ୍ୟାମେରା ରେ ମଧ୍ୟ କଏଦ ହୋଇଛି। ଯାହାର ଭିଡିଓ ମଧ୍ୟ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ଏତଲା ପ୍ରତ୍ୟାହାର ନକରିଲେ ଜୀବନରୁ ମାରିଦେବା ପାଇଁ ମଧ୍ୟ ମିଳୁଛି ଧମକ।

ସୁଚନା ମୁତାବକ ଗତ ଦୁଇ ତାରିଖ ଦିନ ରାତି ପ୍ରାୟ ଦଶଟା ସମୟରେ ଯାଜପୁର ଜିଲ୍ଲା ,ସୁକିନ୍ଦା ଗଡର ଟିକି ମହାଳିକା ନାମକ ଜଣେ ବ୍ୟକ୍ତି,ନିଜର କୁକୁରକୁ ଚରେଇବା ପାଇଁ ରାସ୍ତା କଡକୁ ଆଣିଥିଲେ। ସେହି ସମୟରେ ୭ ରୁ ୮ ଜଣ ପ୍ରାୟ ଅଧିକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କାହିଁକି କୁକୁର ଚରାଉ ଛନ୍ତି ବୋଲି କହି ଗାଳି ଗୁଲଜ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହେବାରେ ଲଗିଥିଲା ଏହାପରେ ତାଙ୍କର ପୁଅ ଯେତେବେଳେ ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେତେବେଳେ ସେହି ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଥିଲା।

Leave a Comment