ପ୍ରତାରିତ ସ୍ୱାମୀର ପ୍ରତାରଣା କାହାଣୀ ନିଜେ ସ୍ତ୍ରୀ ହିଁ କହିଛନ୍ତି। ପ୍ରଥମେ ଓଡିଆ ମାଟ୍ରିମୋନିଆଲ୍ ସାଇଟ୍ ରୁ ପ୍ରେମ ବିବାହ ଆଉ ବିବାହ ପରେ ଏବେ ପ୍ରତାରଣା। ଖୋଦ୍ ରେଲୱେ କର୍ମଚାରୀ ଦିନେଶ କୁମାର୍ ସାହୁ ଙ୍କ ନାମରେ ଆସିଛି ଏକ ସଙ୍ଗୀନ ଅଭିଯୋଗ। ତାଙ୍କର ସ୍ତ୍ରୀ ଏବେ ନିଜର ହକ ପାଇଁ ଧାରଣାରେ ବସିଛନ୍ତି। ହେଲେ ସେପଟେ ରେଲୱେ କର୍ମଚାରୀ ଦିନେଶ କୁମାର ଏବେ ଫେରାର ଥିବା କଥା କୁହା ଯାଉଛି।ରାଜଧାନୀ ଭୁବନେଶ୍ଵର ରେ ଏଭଳି ଘଟଣା ଘଟି ଯାଇଛି। ସ୍ୱାମୀର ଘର ସାମ୍ନାରେ ସ୍ତ୍ରୀ ଧାରଣାରେ ବସିଛନ୍ତି। ତାଙ୍କ ସ୍ତ୍ରୀ କହିଥିଲେ କେବଳ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ହିଁ ଦିନେଶ ତାଙ୍କୁ ବିବାହ କରିଥିଲେ। ଏଭଳି କି ଘରର ସବୁ ଡୋର ଲକ୍ ଥିଲା।
ତାଙ୍କୁ କୌଣସି ଘରକୁ ଯିବା ପାଇଁ ଅନୁମତି ମଧ୍ୟ ନଥିଲା। କେବଳ ବେଡ ଛଡା ଆଉ କୌଣସି ଜିନିଷରେ ତାଙ୍କର ଅଧିକାର ନଥିଲା ବୋଲି ସ୍ତ୍ରୀ ଜଣକ କହିଥିଲେ।ପ୍ରଥମ ଦିନରୁ ହିଁ ତାଙ୍କର ସାନ ଭାଇଙ୍କ ସ୍ତ୍ରୀ ଆଉ ତାଙ୍କର ପିଲାମାନେ ଖୁବ ତାଙ୍କୁ ଅତ୍ୟାଚାର କରିଥିଲେ। ଯେତେବେଳେ ସେ ତାଙ୍କର ସ୍ବାମୀ ଦିନେଶ ଙ୍କୁ କିଛି କୁହନ୍ତି ସେତେବେଳେ ତାଙ୍କୁ ତାଙ୍କର ଶାଶୁ ଘର ଲୋକ କହିଥାନ୍ତି କି ସେ ହିଁ ଆଡଜଷ୍ଟ କରି ଚାଲି ପାରୁ ନାହାଁନ୍ତି। ଏହାପରେ ତାଙ୍କୁ ମାନସିକ ଭାବରେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।
ଏହିପରି ଙ୍କୁ ତାଙ୍କୁ ଶାରୀରିକ ଭାବରେ ନିର୍ଯାତନା ଦେବା ମଧ୍ୟ ଆରମ୍ଭ କରି ଦେଇଥିଲେ।ଯାହାକୁ ନେଇ ଏବେ ମହିଳା ଜଣକ ମୁହଁ ଖୋଲିଛନ୍ତି। ଆଉ ତାଙ୍କୁ କିଭଳି ଓ କେତେ ମାତ୍ରାରେ ନିର୍ଯାତନା ଦିଆ ଯାଇଥିଲା ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହାକୁ ଲୋକମାନେ ମଧ୍ୟ ଖୁବ ନିନ୍ଦା କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।