ମଣିଷ ଜୀବନ କ୍ଷଣ କ ମାତ୍ର । କେହି ବି ସବୁଦିନ ପାଇଁ ବଞ୍ଚି ରହିବେ ନାହିଁ । ସମସ୍ତେ ନିଜ ର କର୍ମ କରି ଜୀବନ ବଞ୍ଚି ଥାନ୍ତି ଓ କାଳ ସମୟ ପହଁଚିଲେ ସମସ୍ତେ ସମସ୍ତଙ୍କୁ ସବୁଦିନ ପାଇଁ ଛାଡି ଚାଲି ଯାଆନ୍ତି । ହେଲେ ଯେଉଁ ମାନେ ଆତ୍ମହତ୍ୟା କରୁଛନ୍ତି ତାହା କଣ ଠିକ କି ? ମଣିଷ ଜୀବନ ବହୁତ ମୂଲ୍ୟବାନ ।ମୁନ୍ଦୁଲି ରେ କିଛି ଦିନ ହବ ବହୁତ୍ ଲୋକ ଙ୍କ ମୃତ୍ୟୁ ଘଟୁଛି
ଗୋଟେ ପରେ ଗୋଟେ ଦୁଃଖ ର ଖବର ଆସୁଛି । ମୁଣ୍ଡୁଳି ବ୍ରିଜ ରେ ପୁଣି ଥରେ ଜଣେ ଯୁବକ ଙ୍କ ଆତ୍ମହତ୍ୟା କରିବା ଜଣାପଡିଛି । ଯୁବକ ଜଣକ ହେଉଛନ୍ତି ବ୍ରହ୍ମପୁର ର ଚନ୍ଦ୍ରମଣି ତ୍ରିପାଠୀ । ବୟସ ମାତ୍ର ୩୫ ବର୍ଷ । ୪ ବର୍ଷ ପୂର୍ବେ ବିବାହ କରିଥିଲେ ସେ । ତାଙ୍କ ର ଗୋଟେ ପୁଅ ମଧ୍ୟ ଅଛି । ଭୁବନେଶ୍ୱର ର ଗୋଟେ କମ୍ପାନୀ ଟେ ଏଜଆର ଭାବରେ କାର୍ଯ୍ୟ କରୁଥିଲେ ।
ଗୁରୁବାର ଦିନ ଅପରାହ୍ନ ୩ଟା ରେ ଭୁବନେଶ୍ୱର ଆଡୁ ମୁଣ୍ଡଳୀ ବ୍ରିଜ ଦେଇ ସ୍କୁଟି ରେ କଟକ ଆସୁଥିଲେ । ହେଲେ ସମସ୍ତଙ୍କ ଆଗରେ ହଠାତ ଗାଡିକୁ ବ୍ରିଜ ଉପରେ ରଖି ଦେଇ ନଦୀ କୁ ଡେଇଁ ପଡିଲେ । ପାଖରେ ଯାଉଥିବା ଲୋକ ମାନେ କିଛି ବୁଝିବା ଆଗରୁ ନଦୀ କୁ ଡେଇଁ ସାରିଥିଲେ ସେ । ସବୁ ଲୋକ ଦେଖୁଥିଲେ ଓ ବ୍ରିଜ ଉପରୁ ପାଟି କରି ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି କାମ ଦେଲା ନାହିଁ । କାହିଁକି ଏମିତି କଲେ କିଏ ବୁଝି ପାରୁ ନାହାନ୍ତି ।
ଆସିଲା ବେଳେ ଖାଇବା ଆଣିବାକୁ ଯାଉଛି କହି ବାହାରି ଆସିଥିଲେ । ହେଲେ ଆଉ ଫେରିଲେନି ସେ । ନିଜ ପରିବାର ନିଜର ଛୋଟ ପୁଅ କଥା ବି ନ ଭାବି ଗଭୀର ପାଣି କୁ ଡେଇଁ ପଡିଲେ । ଓଡ୍ରାଫ ଟିମ ଚନ୍ଦ୍ରମଣି ଙ୍କୁ ଖୋଜୁଛି । ଅଫିସ ର କିଛି ଟେନସନ ନା ପରିବାର ର କିଛି ଅସୁବିଧା କଣ ଏତେ କଷ୍ଟ ଦେଲା ଯେ ନିଜ ଜୀବନ ବି ଖରାପ ଲାଗିଲା ତାହା କିଏ ଜାଣି ପାରୁନାହାନ୍ତି ।
ନିଜ ପରିବାର ଓ ପୁଅ କୁ ଏତେ ଭଲ ପାଉଥିବା ଚନ୍ଦ୍ରମଣି କାହିଁକି ଏମିତି କଠିନ ନିଷ୍ପତି ନେଲେ ତାହା ଜଣା ପଡି ନାହିଁ । ତେବେ ଜୀଵନ ଅଛି ମାନେ ବିଭିନ୍ନ ସମସ୍ୟା ଆସିଥାଏ । ସମସ୍ୟା ର ସମାଧାନ ମଧ୍ୟ ହୋଇଥାଏ । ତେବେ ଯେତେବଡ଼ ବିପଡ଼ ଆସୁ ସେ ନିଶ୍ଚୟ ଟଳି ଯିବ । ହେଲେ ଏମିତି ନିଜ ପରିବାର କଥା ନ ଭାବି ଏମିତି ଆତ୍ମହତ୍ୟା କରିବା କେବେ ବି ଠିକ ନୁହେଁ ।