ଜଙ୍ଗଲୀ ପଶୁମାନେ ପ୍ରକୃତିର କୋଳରେ ନିଜ ନିୟମ କାନୁନ ଅନୁଯାୟୀ ଚାଲିଥାନ୍ତି, ଯେଉଁଠାରେ କାହାକୁ ହତ୍ୟା କଲେ କୌଣସି ପ୍ରତିବନ୍ଧକ କିମ୍ବା ନଥାଏ | ବଡ଼ ଏବଂ ମାଂସାହାରୀ ପଶୁ ଛୋଟ ଛୋଟ ପଶୁଙ୍କୁ ବହୁତ ସହଜରେ ମାରି ନିଜର ଶିକାର କରିଥାନ୍ତି | ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଆଜିକାଲି ଭାଇରଲ ହୋଇଥାଏ | ଏପରି ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି | ଯେଉଁଥିରେ ଗୋଟିଏ ଚିତାବାଘକୁ ହରିଣ ଶିକାର କରୁଥିବାର ଦେଖାଯାଇପାରେ | ଏହି ଭିଡିଓକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହାକୁ ବହୁତ ଯନ୍ତ୍ରଣାଦାୟକ କହିଛନ୍ତି | ଏହି ଭିଡିଓକୁ ଭାରତୀୟ ବନସେବାର ଅଧିକାରୀ ଗୌରବ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି |
ସେ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ” ଏହା ସର୍ବୋତ୍ତମ ବନ୍ୟଜୀବନ ଭିଡିଓ ଅଟେ | ଗୋଟିଏ ଯୁବା ଚିତାବାଘ ଗୋଟିଏ ହରିଣକୁ ଧରିଛି | ସେ ତାକୁ ମାରୁନାହିଁ ବରଂ ନିଜ ମା ଆସିବା ବାଟକୁ ଅପେକ୍ଷା କରିଛି | ଆଉ ହରିଣ ଯନ୍ତ୍ରଣାରେ ସଂଘର୍ଷ କରୁଛି ଏବଂ ନିଜ ମୃତ୍ୟୁର ବାଟ ଦେଖୁଛୁ | ଯେତେବେଳେ କି ଦୁନିଆର ସବୁଠାରୁ ଦ୍ରୁତ ସ୍ତନପାୟୀ ତାକୁ ଧରିଲା, ସେତେବେଳେ ସେ ବୁଝି ସାରିଥିଲା ଯେ ତା ପାଖରୁ ବଞ୍ଚି ପଳାଇ ଯିବାର କୌଣସି ରାସ୍ତା ନାହିଁ |”
୨ ମିନିଟ ୨୦ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ଚିତାବାଘ ରାସ୍ତା ମଝିରେ ଗୋଟିଏ ହରିଣକୁ ଧରି ବସିଛି | କିନ୍ତୁ କିଛି ସମୟ ପରେ ସେ ହରିଣକୁ ବେକରୁ ଦବାଇ ରାସ୍ତାର ଅନ୍ୟ ପଟକୁ ନେଇ ଯାଉଛି | ଯେଉଁଠାରେ କି ତାର ମା ଥାଏ | ତାପରେ ଦୁହେଁ ମିଶି ହରିଣକୁ ଶିକାର କରିବାପାଇଁ ଟେକି ନିଅନ୍ତି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୪୦୦ରୁ ଅଧିକଥର ଦେଖାଗଲାଣି | ଏହାସହିତ ଏହି ଭିଡିଓକୁ ଏକ ହଜାରରୁ ଅଧିକଥର ଲାଇକ ମଧ୍ୟ କରାଯାଇଛି | ସେହିପରି ଦୁଇ ଶହରୁ ଅଧିକଥର ଏହି ଭିଡିଓକୁ ରିଟ୍ୱିଟ ମଧ୍ୟ କରାଯାଇଛି |
ଦେଖନ୍ତୁ ଭିଡିଓ :-
The best wildlife video
A young Cheetah has caught a deer, not killing it, waiting for his mother to come while the deer is in immense pain, waiting for its death. It knows that there is no option of running when caught by the world's fastest mammal
(Forwarded)@susantananda3 pic.twitter.com/t1MfVyfpTd— Gaurav Sharma (@GauravS_IFS) December 16, 2020
ଗୌରବ ଶର୍ମା ନିଜର ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, “ଏହା ଖାଦ୍ୟ ଶୃଙ୍ଖଳର ଅଂଶ ଅଟେ | ଚିତାବାଘ ଏକ୍ସପର୍ଟ ନାହିଁ, ତେଣୁ ସେ ନିଜ ମାକୁ ଅପେକ୍ଷା କରୁଛି | ଆମେ ଚିତାବାଘକୁ ମଧ୍ୟ ଭୋକରେ ରହିବାକୁ ଦେଇପାରିବା ନାହିଁ | ସେ କେବଳ ମାଂସ ଖାଇ ଜୀବିତ ରହିଥାଏ ! ଏହା ବିଡମ୍ବନା, ଆମ ମଣିଷମାନଙ୍କ ପାଖରେ ଅନ୍ୟ ବିକଳ୍ପ ମଧ୍ୟ ରହିଛି, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଆମେ ସବୁ ପ୍ରକାରର ପଶୁମାନଙ୍କୁ ମାରୁଛନ୍ତି |”