ମାଆ ହେଲା ସବୁଠାରୁ ବୟସ୍କ ପକ୍ଷୀ ୭୪ ବର୍ଷ ବୟସରେ ଦେଲା ଅଣ୍ତା…!

ମାଆ ହେଲା ସବୁଠାରୁ ବୟସ୍କ ପକ୍ଷୀ।୭୪ ବୟସରେ ଦେଲା ଅଣ୍ଡା। ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ ମାନେ। ଏତେ ବର୍ଷ ବୟସରେ କେମିତି ଅଣ୍ଡା ଦେଲା ପକ୍ଷୀ। ଏହା ହେଉଛି ସାରା ବିଶ୍ବର ସବୁଠାରୁ ବୟସ୍କ ପକ୍ଷୀ। ଗତ ଚାରି ବର୍ଷରେ ସେ ତାର ପ୍ରଥମ ଅଣ୍ଡା ଅଟେ। ଏହା ଏବେ ବୈଜ୍ଞାନିକ ଙ୍କ ପ୍ରଶ୍ନ କୁ ବହୁଗୁଣିତ କରିଛି। ଏହି ପକ୍ଷୀକୁ ନିଜର ନୂଆ ସାଥୀ ଆଉ ଏକ ଅଣ୍ଡା ସହ ଚିହ୍ନଟ ମଧ୍ୟ କରାଯାଇ ଥିଲା।ଏହା ହାୱାଇ ଉପଦ୍ଵିପ ସୁଦ୍ର ଉପରେ ଅବସ୍ଥିତ ସ୍ଥାନ ଅଟେ। ୱାଇଲ୍ଡ ଲାଇଫ ରିଫ୍ୟୁଜି ର ବନ୍ୟ ବିଜ୍ଞାନୀ ଜନ ପ୍ରିସନରୋ କହିଛନ୍ତି କି ୱିସଡମ ଅଣ୍ଡା ଦେବ ବୋଲି ସେ ଓ ତାଙ୍କର ଟିମ ବେଶ ଆଶାବାଦୀ ଥିଲେ।

ସେ ଆଉ ଏକ ଛୁଆ ଜନ୍ମ ପାଇଁ ଫିଟ୍ ହେବ ବୋଲି ମଧ୍ୟ ସେମାନଙ୍କର ଆଶା ଥିଲା। ଏହା ଏକ ସ୍ବତନ୍ତ୍ର ଖୁସୀ ଏବଂ ୱିସଡମ ର ଉପଲବ୍ଧି କୁ ନେଇ ସେ କହିଛନ୍ତି।ତାଙ୍କର ଫେସବୁକ୍ ପେଜ ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଅଛି।ଏଥିରେ ନୁଆ ସାଥୀ ଅଣ୍ଡା ରୁ ଛୁଆ ଜନ୍ମ ପାଇଁ ତା ଉପରେ ବସିବା ପୁର୍ବରୁ ୱିସଡମ ତା ମୁଣ୍ଡରେ ନିଜ ମୁଣ୍ଡ କୁ ରଗଡୁ ଥିବା ଦେଖିବାକୁ ମିଳିଥିଲା। ଜୀବ ବିଜ୍ଞାନୀ ମାନେ ୨୦୦୧ ମସିହାରେ ମିଡୱେ ଆଟଲ ଠାରେ ୱିସଡମ କୁ ଚିହ୍ନଟ କରିଥିଲେ। ତାର ଗୋଡ଼ରେ ମଧ୍ୟ ଏକ ଲାଲି ରଙ୍ଗର ବ୍ୟାଣ୍ଡ ଥିଲା।

ସେମାନେ ପରେ ଜାଣିବାକୁ ପାଇଲେ କି ଦିବଙ୍ଗତ ପ୍ରସିଦ୍ଧ ଚ୍ୟାନେଲ ରଭିସ ଙ୍କ ଦ୍ବାରା ୧୯୫୬ ମସିହାରେ ତାଙ୍କୁ ସେଠାକୁ ନିଆ ଯାଇଥିଲା।ବନ୍ୟଜିବୀ ଅଭୟାରଣ୍ୟ ଅନୁସାରେ ୱିସଡମ ନିଜର ଜୀବନକାଳ ମଧ୍ୟରେ ୬୦ ଟି ଅଣ୍ଡା ଦେଇ ସାରିଛି। ଏବଂ ୩୦ ଛୁଆର ମାଆ ହୋଇ ସାରିଛି। ଆଉ ଏବେ ୭୪ ବର୍ଷ ବୟସରେ ମଧ୍ୟ ଆଉ ଏକ ଅଣ୍ଡା ଦେଇ ମାଆ ହୋଇ ସାରିଛି।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment